ଯନ୍ତ୍ରୀରେ ମାଓବାଦୀ-ପୋଲିସ ଗୁଳିବିନିମୟ ଘଟଣା: ଜଣେ ମାଓବାଦୀ ମୃତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି,୨୭।୧୧।(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ତୋଟାଗୁଡା ଜଙ୍ଗଲରେ ଗୁରୁବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ହାଡକୋର ମାଓବାଦୀର ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ମାଓବାଦୀ ଆହତ ହୋଇଥିବା ଜଣାପଡିଛି। ଏଥିସହ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ଏ ନେଇ ଶୁକ୍ରବାର ମାଲକାନଗିରି ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଡିଆଇଜି ସଫିମ୍‌ ଅହମଦ୍‌ କେ ଯୋଗଦେଇ ଏହି ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଏସଏପ୍‌ କମାଣ୍ଡେଣ୍ଟ ଶିବ ଓମ୍‌, ଆର୍‌ଏସ୍‌ଫି, ମାଲକାନଗିରି ଏସ୍‌ପି ହ୍ରିସିକେଷ୍‌ ଡି ଖିଲାରି ପ୍ରମୁଖ ଉପସ୍ଥିତ ଥିଲେ।