ଦୁର୍ଗା ପୂଜାରେ ସର୍ବଧର୍ମ ସମନ୍ବୟର ବାର୍ତ୍ତା

ଭୁବନେଶ୍ୱର,୨୬ା୯(ବ୍ୟୁରୋ): ମା’ ଆସୁଛନ୍ତି। ଚଳଚଞ୍ଚଳ ହୋଇପଡ଼ିଛି ରାଜଧାନୀ। ଚାରିଆଡ଼େ ଖୁସିର ମାହୋଲ। କରୋନା ମହାମାରୀ ଯୋଗୁଁ ୨ ବର୍ଷ ନିରାଡ଼ମ୍ବରରେ ପାଳିତ ହୋଇଥିବା ଦୁର୍ଗାପୂଜା ଚଳିତ ବର୍ଷ ମହାଆଡ଼ମ୍ବରରେ ପାଳନ ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଦୌଡ଼ରୁ ବାଦ ପଡ଼ିନି ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏଶନ ଦୁର୍ଗାପୂଜା କମିଟି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅଖଣ୍ଡ ଭାଇଚାରାର ନିଦର୍ଶନ ଦେଖାଉଥିବା ଏହି କମିଟି ଚଳିତ ବର୍ଷ ସର୍ବଧର୍ମ ସମନ୍ବୟର ବାର୍ତ୍ତା ବହନ କରୁଥିବା ଏକ ଆକର୍ଷଣୀୟ ତୋରଣ ନିର୍ମାଣ କରୁଛି, ଯେଉଁଥିରେ ଦେଖିବାକୁ ମିଳିବ ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିଆନ ଧର୍ମ ସଂକେତର ଚିତ୍ର। ଏଥିସହିତ ସମସ୍ତଙ୍କ ଦୁଆର ମୁହଁରେ ପୂର୍ଣ୍ଣ କଳସ ବସିବା ସହିତ ଦୀପ ଜଳା ହେବ। ସହର ଭିତରେ ତିନୋଟି ସମ୍ପ୍ରଦାୟର ମିଳିତ ଭାଇଚାରାକୁ ବଜାୟ ରଖି ୨୦୦୮ ମସିହାରୁ ଡଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏଶନ ମା’ଙ୍କ ପୂଜା ଆରମ୍ଭ କରିଥିଲା। ଆସୋସିଏଶନ୍‌ ପକ୍ଷରୁ ଚଳିତ ବର୍ଷ ଚାନ୍ଦା ଆଦାୟକୁ ବନ୍ଦ କରିଛି। ମା’ଙ୍କ ମଣ୍ଡପରେ ଏକ ହୁଣ୍ଡି ବସାଯାଇଛି। ସ୍ବ ଇଚ୍ଛାରେ ଯିଏ ଯାହା ଦେବ ତାହା ମା’ଙ୍କ ପୂଜାରେ ଲାଗିବ ବୋଲି ଆସୋସିଏଶନ୍‌ ପକ୍ଷରୁ କୁହାଯାଇଛି। ମଣ୍ଡପକୁ ସଂଯୋଗ କରୁଥିବା ରାସ୍ତାରେ ଏଲଇଡି ଲାଇଟ୍‌ ଗେଟ୍‌ରେ ଲାଗିବା ସହିତ ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ କରାଯିବ। ୧୪ ଫୁଟର ମା’ଙ୍କ ମୃଣ୍ମୟୀ ମୂର୍ତ୍ତି କାମ ଜାରି ରହିଛି। ଏହାକୁ କେନ୍ଦ୍ରାପଡ଼ାର କାରିଗର ପ୍ରଫୁଲ କୁମାର ବେହେରା ନିର୍ମାଣ କରୁଛନ୍ତି। ତୋରଣ ଓ ଆଲୋକ ସଜ୍ଜାର ଦାୟିତ୍ୱ ନେଇଛନ୍ତି ଭୁବନେଶ୍ୱରର କାରିଗର ବ୍ରଜ କିଶୋର ସାହୁ। ଷଷ୍ଠୀଠାରୁ ଦଶମୀ ପର୍ଯନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଯୋଜନା ରହିଛି। ଆସୋସିଏଶନ ପକ୍ଷରୁ ପୂଜା ୫ ଦିନ ମଣ୍ଡପ ଓ ଏହାର ଚାରିପାଖ ସଫେଇ କରାଯିବା ସହ ବିଶୋଧନ କରାଯିବ। ସମସ୍ତ ଭକ୍ତଙ୍କ ଘରେ ଚାରା ବଣ୍ଟନ କରାଯିବ। ପାରମ୍ପରିକ ବାଦ୍ୟରେ ଭସାଣି କରି ମା’ଙ୍କୁ ମେଲାଣି ଦିଆଯିବ ବୋଲି କମିଟି ପକ୍ଷରୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri