Categories: ଫୁରସତ

ନୁଡଲ୍‌ ପ୍ଲେହାଉସ୍‌

ନୁଡଲ୍‌ ହେଉଛି ପିଲାଙ୍କର ଏକ ପ୍ରିୟ ଖାଦ୍ୟ। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ପ୍ରିୟ ଖାଦ୍ୟକୁ ଜଣେ ବ୍ୟକ୍ତି ପିଲାଙ୍କ ଖେଳିବା ଘରରେ ରୂପାନ୍ତରିତ କରିଦେଇଛନ୍ତି। ଝାଙ୍ଗ ନାମକ ଏହି ବ୍ୟକ୍ତି ଜଣକ ଖରାପ ହୋଇଯାଇଥିବା ନୁଡଲ୍‌ରେ ଉକ୍ତ ଘର ତିଆରି କରିଛନ୍ତି। ତାଙ୍କର ଜଣେ ସାଙ୍ଗ ନୁଡଲ୍‌ ହୋଲସେଲର୍‌ ଅଟନ୍ତି। ତାଙ୍କ ପାଖରେ ଥିବା ଅନେକ ନୁଡଲ୍‌ ପ୍ୟାକେଟ୍‌ ଏକ୍ସପାୟରୀ ତାରିଖ ଅତିକ୍ରମ କରି ସାରିଥିଲା। ତେଣୁ ସେଗୁଡିକୁ ସେ ଫୋପାଡିବାକୁ ଚାହୁଁଥିଲେ। ହେଲେ ଝାଙ୍ଗ ତାଙ୍କୁ ଏମିତି କରିବାକୁ ମନା କରିଥିଲେ। ଆଉ ସେ ସେହି ଖରାପ ନୁଡଲ୍‌କୁ ଆଣି ଘର ଭିତରେ ଏକ ପ୍ଲେହାଉସ୍‌ କରିବା ଆରମ୍ଭ କରିଥିଲେ। ଏଥିରେ ସେ ୨୦୦୦ ପ୍ୟାକେଟ୍‌ ବ୍ୟବହାର କରିଛନ୍ତି। ଏହି ଛୋଟିଆ ପ୍ଲେ ହାଉସ୍‌ରେ ଏକ ନୁଡଲ୍‌ ଖଟ ବି ଅଛି। ଯାହା ଉପରେ ଜଣେ ବଡ ଲୋକ ବି ଆରାମରେ ଶୋଇପାରିବେ। ତା’ସହ ଏକ ଝରକା ବି ଅଛି। ଏହି ଘର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ଘରକୁ ଅନେକେ ପ୍ରଶଂସା କରୁଥିବାବେଳେ କେହି କେହି କହୁଛନ୍ତି ଖରାପ ନୁଡଲ୍‌ରେ ପୋକ ହୋଇପାରେ ଓ ଏହା ପିଲାଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବି ହୋଇପାରେ।

Share