Categories: ଫୁରସତ

ଷ୍ଟଣ୍ଟ କରିବା ପଡିଲା ମହଙ୍ଗା

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଛି। ଠିକ୍‌ ସେପରି ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ସୋସିଆଲ ମିଡିଆରେ ଶେୟାର ହୋଇଥିବା ଭିଡିଓରେ ଜଣେ ବ୍ୟକ୍ତି ଚଳନ୍ତା ବାଇକ୍‌ରେ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଛି। ହେଲେ ସେ ଆଗକୁ ଅନେଇକି ବାଇକ୍‌ ଚଳାଉନାହାନ୍ତି ବରଂ ଦକ୍ଷିଣ ପାର୍ଶ୍ୱକୁ ମୁହଁ କରି ଦୁଇଗୋଡ ଯୋଡି ବାଇକ୍‌ ଚଳାଉଛନ୍ତି। ତାହା ପୁଣି ବିନା ହେଲମେଟ ଏବଂ ଟ୍ରାଫିକ୍‌ ନିୟମକୁ ଅବମାନନା କରି, ଯାହାକୁ ନେଇ ଡର୍ଗ ପୋଲିସ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୪,୨୦୦ ଟଙ୍କା ଜରିମାନା କରିଥିଲା। ଏହାସହ ଷ୍ଟଣ୍ଟମ୍ୟାନ, ଟ୍ରାଫିକ୍‌ ନିୟମ ମାନୁ ନଥିବା ଲୋକଙ୍କ ବିରୋଧରେ ଡର୍ଗ ପୋଲିସ କ୍ରମାଗତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଦୟାକରି ଟ୍ରାଫିକ ନିୟମ ପାଳନ କରନ୍ତୁ ବୋଲି ଭିଡିଓ ଶେୟାର କରି ଦୁର୍ଗ ପୋଲିସ କହିଛି। ଏହି ଭିଡିଓଟି ଶେୟାର ହେବା ମାତ୍ରେ ୨ ଲକ୍ଷରୁ ଅଧିକ ୟୁଜର୍ସ ଦେଖିସାରିଲେଣି।

Share