ଦୁର୍ଗା ପୂଜାରେ ସର୍ବଧର୍ମ ସମନ୍ବୟର ବାର୍ତ୍ତା

ଭୁବନେଶ୍ୱର,୨୬ା୯(ବ୍ୟୁରୋ): ମା’ ଆସୁଛନ୍ତି। ଚଳଚଞ୍ଚଳ ହୋଇପଡ଼ିଛି ରାଜଧାନୀ। ଚାରିଆଡ଼େ ଖୁସିର ମାହୋଲ। କରୋନା ମହାମାରୀ ଯୋଗୁଁ ୨ ବର୍ଷ ନିରାଡ଼ମ୍ବରରେ ପାଳିତ ହୋଇଥିବା ଦୁର୍ଗାପୂଜା ଚଳିତ ବର୍ଷ ମହାଆଡ଼ମ୍ବରରେ ପାଳନ ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଦୌଡ଼ରୁ ବାଦ ପଡ଼ିନି ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏଶନ ଦୁର୍ଗାପୂଜା କମିଟି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅଖଣ୍ଡ ଭାଇଚାରାର ନିଦର୍ଶନ ଦେଖାଉଥିବା ଏହି କମିଟି ଚଳିତ ବର୍ଷ ସର୍ବଧର୍ମ ସମନ୍ବୟର ବାର୍ତ୍ତା ବହନ କରୁଥିବା ଏକ ଆକର୍ଷଣୀୟ ତୋରଣ ନିର୍ମାଣ କରୁଛି, ଯେଉଁଥିରେ ଦେଖିବାକୁ ମିଳିବ ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିଆନ ଧର୍ମ ସଂକେତର ଚିତ୍ର। ଏଥିସହିତ ସମସ୍ତଙ୍କ ଦୁଆର ମୁହଁରେ ପୂର୍ଣ୍ଣ କଳସ ବସିବା ସହିତ ଦୀପ ଜଳା ହେବ। ସହର ଭିତରେ ତିନୋଟି ସମ୍ପ୍ରଦାୟର ମିଳିତ ଭାଇଚାରାକୁ ବଜାୟ ରଖି ୨୦୦୮ ମସିହାରୁ ଡଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏଶନ ମା’ଙ୍କ ପୂଜା ଆରମ୍ଭ କରିଥିଲା। ଆସୋସିଏଶନ୍‌ ପକ୍ଷରୁ ଚଳିତ ବର୍ଷ ଚାନ୍ଦା ଆଦାୟକୁ ବନ୍ଦ କରିଛି। ମା’ଙ୍କ ମଣ୍ଡପରେ ଏକ ହୁଣ୍ଡି ବସାଯାଇଛି। ସ୍ବ ଇଚ୍ଛାରେ ଯିଏ ଯାହା ଦେବ ତାହା ମା’ଙ୍କ ପୂଜାରେ ଲାଗିବ ବୋଲି ଆସୋସିଏଶନ୍‌ ପକ୍ଷରୁ କୁହାଯାଇଛି। ମଣ୍ଡପକୁ ସଂଯୋଗ କରୁଥିବା ରାସ୍ତାରେ ଏଲଇଡି ଲାଇଟ୍‌ ଗେଟ୍‌ରେ ଲାଗିବା ସହିତ ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ କରାଯିବ। ୧୪ ଫୁଟର ମା’ଙ୍କ ମୃଣ୍ମୟୀ ମୂର୍ତ୍ତି କାମ ଜାରି ରହିଛି। ଏହାକୁ କେନ୍ଦ୍ରାପଡ଼ାର କାରିଗର ପ୍ରଫୁଲ କୁମାର ବେହେରା ନିର୍ମାଣ କରୁଛନ୍ତି। ତୋରଣ ଓ ଆଲୋକ ସଜ୍ଜାର ଦାୟିତ୍ୱ ନେଇଛନ୍ତି ଭୁବନେଶ୍ୱରର କାରିଗର ବ୍ରଜ କିଶୋର ସାହୁ। ଷଷ୍ଠୀଠାରୁ ଦଶମୀ ପର୍ଯନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଯୋଜନା ରହିଛି। ଆସୋସିଏଶନ ପକ୍ଷରୁ ପୂଜା ୫ ଦିନ ମଣ୍ଡପ ଓ ଏହାର ଚାରିପାଖ ସଫେଇ କରାଯିବା ସହ ବିଶୋଧନ କରାଯିବ। ସମସ୍ତ ଭକ୍ତଙ୍କ ଘରେ ଚାରା ବଣ୍ଟନ କରାଯିବ। ପାରମ୍ପରିକ ବାଦ୍ୟରେ ଭସାଣି କରି ମା’ଙ୍କୁ ମେଲାଣି ଦିଆଯିବ ବୋଲି କମିଟି ପକ୍ଷରୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri