ଶାରୀରିକ ସମ୍ପର୍କ ସମୟରେ କହିବା ସତ୍ତ୍ୱେ ପୁରୁଷ ବନ୍ଧୁ ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ ନ କରିବା ବଳାତ୍କାର ସହ ସମାନ, କାନାଡ଼ା ସୁପ୍ରିମ୍‌ କୋର୍ଟ…

ଅଟଓ୍ବା, ୩୧।୭ : କାନାଡାର ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ପାର୍ଟନରଙ୍କ ଅନୁରୋଧ ପରେ ମଧ୍ୟ ଶାରୀରିକ ସମ୍ପର୍କ ସମୟରେ ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ବ୍ୟବହାର ନକରନ୍ତି, ତେବେ ଏହା ଯୌନ ହିଂସା ପରିସରକୁ ଆସିବ। ଅର୍ଥାତ୍‌ ଏହାକୁ ବଳାତ୍କାର ବୋଲି ବିବେଚନା କରାଯିବ।

ଦ ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ୨୦୧୭ ରେ ଜଣେ ପୁରୁଷ ଏବଂ ଜଣେ ମହିଳା ଅନଲାଇନ ବାର୍ତ୍ତାଳାପ ପରେ ପରସ୍ପର ସହ ଯୋଗାଯୋଗ କରିଥିଲେ। ପରେ ଦୁହେଁ ଶାରୀରିକ ସମ୍ପର୍କ ରଖିବାକୁ ରାଜି ହୋଇଥିଲେ। ମହିଳାଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା ଯେ କହିବା ପରେ ମଧ୍ୟ ପୁରୁଷ ଜଣକ କୌଣସି ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ବ୍ୟବହାର କରି ନଥିଲେ।

ମହିଳା କହିଥିଲେ ଯେ ଶାରୀରିକ ସମ୍ପର୍କ ରଖିଥିବା ବ୍ୟକ୍ତି ତାଙ୍କ ପାଇଁ ଅଜ୍ଞାତ ଥିଲେ। ତେଣୁ ଶାରୀରିକ ସମ୍ପର୍କ ରଖିବା ପରେ ମହିଳା ଜଣକ ଏଚଆଇଭି ପରୀକ୍ଷା କରିଥିଲେ, ଯାହା ଦ୍ୱାରା ସେ ଏଚ୍‌ଆଇଭି ପଜିଟିଭ ହୋଇଛନ୍ତି କି ନାହିଁ ତାହା ଜଣା ପଡିବ। ମହିଳାଙ୍କ ପରିଚୟ ଗୁପ୍ତ ରଖାଯାଇଛି। ଏଥି ସହିତ, ଅଭିଯୁକ୍ତ ହେଉଛନ୍ତି ରସ ମ୍ୟାଙ୍କେଜି କିର୍କପାଟ୍ରିକ। ତାଙ୍କ ବିରୋଧ ମହିଳା ଜଣଙ୍କକ ବଳାତ୍କାର ଅଭିଯୋଗ ଆଣିଛନ୍ତି। ନିମ୍ନ ଅଦାଲତ ମହିଳାଙ୍କ ଅଭିଯୋଗକୁ ଖାରଜ କରି ଦେଇଥିଲେ।

ପରେ ଏହି ବ୍ରିଟିଶ କଲମ୍ବିଆ କୋର୍ଟ ଅଫ ଅପିଲ ଦ୍ୱାରା ନିମ୍ନ ଅଦାଲତଙ୍କ ରାୟକୁ ଖାରଜ କରାଯାଇ କିର୍କପ୍ରାଟିକ୍‌ଙ୍କୁ ଦୋଷର ସାବ୍ୟସ୍ତ କରାଯାଇଥିଲା। ଏହା ପରେ ଅଭିଯୁକ୍ତ କିର୍କପାଟ୍ରିକ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ।

ସୁପ୍ରିମ୍‌ କୋର୍ଟ ଗତ ନଭେମ୍ବରରେ ଏହାର ଶୁଣାଣି ଆରମ୍ଭ କରିଥିଲେ। ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ବିନା ସମ୍ପର୍କ ରଖିବା ଏବଂ ଏହା ସହିତ ସମ୍ପର୍କ ମଧ୍ୟରେ ତୁଳନା କରିବା ମଧ୍ୟରେ ଏକ ମୌଳିକ ତଥା ଗୁଣାତ୍ମକ ପାର୍ଥକ୍ୟ ଅଛି। ୪-୫ ଭୋଟ ପରେ ଏହି ମାମଲାରେ ବେଞ୍ଚ ଏଭଳି ରାୟ ଦେଇଛନ୍ତି। ଏହି ରାୟ ମହିଳାଙ୍କ ସପକ୍ଷରେ ରହିଛି। କୋର୍ଟ କହିଛନ୍ତି ଯେ ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥାର ବ୍ୟବହାର ଅପ୍ରାସଙ୍ଗିକ, ଗୌଣ କିମ୍ବା ଆକସ୍ମିକ ଘଟଣା ହୋଇପାରିବ ନାହିଁ ଯେତେବେଳେ ଅଭିଯୋଗକାରୀ ଏହାର ବ୍ୟବହାର ନେଇ ସହମତି ପ୍ରକାଶ କରିଛନ୍ତି।

ଉଲ୍ଲେଖନୀୟ ବିଷୟ ହେଉଛି, ବ୍ରିଟେନ ଏବଂ ସ୍ବିଜରଲ୍ୟାଣ୍ଡର କୋର୍ଟ ମଧ୍ୟ ଲୋକଙ୍କୁ ଶାରୀରିକ ସମ୍ପର୍କ ସମୟରେ ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ବ୍ୟବହାର ନ କରିବାକୁ ଅପରାଧ ବର୍ଗରେ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri