ଶୁଣ୍ଢରେ ଟେକି ଜଣଙ୍କୁ କଚାଡ଼ି କଚାଡ଼ି ମାରିଲା ଦନ୍ତା, ଏଣେତେଣେ ପଡ଼ିଛି ମୃତଦେହର ସବୁ ଅଂଶ

ଜି.ଉଦୟଗିରି,୨୭ା୭(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳରେ ଦୀର୍ଘମାସ ଧରି ଦନ୍ତାହାତୀ ଉପଦ୍ରବ ଚାଲିଥିବା ବେଳେ ଶନିବାର ଏକ ଦନ୍ତାହାତୀ ଜଣଙ୍କୁ ଆକ୍ରମଣ କରି ତାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ପକାଇଛି। ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଜି.ଉଦୟଗିରିଠାରୁ ମାତ୍ର ୨ କିଲୋମିଟର ଦୂର ପାଜିମାହା ଗ୍ରାମ ନିକଟରେ।

ଶନିବାର ଦନ୍ତାହାତୀ ଆକ୍ରମଣରେ ମାଲାସୁଙ୍ଗା ଗ୍ରାମର ସାମନ୍ତ ଦିଗାଲ ନାମକ ଜଣେ ବ୍ୟକ୍ତି(୫୫)ଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ମାଲାସୁଙ୍ଗା ଗ୍ରାମର ସାମନ୍ତ ଦିଗାଲ ସଂଜୀବ ପ୍ରଧାନ ଓ ଅନ୍ୟଜଣେ ବ୍ୟକ୍ତି ପଦାସାହି ଠାରେ ମୂଲ ମଜୁରୀ କାମ ସାରି ଘରକୁ ଫେରୁଥିବା ସମୟରେ ହଠାତ୍‌ ପାଜିମାହା ଠାରେ ଦନ୍ତାହାତୀ ଆକ୍ରମଣ କରିଥିଲା। ଦୁଇଜଣ ସାଥୀ ହାତୀ ଆକ୍ରମଣ ଦେଖି ଦୌଡ଼ି ପଳାଇ ଥିଲେ କିନ୍ତୁ ଦୁର୍ଭାଗ୍ୟବଶତଃ ମୃତ ସାମନ୍ତ ଦିଗାଲଙ୍କୁ ହାତୀ ଶୁଣ୍ଢରେ ଟେକି କଚାଡ଼ି କଚାଡ଼ି ମାରିବା ପରେ ପାଦରେ ଦଳି ଦେଇଥିଲା। ଫଳରେ ଖଣ୍ଡ ଖଣ୍ଡ କରି ଚାରିଆଡ଼େ ମୃତଦେହର ସବୁ ଅଂଶ ପଡ଼ିଥିବା କହିଛନ୍ତି ସାଥିରେ ଯାଉଥିବା ସଂଜୀବ।

ରବିବାର ସକାଳୁ ଜି.ଉଦୟଗିରି ବନ ଅଧିକାରୀ ପ୍ରଶାନ୍ତ ସାହୁ, କଳିଙ୍ଗା ବନଅଧିକାରୀ ରସ୍ମିତା ବକ୍ସି ଓ ଅନ୍ୟମାନେ ତଥା ସ୍ଥାନୀୟ ପୋଲିସ ଏସଡିପିଓ ବିଜୟ କୁମାର ବିଶି, ଆଇଆଇସି ବିଜୟ କୁମାର ସାଇଁ, ଏସଆଇ ରୂପକ ଦଲେଇ, ରଞ୍ଜିତା ବେହେରା, ଏଏସ୍‌ଆଇ ରବୀନ୍ଦ୍ର ସେଠୀ, ବୁଲୁ ବେହେରା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଘଟଣା ବିଷୟରେ ଡିଏଫ୍‌ଓଙ୍କ ସହ ଆଲୋଚନା କରି ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି କହିଥିଲେ। ଖଣ୍ଡ ବିଖଣ୍ଡିତ ମୃତ ଶରୀର ଦେଖି ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ବହୁଦିନ ହେଲା ହାତୀପଲ ଯୋଗୁ ଧନ ଜୀବନ ନଷ୍ଟ ହେଉଥିବା ବେଳେ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ସରକାର କୌଣସି ଠୋସ୍‌ ପଦକ୍ଷେପ ନେଉନାହାନ୍ତି। ଯାହାଫଳରେ ଆଜି ଏହି ଘଟଣା ଘଟିଛି। ଯାଥା ଶୀଘ୍ର ହାତୀପଲ ଆମ ଅଞ୍ଚଳରୁ ଘଉଡ଼ାଇବା ପାଇଁ ଉଚିତ୍‌ ପଦକ୍ଷେପ ନିଅନ୍ତୁ ନଚେତ ଆମେ ଗ୍ରାମବାସୀ ନିଜ ପରିବାର ଲୋକଙ୍କ ଜୀବନ ସୁରକ୍ଷା ପାଇଁ ହାତୀ ମାରିବାକୁ ପଛାଇବୁ ନାହିଁ ବୋଲି ଚେତାବନୀ ଦେଇଥିଲେ। ଏଣେ ତେଣେ ପଡ଼ିଥିବା ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସ୍ଥାନୀୟ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri