ଉଦଳା,୧୯ା୮(ସନ୍ତୋଷ କୁମାର ବାଚ୍ଛିନୀ)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତାଙ୍କ ଭିଣୋଇ ବଳାତ୍କାର କରିଥିବା ନେଇ ମଙ୍ଗଳବାର ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା(ନଂ.୧୯୦/୨୫) ରୁଜୁକରି ତଦନ୍ତ ଜାରି ରଖିଥିବାବେଳେ ଗିରଫ ଭୟରେ ଅଭିଯୁକ୍ତ ଭିଣୋଇ ଫେରାରଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ନାବାଳିକାଙ୍କ ବାପା ମରିଯିବା ଓ ମା’ଙ୍କ ମାନସିକ ବିକୃତି ଘଟିବାପରେ ସମ୍ପର୍କୀୟ ଭିଣୋଇ ପାଠ ପଢ଼ାଇବା ପାଇଁ ତାଙ୍କୁ ନିଜ ଘରକୁ ଆଣିଥିଲେ। ନାବାଳିକା ଜଣକ ୩ ବର୍ଷ ହେଲା ଭିଣୋଇଙ୍କ ଘରେ ରହୁଥିଲେ। ଘରେ କେହି ନ ଥିବା ସୁଯୋଗରେ ଭିଣୋଇ ତାଙ୍କୁ ବାରମ୍ବାର ବଳାତ୍କାର କରୁଥିଲେ। ପାଶବିକ ଅତ୍ୟାଚାରରୁ ବଞ୍ଚତ୍ବା ପାଇଁ ଗତମାସରେ ନାବାଳିକା ଜଣକ ଭିଣୋଇଙ୍କ ଘରୁ ଖସି ଆସି ନିଜ ମାମୁପୁଅ ଭାଇ ରହୁଥିବା ଚେନ୍ନାଇ ଯାଇଥିଲେ। ସେଠାରେ ଭାଇ ଆଗରେ ସବୁ କଥା କହିଥିଲେ। ମଙ୍ଗଳବାର ମାମୁପୁଅ ଭାଇ ଆସି କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।


