ଐଶ୍ୱର୍ଯ୍ୟାଙ୍କ ପାଇଁ ବିଦେଶରୁ ୧୬ କିଲୋର ଏକ ପାର୍ଶଲ ପଠାଇଥିଲେ ଜଣେ ବ୍ୟକ୍ତି: ଖୋଲିଲା ବେଳକୁ…

ବଲିଉଡର ସୁନ୍ଦର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମା’ ହେବା ପରେ ଆଉ ବେଶୀ ଫିଲ୍ମ ଜଗତରେ ସକ୍ରିୟ ନାହାନ୍ତି। କିନ୍ତୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କମିନାହିଁ। ୨୦୦୬ରେ ମୁମ୍ବାଇର ଏକ ଡାକଘରକୁ ଐଶ୍ୱର୍ଯ୍ୟାଙ୍କ ପାଇଁ ନେଦରଲ୍ୟାଣ୍ଡରୁ ୧୬ କିଲୋଗ୍ରାମ ଏକ ପାର୍ଶଲ ଆସିଥିଲା। ଐଶ୍ୱର୍ଯ୍ୟା ରାୟଙ୍କ ଘରର ଠିକଣା ପାର୍ଶଲରେ ଲେଖାଯାଇଥିଲା। ଆୟକର ବିଭାଗର ଅଧିକାରୀମାନେ ସନ୍ଦେହ ଆଧାରରେ ପାର୍ଶଲ ଖୋଲିବାକୁ ଚାହୁଁଥିଲେ। ଏଥିପାଇଁ ଆୟକର ବିଭାଗ ଐଶ୍ୱର୍ଯ୍ୟାଙ୍କ ଠାରୁ ଲିଖିତ ଆକାରରେ ଅନୁମତି ଆଣିବା ପାଇଁ ଏକ ଚିଠି ପଠାଇଥିଲେ। ସେତେବେଳେ ଐଶ୍ୱର୍ଯ୍ୟା ରାୟ ଜୟପୁରରେ ତାଙ୍କ ଚଳଚ୍ଚିତ୍ର ‘ଯୋଦ୍ଧା ଆକବର’ର ଶୁଟିଂ କରୁଥିଲେ। ପରେ ଐଶ୍ୱର୍ଯ୍ୟାଙ୍କ ଅନୁପସ୍ଥିତିରେ ଆୟକର ବିଭାଗ ପାର୍ଶଲ ଖୋଲିବା କ୍ଷଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ପାର୍ଶଲରେ ଡିଭିଡି ପ୍ଲେୟାର ସମେତ ଅନେକ ଇଲେକ୍ଟ୍ରୋନିକ ଗ୍ୟାଜେଟ ରହିଥିଲା। ଏହା ବ୍ୟତୀତ ୁ ଏକ ସାର୍ଟ ଭିତରେ କିଛି ୟୁରୋ ମଧ୍ୟ ରଖାଯାଇଥିଲା। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୧୩ ଲକ୍ଷ ଟଙ୍କା ଥିଲା।
ପାର୍ଶଲ ଖୋଲିବା ପରେ ଆୟକର ବିଭାଗ ଐଶ୍ୱର୍ଯ୍ୟାଙ୍କୁ ନୋଟିସ ପଠାଇ ଏନେଇ ସ୍ପଷ୍ଟୀକରଣ ମାଗିଥିଲେ। ତା’ପରେ ଐଶ୍ୱର୍ଯ୍ୟାଙ୍କ ଓକିଲ କହିଥିଲେ ଯେ, ପାର୍ଶଲ କିଏ ପଠାଇଛନ୍ତି ଐଶ୍ୱର୍ଯ୍ୟା ଜାଣନ୍ତି ନାହିଁ। ତେବେ ଜୟପୁରରୁ ଆସିବା ପରେ ଐଶ୍ୱର୍ଯ୍ୟା ଆୟକର ବିଭାଗକୁ ଭେଟି କହିଥିଲେ ଯେ, ସେ ନିଶ୍ଚିତ ଭାବରେ ଏକ ପୁରସ୍କାର ଶୋ’ ପାଇଁ ନେଦରଲ୍ୟାଣ୍ଡ ଯାଇଛନ୍ତି କିନ୍ତୁ ପାର୍ଶଲ ପଠାଇଥିବା ବ୍ୟକ୍ତିଙ୍କୁ ଜାଣି ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri