ଶେଷ ୧୪ ମିନିଟ୍‌ର ଫୋନ୍‌ କଥାବାର୍ତ୍ତାରୁ ବହୁ ଗୁପ୍ତ ରହସ୍ୟ ପର୍ଦ୍ଦାଫାଶ୍‌…

କାବୁଲ/ଓ୍ବାଶିଂଟନ,୧।୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ତାଙ୍କ ଆଫଗାନିସ୍ତାନ ପ୍ରତିପକ୍ଷ ଅଶରଫ ଘନିଙ୍କ ମଧ୍ୟରେ ହୋଇଥିବା ଶେଷ ୧୪ ମିନିଟ୍‌ର ଫୋନ୍‌ କଥାବାର୍ତ୍ତାରୁ ବହୁ ଗୁପ୍ତ ରହସ୍ୟର ପର୍ଦ୍ଦାଫାଶ୍‌ ହୋଇଛି। ଘନିଙ୍କୁ ଶେଷ ଫୋନ କଲରେ ବାଇଡେନ୍‌ ଏକ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ତାଲିବାନ ବିରୁଦ୍ଧରେ ଚାଲିଥିବା ଲଢ଼େଇ ବିଷୟରେ ଆଲୋଚନା ହୋଇଥିଲା।

ନ୍ୟୁଜ ଏଜେନ୍ସି ରଏଟର୍ସ ଦାବି କରିଛି ଯେ ଜୁଲାଇ ୨୩ରେ ବାଇଡେନ ଏବଂ ଘନିଙ୍କ ମଧ୍ୟରେ ଫୋନ୍‌ରେ ଆଲୋଚନା ହୋଇଥିଲା। ଆଫଗାନିସ୍ତାନକୁ ପ୍ରଦାନ କରାଯାଉଥିବା ସହାୟତା ଉପରେ ଚର୍ଚ୍ଚା ହୋଇଥିଲା। ଏହା ସହିତ ଏହି ଲଢ଼େଇ ନେଇ ଏବେ ନିଜର ଭାବମୂର୍ତ୍ତିରେ ପରିବର୍ତ୍ତନ ଆଣିବା ପାଇଁ ବାଇଡେନ୍‌ ସୂଚନା ଦେଇଥିଲେ। ଏହି ଫୋନ୍‌ କଥାବାର୍ତ୍ତାର ଏକ ମାସ ମଧ୍ୟରେ ତାଲିବାନ ନାଟକୀୟ ଭାବେ ସମଗ୍ର ଦେଶକୁ କାବୁ କରି ନେଇଥିଲା। ଏହି ଫୋନ କଥାବାର୍ତ୍ତାର ପ୍ରାୟ ଦୁଇ ସପ୍ତାହ ପରେ ଘନି କାବୁଲ ଛାଡିଥିଲେ। ୧୫ ଅଗଷ୍ଟରେ ତାଲିବାନ କାବୁଲରେ ରାଷ୍ଟ୍ରପତି ଭବନକୁ କାବୁ କରିଥିଲା। ସେହିପରି ଏହାର ମାତ୍ର ୧୫ ଦିନ ପରେ ଅଗଷ୍ଟ ୩୧ରେ ଆମେରିକା ସଂପୂର୍ଣ୍ଣ ଭାବେ ଆଫଗାନିସ୍ତାନ ଛାଡିଥିଲା। ଏହା ସହିତ ଦୀର୍ଘ ୨୦ ବର୍ଷ ଯୁଦ୍ଧର ସମାପ୍ତି ଘଟିଥିଲା। ରଏଟର୍ସ ଅନୁଯାୟୀ ସାମରିକ ସହାୟତା ଯୋଗାଇ ଦେବାକୁ ବାଇଡେନ୍‌ ଘନିଙ୍କୁ କହିଥିଲେ। ତାଲିବାନକୁ ରୋକିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ଆମେରିକା ପକ୍ଷରୁ ବାୟୁସେନା ସହାୟତା ଜାରି ରହିବ, କିନ୍ତୁ ପରବର୍ତ୍ତୀ ଯୋଜନା କ’ଣ ତାହା ଆମେ ଜାଣିବା ଉଚିତ ବୋଲି ବାଇଡେନ୍‌ କହିଥିଲେ।

ଏହି ଫୋନ କଥାବାର୍ତ୍ତାର କିଛି ଦିନ ପୂର୍ବରୁ ଆଫଗାନିସ୍ତାନ ସେନାକୁ ସମର୍ଥନ କରି ତାଲିବାନ ବିରୋଧରେ ଆମେରିକା ଏୟାର ଷ୍ଟ୍ରାଇକ ମଧ୍ୟ କରିଥିଲା। ଆମେରିକାର ରାଷ୍ଟ୍ରପତି ଚାହୁଁଥିଲେ ଯେ ତତ୍‌କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ବିସ୍ମିଲ୍ଲା ଖାଁଙ୍କୁ ତାଲିବାନ ବିରୋଧରେ ଲଢ଼ିବାର ଦାୟିତ୍ୱ ଦିଆଯାଉ। ଆଫଗାନିସ୍ତାନ ଏହାର ଯୋଜନା ପ୍ରସ୍ତୁତ କରିବା ଉଚିତ। ବିସ୍ମିଲ୍ଲା ଖାଁଙ୍କୁ ଦାୟିତ୍ୱ ଦେବା ପରେ ଆମେରିକା ସହାୟତା ବୃଦ୍ଧି କରିବାକୁ ପ୍ରସ୍ତୁତ ଥିଲା। ବାଇଡେନ୍‌ଙ୍କ ପକ୍ଷରୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା ଯେ, ଆମେରିକା ସୈନ୍ୟଙ୍କ ଦ୍ୱାରା ପ୍ରସ୍ତୁତ ୩ ଲକ୍ଷ ଆଫଗାନିସ୍ତାନ ସୈନିକ ୭୦-୮୦ ହଜାର ତାଲିବାନୀଙ୍କ ସହିତ ଲଢ଼ି ପାରିବେ।

ତେବେ ଏହି ବାର୍ତ୍ତାଳାପର ମୁଖ୍ୟ ଧ୍ୟାନ ଆଫଗାନିସ୍ତାନ ସରକାରଙ୍କ ମନୋଭାବ ଉପରେ ଥିଲା। ବାଇଡେନଙ୍କ ଦ୍ୱାରା ଉଦବେଗ ପ୍ରକାଶ ପାଇଥିଲା ଯେ ତାଲିବାନ ବିରୋଧୀ ଲଢ଼େଇ ପାଇଁ ଘନି ସରକାରଙ୍କ ମନୋଭାବ ଗମ୍ଭୀର ନୁହେଁ, ଯାହା ଅନ୍ତର୍ଜାତୀୟସ୍ତରରେ ଭୁଲ ବାର୍ତ୍ତା ପଠାଉଛି। ଆଫଗାନିସ୍ତାନର ସମଗ୍ର ରାଜନୈତିକ ନେତୃତ୍ୱ ଏକତ୍ରିତ ହୋଇ ଏକ ଗଣମାଧ୍ୟମ ସମ୍ମିଳନୀ କରିବା ଆବଶ୍ୟକ। ତାଲିବାନ ବିରୋଧରେ ରଣନୀତି ଘୋଷଣା କରିବା ଉଚିତ ଯାହା ଦ୍ୱାରା ଭାବମୂର୍ତ୍ତି ପରିବର୍ତ୍ତନ ହୋଇପାରିବ ବୋଲି ପରାମର୍ଶ ଦେଇଥିଲେ।

ରଏଟର୍ସ ଦାବି କରିଥିବା ବାର୍ତ୍ତାଳାପରୁ ଲାଗୁଛି ଯେ ଆମେରିକାର ରାଷ୍ଟ୍ରପତିଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ରୂପେ ବଦଳିବାକୁ ଯାଉଛି। ବାର୍ତ୍ତାଳାପରେ ଆମେରିକାର ରାଷ୍ଟ୍ରପତି ଘନିଙ୍କୁ ପାକିସ୍ତାନ ବିଷୟରେ ଚେତାବନୀ ଦେଇଛନ୍ତି। ରଏଟର୍ସ ଅନୁଯାୟୀ, ଘନି କହିଥିଲେ ଯେ ତାଲିବାନ ପୁରା ଶକ୍ତି ସହିତ ପୁଣି ଥରେ ଆକ୍ରମଣ କରୁଛି। ଏଥିରେ ପାକିସ୍ତାନରୁ ତାଲିବାନକୁ ସମ୍ପୂର୍ଣ୍ଣ ସମର୍ଥନ ଦିଆଯାଉଛି। ଏହା ବ୍ୟତିତ ପାକିସ୍ତାନରୁ ୧୦-୧୫ ହଜାର ଆତଙ୍କବାଦୀ ମଧ୍ୟ ଆଫଗାନିସ୍ତାନ ଆସିଛନ୍ତି। ତାଲିବାନ ଏବଂ ପାକିସ୍ତାନୀ ଆତଙ୍କବାଦୀମାନେ ଆଫଗାନିସ୍ତାନ ସେନା ବିରୋଧରେ ଲଢ଼େଇ କରୁଛନ୍ତି।

ରଏଟର୍ସ ପକ୍ଷରୁ ଏହି ବାର୍ତ୍ତାଳାପ ସମ୍ପର୍କରେ ହ୍ବାଇଟ ହାଉସ ଏବଂ ଘନିଙ୍କ କାର୍ଯ୍ୟାଳୟରୁ ସ୍ପଷ୍ଟୀକରଣ ମଗା ଯାଇଥିଲା। ମାତ୍ର କୌଣସି ମିଳି ନ ଥିଲା। ଏଥି ସହିତ ୱାଶିଂଟନରେ ଥିବା ପାକିସ୍ତାନ ଦୂତାବାସ ପାକିସ୍ତାନୀ ବିରୋଧୀ ସମସ୍ତ ଅଭିଯୋଗକୁ ମନଗଢ଼ା ବୋଲି କୁହାଯାଇଥିଲା।

ପୂର୍ବରୁ ସେପ୍ଟେମ୍ବର ୧୧ ସୁଦ୍ଧା ଆମେରିକା ସୈନ୍ୟବାହିନୀ କାବୁଲ ଛାଡ଼ିବା ନେଇ ସମୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଫୋନ୍‌ କଥାବାର୍ତ୍ତା ପରେ ଆମେରିକା ଅଗଷ୍ଟ ୩୧ ସୁଦ୍ଧା ସୈନ୍ୟ ପ୍ରତ୍ୟାହାର ବିଷୟରେ କହିଥିଲା। ଫୋନ କଲ ହେବାର କିଛି ଦିନ ପୂର୍ବରୁ ଆଫଗାନିସ୍ତାନରେ ଆମେରିକା ଏହାର ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ବେସ ମଧ୍ୟ ବନ୍ଦ କରିଦେଇଥିଲା। ପରେ ଅଗଷ୍ଟ ପ୍ରଥମ ସପ୍ତାହରେ ଆଫଗାନିସ୍ତାନର ବିଭିନ୍ନ ସହର ଏବଂ ପ୍ରଦେଶକୁ ତାଲିବାନ ନିୟନ୍ତ୍ରଣ କରୁଥିବା ଖବର ଆସିଥିଲା। ଏବେ ଏହି ଶେଷ ଫୋନ୍‌ କଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri