ଭୁବନେଶ୍ୱର, ୨୪।୨(ବ୍ୟୁରୋ): ଓଡ଼ିଶା ସାମୁଦ୍ରିକ ପରିଷଦ ବିଲ୍-୨୦୨୦ ମଙ୍ଗଳବାର ବିଧାନସଭାରେ ପାରିତ ହୋଇଛି। ଏହି ବିଲ୍ ଅନୁଯାୟୀ ରାଜ୍ୟରେ ମାରିଟାଇମ୍ ବୋର୍ଡ ଗଠନ କରାଯିବ, ଯାହା ବନ୍ଦର ତଦାରଖ ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟ କରିବ। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ରହିବେ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ପରିଷଦରେ ୧୨ ସଦସ୍ୟଙ୍କ ସମେତ ଶିଳ୍ପ, ବାଣିଜ୍ୟ ଓ ପରିବହନ, ରାଜସ୍ବ ବିଭାଗ ସଚିବ, ନୌସେନାର ଜଣେ ପ୍ରତିନିଧି ଏବଂ ବନ୍ଦର କ୍ଷେତ୍ରରେ ଦକ୍ଷତା ଥିବା ଜଣେ ବିଶେଷଜ୍ଞ ମଧ୍ୟ ଏଥିରେ ରହିବେ।
ପରିଷଦ ଉପରେ ସମସ୍ତ ଅଣ ବୃହତ୍ ବନ୍ଦର ଏବଂ ଅନ୍ତର୍ଦ୍ଦେଶୀୟ ନୌ-ପରିବହନ ନିୟନ୍ତ୍ରଣ, ପରିଚାଳନା ଓ ପ୍ରଶାସନର ଦାୟିତ୍ୱ ନ୍ୟସ୍ତ ହେବ। ରାଜ୍ୟରେ ଏକକ ବାତାୟନ (ସିଙ୍ଗଲ ଓ୍ବିଣ୍ଡୋ) ସୁବିଧା ପ୍ରଦାନକାରୀ ସଂସ୍ଥା ଭାବେ ସମସ୍ତ ସାମୁଦ୍ରିକ ପ୍ରକଳ୍ପଗୁଡିକର ବିକାଶ ପାଇଁ ଏହା କାର୍ଯ୍ୟ କରିବ। ଦେଶର ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ବନ୍ଦର ଓ ଜଳପଥର ସମନ୍ବିତ ବିକାଶ ନିମନ୍ତେ ନୀତି ନିର୍ଦ୍ଧାରଣ, ମାର୍ଗ ଦର୍ଶନ ଏବଂ ନିର୍ଦ୍ଦେଶ ପ୍ରଦାନ କରିବ। ଏହାଛଡ଼ା ଏହି କ୍ଷେତ୍ରରେ ଘରୋଇ ପୁଞ୍ଜି ଲଗାଣକୁ ପ୍ରୋତ୍ସାହିତ କରିବା ପାଇଁ ସର୍ଭେ, ଆର୍ଥିକ ସମ୍ଭାବନା ଉପରେ ଅନୁଧ୍ୟାନ କରିବା ସହ ଅଧ୍ୟୟନ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରିବ।
ରାଜ୍ୟରେ ନିଜସ୍ବ ବା ଘରୋଇ ଉଦ୍ୟୋଗରେ ମିଳିତ ସହଭାଗିତାରେ ଅଣବୃହତ୍ ବନ୍ଦର ନିର୍ମାଣ, ରକ୍ଷଣାବେକ୍ଷଣ, ପରିଚାଳନା ପରିଷଦର ପ୍ରମୁଖ କାର୍ଯ୍ୟ ହେବ। ଏହାଛଡ଼ା ବନ୍ଦର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିବା ଅବ୍ୟବହୃତ ଜମିର ଉଚିତ ବିନିଯୋଗ ପାଇଁ ସମନ୍ବିତ ସହରୀକରଣ ଯୋଜନା ପ୍ରସ୍ତୁତ କରିବା ଏବଂ ଏହାକୁ କାର୍ଯ୍ୟକାରୀ କରିବା, ବନ୍ଦରାଞ୍ଚଳ ଓ ପ୍ରବେଶ ପଥଗୁଡିକରେ ଜାହାଜ ଚଳାଚଳକୁ ନିୟନ୍ତ୍ରଣ, ବନ୍ଦରଗୁଡ଼ିକରେ ହେଉଥିବା ନିର୍ମାଣ କାର୍ଯ୍ୟ ତଦାରଖ, ମାଲ ଖଲାସ ଓ ବୋଝେଇ, ଛୋଟ ଡଙ୍ଗା ମାଧ୍ୟମରେ ବନ୍ଦର ଭିତରେ ମାଲ୍ ଓ ଯାତ୍ରୀ ପରିବହନ, ପୋତଘାଟ ସେବା, ଅନ୍ତର୍ଦ୍ଦେଶୀୟ ଜଳପଥର ଉନ୍ନତୀକରଣ, ପ୍ରୋତ୍ସାହନ, ରକ୍ଷଣାବେକ୍ଷଣ, ବିଭିନ୍ନ ସେବା ଶୁଳ୍କ ଧାର୍ଯ୍ୟ ଓ ଅସୁଲ କରିବା ଆଦି ଦାୟିତ୍ୱ ପରିଷଦ ଉପରେ ନ୍ୟସ୍ତ କରାଯାଇଛି। ରାଜ୍ୟରେ ୧୪ଟି ଅଣ ବୃହତ୍ ବନ୍ଦର ପ୍ରତିଷ୍ଠା ପାଇଁ ସ୍ଥାନ ଚିହ୍ନଟ ହୋଇଛି। ଗୋପାଳପୁର, ଧାମରା ବନ୍ଦର କାର୍ଯ୍ୟକ୍ଷମ ଥିବାବେଳେ ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖା ନିର୍ମାଣାଧୀନ ରହିଛି।
ଏହି ବିଲ୍ ଆଲୋଚନାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ବିଜେଡି ସଦସ୍ୟ ଅମର ଶତପଥୀ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ଅମାତ, ଅନନ୍ତ ଦାସ, ଭୂପିନ୍ଦର ସିଂ, ଭାଜପା ସଦସ୍ୟ ମୋହନ ମାଝି, ମୁକେଶ ମହାଲିଙ୍ଗ, ବିଷ୍ଣୁ ଚରଣ ସେଠୀ ପ୍ରମୁଖ ଭାଗ ନେଇଥିଲେ। ଶେଷରେ ବାଚନିକ ମତଦାନରେ ବିଲ୍ ବିଧାନସଭାରେ ଗୃହୀତ ହୋଇଥିଲା।
ଭୁବନେଶ୍ବର ପାଇଁ ନୂଆ ଟିମ୍ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ
ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...
ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା
ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...
ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର
ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...
ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍ପି ଶୁଭେନ୍ଦୁ...
ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…
ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...
ଗୋଟିଏ ନମ୍ବରରେ ୨ ଗାଡ଼ି: ଜଣେ ଭୁଲ କଲେ ଅନ୍ୟ ଜଣଙ୍କୁ ଆସୁଛି ଚାଲାଣ
ଛତ୍ରପୁର,୨୯ା୧୨ (ଦିଲ୍ଲୀପ ସାମଲ) ଜଣେ ଗାଡ଼ି ଚାଳକ ପ୍ରଦୂଷଣ ପ୍ରମାଣପତ୍ର କରିବାକୁ କେନ୍ଦ୍ରକୁ ଆସିଥିବା ବେଳେ ତାଙ୍କ ଗାଡ଼ିରେ ଚାଲାଣ କଟିଥିବାରୁ ହୋଇପାରିଲା ନାହିଁ। ଏହା...
ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ
ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...
ଭରସା କଲେ ନବୀନ ୩ ଜଣଙ୍କୁ ମିଳିଲା ଗୁରୁ ଦାୟିତ୍ୱ
ବ୍ରଜରଜନଗର ୨୯ା୧୨( ବିଜୟ ବରାଡ଼): ଝାରସୁଗୁଡା ଜିଲା ବିଜୁ ଜନତା ଦଳକୁ ସକ୍ରିୟ କରିବା ପାଇଁ ବିଜେଡିର ସଭାପତି ନବୀନ ପଟନାୟକ ବ୍ରଜରଜନଗର ପୌରାଞ୍ଚଳରୁ ୩...
Archives


