ଭୁବନେଶ୍ୱର, ୨୪।୨(ବ୍ୟୁରୋ): ଓଡ଼ିଶା ସାମୁଦ୍ରିକ ପରିଷଦ ବିଲ୍-୨୦୨୦ ମଙ୍ଗଳବାର ବିଧାନସଭାରେ ପାରିତ ହୋଇଛି। ଏହି ବିଲ୍ ଅନୁଯାୟୀ ରାଜ୍ୟରେ ମାରିଟାଇମ୍ ବୋର୍ଡ ଗଠନ କରାଯିବ, ଯାହା ବନ୍ଦର ତଦାରଖ ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟ କରିବ। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ରହିବେ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ପରିଷଦରେ ୧୨ ସଦସ୍ୟଙ୍କ ସମେତ ଶିଳ୍ପ, ବାଣିଜ୍ୟ ଓ ପରିବହନ, ରାଜସ୍ବ ବିଭାଗ ସଚିବ, ନୌସେନାର ଜଣେ ପ୍ରତିନିଧି ଏବଂ ବନ୍ଦର କ୍ଷେତ୍ରରେ ଦକ୍ଷତା ଥିବା ଜଣେ ବିଶେଷଜ୍ଞ ମଧ୍ୟ ଏଥିରେ ରହିବେ।
ପରିଷଦ ଉପରେ ସମସ୍ତ ଅଣ ବୃହତ୍ ବନ୍ଦର ଏବଂ ଅନ୍ତର୍ଦ୍ଦେଶୀୟ ନୌ-ପରିବହନ ନିୟନ୍ତ୍ରଣ, ପରିଚାଳନା ଓ ପ୍ରଶାସନର ଦାୟିତ୍ୱ ନ୍ୟସ୍ତ ହେବ। ରାଜ୍ୟରେ ଏକକ ବାତାୟନ (ସିଙ୍ଗଲ ଓ୍ବିଣ୍ଡୋ) ସୁବିଧା ପ୍ରଦାନକାରୀ ସଂସ୍ଥା ଭାବେ ସମସ୍ତ ସାମୁଦ୍ରିକ ପ୍ରକଳ୍ପଗୁଡିକର ବିକାଶ ପାଇଁ ଏହା କାର୍ଯ୍ୟ କରିବ। ଦେଶର ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ବନ୍ଦର ଓ ଜଳପଥର ସମନ୍ବିତ ବିକାଶ ନିମନ୍ତେ ନୀତି ନିର୍ଦ୍ଧାରଣ, ମାର୍ଗ ଦର୍ଶନ ଏବଂ ନିର୍ଦ୍ଦେଶ ପ୍ରଦାନ କରିବ। ଏହାଛଡ଼ା ଏହି କ୍ଷେତ୍ରରେ ଘରୋଇ ପୁଞ୍ଜି ଲଗାଣକୁ ପ୍ରୋତ୍ସାହିତ କରିବା ପାଇଁ ସର୍ଭେ, ଆର୍ଥିକ ସମ୍ଭାବନା ଉପରେ ଅନୁଧ୍ୟାନ କରିବା ସହ ଅଧ୍ୟୟନ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରିବ।
ରାଜ୍ୟରେ ନିଜସ୍ବ ବା ଘରୋଇ ଉଦ୍ୟୋଗରେ ମିଳିତ ସହଭାଗିତାରେ ଅଣବୃହତ୍ ବନ୍ଦର ନିର୍ମାଣ, ରକ୍ଷଣାବେକ୍ଷଣ, ପରିଚାଳନା ପରିଷଦର ପ୍ରମୁଖ କାର୍ଯ୍ୟ ହେବ। ଏହାଛଡ଼ା ବନ୍ଦର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିବା ଅବ୍ୟବହୃତ ଜମିର ଉଚିତ ବିନିଯୋଗ ପାଇଁ ସମନ୍ବିତ ସହରୀକରଣ ଯୋଜନା ପ୍ରସ୍ତୁତ କରିବା ଏବଂ ଏହାକୁ କାର୍ଯ୍ୟକାରୀ କରିବା, ବନ୍ଦରାଞ୍ଚଳ ଓ ପ୍ରବେଶ ପଥଗୁଡିକରେ ଜାହାଜ ଚଳାଚଳକୁ ନିୟନ୍ତ୍ରଣ, ବନ୍ଦରଗୁଡ଼ିକରେ ହେଉଥିବା ନିର୍ମାଣ କାର୍ଯ୍ୟ ତଦାରଖ, ମାଲ ଖଲାସ ଓ ବୋଝେଇ, ଛୋଟ ଡଙ୍ଗା ମାଧ୍ୟମରେ ବନ୍ଦର ଭିତରେ ମାଲ୍ ଓ ଯାତ୍ରୀ ପରିବହନ, ପୋତଘାଟ ସେବା, ଅନ୍ତର୍ଦ୍ଦେଶୀୟ ଜଳପଥର ଉନ୍ନତୀକରଣ, ପ୍ରୋତ୍ସାହନ, ରକ୍ଷଣାବେକ୍ଷଣ, ବିଭିନ୍ନ ସେବା ଶୁଳ୍କ ଧାର୍ଯ୍ୟ ଓ ଅସୁଲ କରିବା ଆଦି ଦାୟିତ୍ୱ ପରିଷଦ ଉପରେ ନ୍ୟସ୍ତ କରାଯାଇଛି। ରାଜ୍ୟରେ ୧୪ଟି ଅଣ ବୃହତ୍ ବନ୍ଦର ପ୍ରତିଷ୍ଠା ପାଇଁ ସ୍ଥାନ ଚିହ୍ନଟ ହୋଇଛି। ଗୋପାଳପୁର, ଧାମରା ବନ୍ଦର କାର୍ଯ୍ୟକ୍ଷମ ଥିବାବେଳେ ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖା ନିର୍ମାଣାଧୀନ ରହିଛି।
ଏହି ବିଲ୍ ଆଲୋଚନାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ବିଜେଡି ସଦସ୍ୟ ଅମର ଶତପଥୀ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ଅମାତ, ଅନନ୍ତ ଦାସ, ଭୂପିନ୍ଦର ସିଂ, ଭାଜପା ସଦସ୍ୟ ମୋହନ ମାଝି, ମୁକେଶ ମହାଲିଙ୍ଗ, ବିଷ୍ଣୁ ଚରଣ ସେଠୀ ପ୍ରମୁଖ ଭାଗ ନେଇଥିଲେ। ଶେଷରେ ବାଚନିକ ମତଦାନରେ ବିଲ୍ ବିଧାନସଭାରେ ଗୃହୀତ ହୋଇଥିଲା।
ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ
ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…
ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…
ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…
ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍ ପରୀକ୍ଷା, ବାଇକ୍ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ
ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…
କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …
ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…
ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ
ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…
‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼
ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…
ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ
ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…
ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ…
ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…
Archives

