ନାବାଳିକାଙ୍କୁ ବଳାତ୍କାର ପରେ ତଣ୍ଟିଚିପି ହତ୍ୟା

ଭୁବନେଶ୍ୱର,୧୨।୮(ସତ୍ୟଜିତ୍‌ ରାଉତ): ଇନ୍‌ଫୋସିଟି ଥାନା ଅନ୍ତର୍ଗତ ନନ୍ଦନବିହାର ହାଉସିଂବୋର୍ଡ କଲୋନୀର ଏକ ଘର ପାର୍ଶ୍ୱରେ ଶୁକ୍ରବାର ଜଣେ ନାବାଳିକାଙ୍କ ଗଳିତ ମୃତଦେହ ଜବତ କରିଛି ପୋଲିସ। ମୃତା ନାବାଳିକାଙ୍କ ପରିଚୟ ଜଣାପଡ଼ି ନ ଥିଲେ ମଧ୍ୟ ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ବଳାତ୍କାର ପରେ ତଣ୍ଟିଚିପି ହତ୍ୟା କରାଯାଇଥିବା ଜଣାପଡୁଛି। ତାଙ୍କ ବୟସ ୧୨ରୁ ୧୪ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ନାବାଳିକା ଜଣକ କୁର୍ତ୍ତି ପିନ୍ଧିଥିବାବେଳେ ତାଙ୍କ ଶରରୀରେ ଅନ୍ତ ବସ୍ତ୍ର ନ ଥିଲା। ମୃତଦେହ ନିକଟରେ ଏକ ଡେନ୍‌ଡ୍ରାଇଟ୍‌ ପ୍ୟାକେଟ ମିଳିଥିବାରୁ ତାଙ୍କୁ ନିଶା ଖୁଆଇ ଏପରି ଅମାନବୀୟ କାର୍ଯ୍ୟ କରାଯାଇଥିବା ସନ୍ଦେହ କରାଯାଉଛି। ମୃତଦେହଟି ପଚିଯିବା ସହ ସେଥିରୁ ଦୁର୍ଗନ୍ଧ ଓ ପୋକ ବାହାରୁଥିବାରୁ ୪ଦିନ ତଳୁ ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି। କ୍ଷତ ବା ଆଘାତ ଲାଗିଥିବା ତଣ୍ଟି ଓ ଶରୀରର ଅନ୍ୟ କେତେକ ସମ୍ବେଦନଶୀଳ ଅଙ୍ଗ ଅଧିକ ଫୁଲିଯିବା ସହ ପଚିଯାଇଥିବା ଦେଖିବାକୁ ମିଳିଛି। ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ପୋଲିସ ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା (ନଂ.୬୮/୨୦୨୩) ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି। ନାବାଳିକାଙ୍କ ପରିଚୟ ପାଇବା ପାଇଁ ମୃତଦେହକୁ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ଅନ୍ୟପକ୍ଷରେ ନାବାଳିକା ଜଣକ ବଞ୍ଜାରା ସମ୍ପ୍ରଦାୟର ହୋଇଥାଇପାରନ୍ତି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଥାନାଧିକାରୀ ପ୍ରମୋଦ କୁମାର ପଟ୍ଟନାୟକ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ ନାବାଳିକାଙ୍କର କିଭଳି ମୃତ୍ୟୁ ହୋଇଛି ତାହା କହିହେବ ନାହିଁ। ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ନାବାଳିକାଙ୍କ ପରିଚୟ ଜାଣିବାକୁ ଆଖପାଖ ଅଞ୍ଚଳରେ ପଚରାଉଚରା କରାଯାଉଛି। ପରିଚୟ ଜଣା ନ ପଡିଲେ ବା କୌଣସି ପରିବାର ଲୋକ ନ ଆସିଲେ ୪ ଦିନ ପରେ ବ୍ୟବଚ୍ଛେଦ କରାଯାଇ ମୃତଦେହର ସତ୍କାର କରାଯିବ ବୋଲି ସେ କହିଛନ୍ତି।
ଅନୁଯାୟୀ, ହାଉସିଂବୋର୍ଡ କଲୋନିସ୍ଥିତ ପ୍ଲଟ୍‌ ନଂ. ଏଲ୍‌-୧୨୧ରୁ ମୃତଦେହ ମିଳିଥିବା ଉକ୍ତ ସ୍ଥାନଟି ପରିତ୍ୟକ୍ତ ଅବସ୍ଥାରେ ରୁହେ। ଉକ୍ତ ଅଞ୍ଚଳ ଅନ୍ଧାରୁଆ ସ୍ଥାନ ହୋଇଥିବାରୁ ସେଠାକୁ କେହି ଯାଆନ୍ତି ନାହିଁ। ଶୁକ୍ରବାର ଦିନ ପ୍ରାୟ ୨ଟାବେଳେ ଅତ୍ୟଧିକ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ସେଠାକୁ ଯାଇ ନାବାଳିକାଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ସେମାନେ ନାବାଳିକାଙ୍କୁ ଚିହ୍ନିପାରି ନ ଥିଲେ। ଖବର ଦେବାରୁ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ସେଠାରେ ପହଞ୍ଚିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ସେଠାରେ ବିଭିନ୍ନ ନମୁନା ସଂଗ୍ରହ କରିବା ପରେ ମୃତଦେହ ଜବତ କରାଯାଇଥିଲା। ଅନ୍ୟପକ୍ଷରେ ଥାନାରେ କୌଣସି ନିଖୋଜ ରିପୋର୍ଟ ହୋଇ ନ ଥିବାରୁ ନାବାଳିକାଙ୍କ ପରିଚୟ ପାଇବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ପରିଚୟ ପାଇବାକୁ ପୋଲିସ ସ୍ଥାନୀୟ ଥାନାକୁ ଖବର ଦେବା ସହ ପାଖ ବସ୍ତିକୁ ଯାଇ ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri