ଅପେରା ଦେଖବାକୁ ଯାଇଥିବା ନାବାଳିକାଙ୍କୁ ଅସଦାଚରଣ

ପାଟଣା,୩ା୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳର ଜଣେ ୧୩ ବର୍ଷର ନାବାଳିକାଙ୍କୁ ବୁଧବାର ରାତିରେ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟାଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି। ସେ ହେଲେ ପାଟଣା ବ୍ଲକ ବାଉଁଷୁଳି ପଞ୍ଚାୟତ ଭୁଲୁଦା ଗ୍ରାମର କୁନୁ ନାଏକ। ଅଭିଯୋଗ ଅନୁଯାୟୀ, ନାବାଳିକା ଜଣକ ବୁଧବାର ଭୁଲୁଦାରେ ପଡ଼ିଥିବା ଅପେରା ଦେଖବାକୁ ଯାଇଥିବା ବେଳେ ତାଙ୍କୁ କୁନୁ ଅସଦାଚରଣ କରିଥିବା ନେଇ ନାବାଳିକାଙ୍କ ପରିବାର ଲୋକେ ଗୁରୁବାର ଥାନାରେ ଅଭିଯୋଗ କରିଥିବା ଚମ୍ପୁଆ ଏସ୍‌ଡିପିଓ ବିଜୟ କୁମାର ମଲ୍ଲିକ କହିଛନ୍ତି। ଏନେଇ ତୁରୁମୁଙ୍ଗା ଥାନାରେ ପୋକ୍‌ସୋ ଆକ୍ଟରେ ଏକ ମାମଲା (ନଂ.୧୮୯/୨୩) ରୁଜୁ ହୋଇଛି।