ପ୍ରେମ ପାଇଁ ପ୍ରେମିକଙ୍କ ଗଲା ଜୀବନ

ରାଉରକେଲା ଅଫିସ,୩।୧୦: ପ୍ରେମ ପାଇଁ ପ୍ରେମିକଙ୍କୁ ହତ୍ୟା କରି ଏକ କୋଇଲା ବୋଝେଇ ଟ୍ରେନ ବଗିରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗରେ ରାଉରକେଲା ପ୍ଲାଣ୍ଟସାଇଟ୍‌ ପୋଲିସ ୬ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଫଟାପାଇପ୍‌ ଅଞ୍ଚଳର ମୂଳବାସିନ୍ଦା ତଥା ଶିବଶଙ୍କର ନଗରରେ ରହୁଥିବା ବିନୋଦ ସିଂ ଓରଫ ବାବୁ (୩୯), ଶିବ ସିଂ ଓରଫ ପାକୁ (୨୬), ଚନ୍ଦନ ସୋନି (୨୩), ବିଶାଲ ରାଠୋର ଓରଫ ପନି (୧୯), ଅଜୟ ସା (୨୨), ରାଜ ସିଂ ଓରଫ ଚକ୍‌ଲେଟ୍‌ (୨୫)। ସମସ୍ତ ଅଭିଯୁକ୍ତଙ୍କୁ ରବିବାର କୋର୍ଟଚାଲାଣ କରାଯାଇଛି। ଏହାସହ ହତ୍ୟାରେ ବ୍ୟବହୃତ ୩ଟି ବେସ୍‌ବଲ ବ୍ୟାଟ୍‌, ଗୋଟିଏ ଲୁହା ପାଇପ୍‌, ଠେଙ୍ଗା, ଲୁହା ବାର୍‌ ସହ ୨ଟି ବାଇକ୍‌ (ନଂ.ଓଡି୧୪ପି-୫୬୬୨) ଓ ଗୋଟିଏ ନମ୍ବର ବିହୀନ ବାଇକ୍‌ ଜବତ କରିଛି। ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ତନାଘନା ଚାଲିଛି ବୋଲି ରବିବାର ପ୍ଲାଣ୍ଟସାଇଟ୍‌ ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାଉରକେଲା ଅତିରିକ୍ତ ଏସ୍‌ପି ବିକ୍ରମ କେଶରୀ ଭୋଇ କହିଛନ୍ତି। ଅତିରିକ୍ତ ଏସ୍‌ପି ଭୋଇ ସୂଚନା ଦେଇ କହିଥିଲେ, ଶ୍ରୀନିବାସ ରାଓ ଓରଫ ସିନୁ(୧୯) ଗୋପବନ୍ଧୁପାଲି ବସ୍ତିରେ ଏକଟୁଆ ଘର ଭଡା ନେଇ ରହି ସ୍ଥାନୀୟ ପାୱାରହାଉସ୍‌ ରୋଡ୍‌ ଅଞ୍ଚଳର ଏକ ଡକି ଶୋରୁମ୍‌ରେ କାମ କରୁଥିଲେ। ଫଟାପାଇପ୍‌ ଶିବଶଙ୍କର ନଗର ବସ୍ତିର ଜଣେ ଯୁବତୀ ଓ ଶ୍ରୀନିବାସଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଶ୍ରୀନିବାସ ଗୋଟିଏ ମୋବାଇଲ କିଣି ସମ୍ପୃକ୍ତା ଯୁବତୀଙ୍କୁ ଦେଇଥିଲେ। ଏହାକୁ ଯୁବତୀଙ୍କ ବାପା ବିନୋଦ ବିରୋଧ କରିଥିଲେ। ଶ୍ରୀନିବାସ ଏହାକୁ ଖାତିର ନ କରି ପ୍ରତିଦିନ ବିଳମ୍ବିତ ରାତି ଯାଏ ଯୁବତୀଙ୍କ ସହ କଥାବାର୍ତ୍ତା ହେଉଥିଲେ। ଗତ ସେପ୍ଟେମ୍ବର ୨୪ ତାରିଖ ରାତି ୧୦ଟାରେ ବିନୋଦ ତାଙ୍କର କିଛି ସହଯୋଗୀଙ୍କୁ ଦୁଇଟି ବାଇକ୍‌ରେ ଶ୍ରୀନିବାସଙ୍କୁ ଗୋପବନ୍ଧୁପାଲିରୁ ଉଠାଇ ଆଣିଥିଲେ। ଏହାପରେ ଫଟାପାଇପ୍‌ ନିକଟରେ ତାଙ୍କୁ ଲୁହାପାଇପ୍‌, ବେସବଲ ବ୍ୟାଟ ଓ ଲାଠିରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ଶ୍ରୀନିବାସଙ୍କ ମୃତ୍ୟୁ ହୋଇଥିଲା। ଅଭିଯୁକ୍ତମାନେ ଧରା ପଡିଯିବା ଭୟରେ ମୃତଦେହକୁ ଏକ କୋଇଲା ଟ୍ରେନ ବଗିରେ ଫିଙ୍ଗି ଦେଇଥିଲେ। ଉକ୍ତ ଟ୍ରେନ୍‌ ରାୟଗଡ଼ସ୍ଥିତ ଜିନ୍ଦଲ ପ୍ଲାଣ୍ଟରେ କୋଇଲା ଖାଲି କରୁଥିବାବେଳେ ମୃତଦେହ ଦେଖି ରାୟଗଡ ଜିଆରପି ରାଉରକେଲା ଜିଆରପି ପୋଲିସକୁ ଖବର ଦେଇଥିଲା। ଅନ୍ୟପକ୍ଷେ ଶ୍ରୀନିବାସଙ୍କ ବଡ ଭଉଣୀ ଶିବାଙ୍ଗୀ ରାଓ ତାଙ୍କ ଭାଇ ନିଖୋଜ ଥିବା ନେଇ ପ୍ଲାଣ୍ଟସାଇଟ୍‌ ଥାନାରେ ଗତ ସେପ୍ଟେମ୍ବର ୨୬ ତାରିଖରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ଏକ ମାମଲା (ନଂ.୩୮୦/୨୨) ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଗତ ୨୭ ତାରିଖରେ ପ୍ଲାଣ୍ଟସାଇଟ୍‌ ପୋଲିସର ଏକ ସ୍ବତନ୍ତ୍ର ଦଳ ରାୟଗଡ ଯାଇ ଶ୍ରୀନିବାସଙ୍କ ମୃତଦେହକୁ ରାଉରକେଲା ଆଣିଥିଲା। ଏ ନେଇ ରାୟଗଡ଼ ଜିଆରପି ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୫୯/୨୨) ମାମଲା ରୁଜୁ ହୋଇଛି। ମୃତକଙ୍କ ଶରୀରରେ ବହୁ କ୍ଷତଚିହ୍ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣି ତଦନ୍ତ କରିଥିଲା ଏବଂ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri