ହାରିଯାଇଥିବା ଲୋକ

ହାରିଯାଇଥିବା ଲୋକର କି ଅଛି, ଜିଇଲେ ଜିଇଲା ନ ହେଲେ ନାହିଁ। ଗୋଟିଏ କାହାଣୀ କହିବାର ଥିଲା, କହିଲେ କହିଲା, ନ ହେଲା ନାହିଁ। ସୁଖ ତ ମିଳିଲା ଏମିତି ନକଲି, ଦୁଃଖ ବି ଦେଖିଲେ ଦେଉଛି ହସି। ଆଉ କୋଉଁ ସୁଖ ବାକି ଅଛି କହ, ମିଳିଲେ ମିଳିଲା ନ ହେଲେ ନାହିଁ…। ଓଡ଼ିଆ ଆଧୁନିକ ସଙ୍ଗୀତର କାଳଜୟୀ ସ୍ରଷ୍ଟା ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତର ଅକ୍ଷୟଧାରା ଯୁଗେଯୁଗେ ରହିଥିବ। ମୃତ୍ୟୁ ପୂର୍ବରୁ ତାଙ୍କ ଜୀବନର ଏଇ ଶେଷ ସଙ୍ଗୀତ ପ୍ରତ୍ୟେକ ଅକ୍ଷୟପ୍ରେମୀଙ୍କୁ ବିଶେଷ ଭାବରେ ତନ୍ମୟ, ବିଭୋର, ମନ୍ତ୍ରମୁଗ୍ଧ ଓ ଭାବପ୍ରବଣ କରିବ ନିଶ୍ଚୟ।
ଗୀତର ପ୍ରଥମ ପଙ୍‌କ୍ତି; ”ହାରିଯାଇଥିବା ଲୋକର କି ଅଛି, ଜିଇଲେ ଜିଇଲା ନ ହେଲେ ନାହିଁ“; କେତେ ମାର୍ମିକ, କେତେ ଭାବପୂର୍ଣ୍ଣ ସତରେ! ପୂରା ଗୀତଟିକୁ ଏ ପ୍ରଥମ ପଙ୍‌କ୍ତି ହିଁ ଯଥାର୍ଥ ପ୍ରତିନିଧିତ୍ୱ କରୁଛି। ଜିଇଲେ ଜିଇଲା, ନ ହେଲେ ନାହିଁ; ଯୋଡ଼ିଏ ପସନ୍ଦ ବା ବିକଳ୍ପରୁ ଗୋଟିକୁ ବାଛିବାକୁ ହେବ ଆମ ସଭିଙ୍କୁ। ଏଇଟା ନୋହିଲେ ସେଇଟା: ଜିଇଲେ ଜିଇଲା ନ ହେଲେ ନାହିଁ ! ଅର୍ଥାତ୍‌ ବଞ୍ଚିବା ନଚେତ୍‌ ମରିବା ! ଦ୍ୱିତୀୟ ପସନ୍ଦ ବା ବିକଳ୍ପ ନୁହେଁ, ବରଂ ପ୍ରଥମ ବିକଳ୍ପ ଅତ୍ୟନ୍ତ ସ୍ବାଗତଯୋଗ୍ୟ ଓ ବେଶ୍‌ ପ୍ରଶଂସନୀୟ। ହଁ ନିଶ୍ଚୟ ଜିଇରହିବା ନିହାତି ଦର୍କାର। ଜୀବନ ଏକ ସଂଗ୍ରାମ! ଏ ସଂଗ୍ରାମରେ ହାରଜିତ୍‌ ଲାଗିରହିଛି। ଜିତିଗଲେ ସଫଳତା, ଶତ୍ରୁ ନିରସ୍ତ୍ର, ପରାସ୍ତ ହେବା ଥୟ! ହାରିଗଲେ, ନକାରାତ୍ମକ ଚିନ୍ତାରେ ଧନ୍ଦିହେବା ସାର! ତେବେ ନ ହେଲେ ନାହିଁ, କ’ଣ ପାଇଁ? ପରାଜୟରେ ଭଗ୍ନମନୋରଥ ନ ହୋଇ ବରଂ ଅଣ୍ଟାସଳଖି ପୁଣି ଲଢ଼େଇ ପାଇଁ ମୈଦାନକୁ ଓହ୍ଲେଇବା ହିଁ ଯଥାର୍ଥ ନିର୍ଣ୍ଣୟ। ଅତଏବ ସଂଘର୍ଷ କରି ଯିଏ ଜୀବନ ଜିଇପାରିବ, ସେ ଦୁନିଆରେ ନିଶ୍ଚେ ପରିଚୟ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିବ।
ଅବଶ୍ୟ ଆମ ସଭିଙ୍କ ଜୀବଦ୍ଦଶାରେ କେତେବେଳେ ନା କେତେବେଳେ ପରିସ୍ଥିତି ଏମିତି ଆସେ, ଲାଗେ ଯେଉଁ ଡାଳ ଆମେ ଧରୁଛୁ, ସେ ଡାଳ ଭାଙ୍ଗିପଡୁଛି, ଯେଉଁ ବାଟ ଧରୁଛୁ, ସେ ବାଟ ଅବାଟ ହୋଇଯାଉଛି, ଯାହାକୁ ଭରସା କରୁଛୁ, ସେ ଦୂରେଇ ଯାଉଛି ପାଖରୁ। ଅସହାୟତା, ବିଫଳତା, ବିପର୍ଯ୍ୟୟ ଗୋଟାପଣେ ଆବୋରି ବସେ ସମଗ୍ର ବ୍ୟକ୍ତିସତ୍ତାକୁ। ପରାଜୟର ଗ୍ଲାନି, ଅଥୟ, ଅବସନ୍ନ ଭାରାକ୍ରାନ୍ତ କରେ ଜୀବନକୁ। ପରାଜୟ କି ହାରିଯିବା ଏକ ଅଭାବବୋଧ, ଅବସୋସ, ଅନ୍ତର୍ଦହନ, ଗ୍ଲାନି କି ହୀନମନ୍ୟତାବୋଧ ନୁହଁ, ବରଂ ଏହା ଏକ ସୁଯୋଗର ଅନୁକ୍ରମ, ଭାଗ୍ୟର ସଂଯୋଗ!
ସୁନ୍ଦର ଓ ଶିକ୍ଷଣୀୟ ଉପଲବ୍ଧି ଏହି କି ଯେ, ନିରନ୍ତର ନିଷ୍ଠା, ପ୍ରଚେଷ୍ଟା, ଇଚ୍ଛାଶକ୍ତି ଆଗରେ ସବୁ ସମସ୍ୟା, ଆହ୍ବାନ, ଦୁର୍ଘଟଣା, ବିସମ୍ବାଦ, ବିପର୍ଯ୍ୟୟ ହାର୍‌ ମାନିବାକୁ ବାଧ୍ୟ। କେହି ଦୃପ୍ତ କଣ୍ଠରେ କହିପାରିବେ ନାହିଁ; ”ହଁ ମୁଁ ସବୁକ୍ଷେତ୍ରରେ ସଫଳ, ସବୁକ୍ଷେତ୍ରରେ ବିଜୟୀ!“ ଜୀବନରେ କୋଉଁଠି ନା କୋଉଁଠି କେତେବେଳେ ନା କେତେବେଳେ ବିଫଳ ହେବା,ପରାଜୟ ବରଣ କରିବା ନିଶ୍ଚିତ। ପ୍ରେମରେ ବିଫଳ, ନିଯୁକ୍ତି ପାଇବାରେ ଓ ପଦୋନ୍ନତି ପାଇବାରେ ବିଫଳ, ସାଧନାରେ ବିଫଳ, ବ୍ୟବସାୟରେ ବିଫଳ, ଅନ୍ୟର ହୃଦୟକୁ ଜୟ କରିବାରେ ବିଫଳ, କ୍ରୀଡା, ସଙ୍ଗୀତ, ସାହିତ୍ୟ, ରାଜନୀତି ଇତ୍ୟାଦି ଇତ୍ୟାଦି ପ୍ରତିଯୋଗିତାରେ ହାରିଯାଇ ବିଫଳ ହେବା ସ୍ବାଭାବିକ ବିଷୟ।
ତେବେ ଏସବୁ ପ୍ରତିବନ୍ଧକ, ପ୍ରତିକୂଳ ପରିସ୍ଥିତିରେ ବିଚଳିତ, ବ୍ୟଥିତ, ଧୈର୍ଯ୍ୟଚ୍ୟୁତ, ମର୍ମାହତ, କାତର ନ ହୋଇ ଶାନ୍ତ, ନୀରବ, ଅବିଚଳିତ, ସ୍ଥିରଚିତ୍ତ, ଧୈର୍ଯ୍ୟଶୀଳ ହେବା ହାରିଯାଇଥିବା ଲୋକର ସର୍ବଶ୍ରେଷ୍ଠ ଭୂଷଣ! ହାରିଯାଇଥିବା ଲୋକ ବେଶ୍‌ ଭଲଭାବରେ ବୁଝିପାରେ, ତା’ର ସ୍ଥିତାବସ୍ଥା ଓ ପୁନଃ ଗତିଶୀଳତା ସମ୍ପର୍କରେ। ସେ ମଧ୍ୟ ଭଲଭାବରେ ହିସାବ କରିପାରେ, ତା’ର ଶକ୍ତି, ସାମର୍ଥ୍ୟ, ଦୁର୍ବଳତା, ଅସାମର୍ଥ୍ୟ ସମ୍ପର୍କରେ। ତା’ର ଉଦ୍ୟମ, ମେହନତ, ସାଧନାର ରୂପରେଖକୁ ସେ ଆଙ୍କିପାରେ ଏବଂ ନିଜର କ୍ଷେତ୍ର, ସୀମାସରହଦ ଭିତରେ ସେ ସର୍ବଦା ରହିବାକୁ ଉଚିତ ମନେକରେ। ହାରିଯାଇଥିବା ଲୋକ କେବେ ନିଜର ଅଧିକାର ପାଇଁ ତୁମୁଳ କାଣ୍ଡ ଭିଆଏ ନାହିଁ କି ନିଜର ବୃଥା ଅହଙ୍କାର ଦେଖେଇବାର ଶୋ’ ବାଜି କି ଆସ୍ପର୍ଦ୍ଧା କରେନାହିଁ।
ଇତିହାସ ହିଁ ଯଥେଷ୍ଟ। କାରଣ, ଇତିହାସ ମୂକସାକ୍ଷୀ ଅଛି, ହାରିଯାଇଥିବା ତକ୍ଷଶୀଳାର ରାଜା ପୁରୁ ବିଶ୍ୱବିଜୟୀ ଗ୍ରୀକ୍‌ ସମ୍ରାଟ ଆଲେକ୍‌ଜାଣ୍ଡାରଙ୍କୁ କେମିତି ଶବ୍ଦ ଶିଖେଇଥିଲା !
ପରାଜୟୀ ପୁରୁଙ୍କୁ ବିଜୟୀ ଆଲେକ୍‌ଜାଣ୍ଡାରଙ୍କ ପ୍ରଶ୍ନ ଥିଲା; ”ଆପଣ (ମୋ ପାଖରୁ) କେଉଁ ଭଳି ବ୍ୟବହାର ଚାହୁଁଛନ୍ତି?“ ପରାଜୟ ଗ୍ଲାନିରେ ମ୍ରିୟମାଣ ନ ହୋଇ ରାଜା ପୁରୁ ନିର୍ଭୀକ ଓ ଦୃଢ଼ ଉତ୍ତର ଦେଇଥିଲେ, ”ଯେପରି ଜଣେ ରାଜା ଅନ୍ୟ ଏକ ରାଜାଙ୍କୁ ବ୍ୟବହାର ପ୍ରଦର୍ଶନ କରିଥାନ୍ତି, ମୁଁ ଠିକ୍‌ ସେଇ ବ୍ୟବହାର ଆପଣଙ୍କଠାରୁ ଚାହୁଁଛି।“
ଅନ୍ୟମାନଙ୍କୁ ଆଦର, ସ୍ନେହ, ସମ୍ମାନ ଦେବା, ପରସ୍ପର ଭିତରେ ପ୍ରେମ, ଦୟା, କ୍ଷମା, ତ୍ୟାଗ, କରୁଣା, ସମ୍ପର୍କ, ଭଲପାଇବାର ବାର୍ତ୍ତା ବାଣ୍ଟିବା, ହାରିଯାଇଥିବା ଲୋକର ନିରୁତା ଆତ୍ମତୃପ୍ତି, ପରମ ଆନନ୍ଦ! ଅଥଚ ଜିତିଯାଇଥିବା ଲୋକମାନଙ୍କ ଗତିବିଧି, ଚାଲିଚଳନ, ହାବଭାବ, ଆଚାରବିଚାରକୁ ଅତିନିକଟରୁ ଦେଖି, ପରଖି, ଜାଣିବା ଓ ବୁଝିବାର ଯଥେଷ୍ଟ ଆବଶ୍ୟକତା ରହିଛି। ସମୟ ଆସିବ, ଆପଣ ବି କହିବାକୁ ବାଧ୍ୟ ହେବେ;‘ହେଃ ଭଲକରି ଚିହ୍ନ ଭ୍ରାତାଙ୍କ ବଦନ!’
ଅତଏବ ଜୀବନ ଯୁଦ୍ଧରେ କେବେ କେମିତି ହାରିଯାଇଥିବା ବା ହାରିଯାଉଥିବା ଲୋକ ଅନ୍ୟର ହୃଦୟକୁ ଜୟ କରିପାରେ ବିଭିନ୍ନ ଭାବରେ। ହାରିଯାଇଥିବା ଲୋକର ମନଫୁଲ ଆସ୍ତେ ଆସ୍ତେ ମଉଳିଯିବ,ହୃଦୟ ମୀନାର୍‌ ଭାଙ୍ଗି ଚୂରମାର୍‌ ହୋଇଯିବ ବୋଲି ଯେ କହେ, ସେ ହିନ୍ଦୀ ଫିଲ୍ମ ବାଜିଗର୍‌ରେ ବାଜିଗର୍‌ ଭୂମିକାକୁ ନିଖୁଣ ଭାବେ ନିଭେଇଥିବା ଶାହରୁଖ ଖାଁଙ୍କର ଦମ୍‌ଦାର ଡାଇଲଗକୁ ନିହାତି ମନେପକେଇବା ଉଚିତ। ‘ହାର୍‌ କେ ଜିତ୍‌ ନେ ୱାଲେକୋ ବାଜିଗର୍‌ କେହେତେ ହୈ! ହାଃ ହାଃ ହାଃ। କିଂ ଅଧିକଂ ?
ବୀମାବିହାର, ମର୍କତନଗର, ସେକ୍ଟର୍‌-୬, କଟକ, ମୋ: ୯୪୩୭୦୯୦୯୮୫


Enter your email to get our daily news in your inbox.

All Right Reserved By Dharitri.Com

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri