ହାତଗୋଡ଼ ବନ୍ଧା ହୋଇ ଜଙ୍ଗଲରେ ପଡ଼ିଥିଲେ ବ୍ୟକ୍ତି, ଉଦ୍ଧାର ସମୟରେ ଯାହା କହିଲେ ସମସ୍ତେ ଆଶ୍ଚର୍ଯ୍ୟ

ବର୍ଲିନ,୭ା୫: ଜର୍ମାନର ଏକ ଜଙ୍ଗଲରୁ ହାତଗୋଡ଼ ବନ୍ଧା ଥିବା ଜଣେ ବ୍ୟକ୍ତିଙ୍କୁ ଜୀବିତ ଭାବେ ଉଦ୍ଧାର କରିଛି ପୋଲିସ। ଜଣେ ୫୧ ବର୍ଷୀୟ ବ୍ୟକ୍ତିଙ୍କୁ ଜଙ୍ଗଲରେ ବନ୍ଧା ହୋଇଥିବା ପୋଲିସ ଦେଖିବାକୁ ପାଇଥିଲା। ପୋଲିସ ପରେ ତାଙ୍କଠାରୁ ଯାହା ଶୁଣିଲା ଆଶ୍ଚର୍ଯ୍ୟ ହୋଇଗଲା। ଜଣେ ସାଇକେଲ ଚାଳକ ଏବଂ ଶିକାରୀ ସେହି ବାଟରେ ଯାଉଥିବା ବେଳେ ଚିତ୍କାର ଶୁଣିଥିଲେ। ପରେ ଜଙ୍ଗଲ ଭିତରକୁ ଯାଇ ଦେଖନ୍ତି ତ ବ୍ୟକ୍ତି ଜଣକ ଏମିତି ହାତଗୋଡ଼ ବନ୍ଧା ହୋଇପଡ଼ିଛନ୍ତି। ପରେ ପୋଲିସକୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିଛି। ବ୍ୟକ୍ତି ଜଣକ ପ୍ୟାଣ୍ଟ ଶର୍ଟ ପିନ୍ଧି ଦଉଡ଼ିରେ ବନ୍ଧା ହୋଇଥିଲେ।

ପୋଲିସ ଏକ ବିବୃତ୍ତିରେ କହିଛି, ଜଣେ ମହିଳା ଏବଂ ଏହି ପୁରୁଷ ଅନ୍‌ଲାଇନରେ ଭେଟିଥିଲେ। ଦୁହେଁ କଥାବାର୍ତ୍ତା ହେବା ପରେ ସେମାନେ ଜଙ୍ଗଲକୁ ଯାଇଥିଲେ। ଯେଉଁଠାରେ ମହିଳା ଜଣଙ୍କ ପୁରୁଷଙ୍କ ହାତ ବାନ୍ଧିଥିଲେ। ମହିଳା ଜଣକ ଏକ ଖେଳ ଖେଳିବାକୁ ଚାହୁଁଥିଲେ। ଠିକ୍‌ ଏହି ସମୟରେ ତାଙ୍କର ଏକ ଫୋନ୍‌ କଲ୍‌ ଆସିଥିଲା। ଆଉ ସେ ହଠାତ୍‌ ସେହି ବ୍ୟକ୍ତିଙ୍କୁ ଜଙ୍ଗଲରେ ଛାଡ଼ି ପଳାଇଥିଲେ।

ପୋଲିସ କହିଛି, ଏହି ବ୍ୟକ୍ତି ଜଣକ ଅଧିକାରୀମାନଙ୍କୁ କହିଥିଲେ ଯେ, ଏହିପରି ପରିସ୍ଥିତି ପାଇଁ ସେ ଏକ ବକ୍ସ କଟର ରଖିଥିଲେ, କିନ୍ତୁ ଯେଉଁଠି କଟର ଥିଲା, ସେପର୍ଯ୍ୟନ୍ତ ପହଞ୍ଚି ପାରିଲେନାହିଁ। ସେ ମହିଳାଙ୍କ ବାନ୍ଧିବାର କ୍ଷମତାକୁ ଭୁଲ୍‌ ଭାବିଥିଲେ।

ଉକ୍ତ ବ୍ୟକ୍ତି ଜଣକ ଆହତ ହୋଇ ମଧ୍ୟ ମହିଳାଙ୍କ ପରିଚୟ ପ୍ରକାଶ କରିବାକୁ ମନା କରିଦେଇଛନ୍ତି। ପୋଲିସ ବିଭିନ୍ନ ଦିଗକୁ ଲକ୍ଷ୍ୟ କରି ସନ୍ଦେହରେ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri