Categories: ଫୁରସତ

ଦୁଇପଟେ ଚାହିଁ ରହିଥିଲା ମୃତ୍ୟୁ : ବିଲେଇକୁ ମାରି ଏଭଳି ଖାଇଲା ବାଘ; ଲୋମ ଟାଙ୍କୁରା ଭାଇରାଲ ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବାଘ ଓ ବିଲେଇକୁ ଦେଖିବାକୁ ମିଳୁଛି। ଗୋଟେପଟେ ବିଲେଇ ପାଇଁ ବାଘ ମୃତ୍ୟୁ ହୋଇ ଛିଡ଼ା ହୋଇଥିବା ବେଳେ ଅନ୍ୟପଟେ ଅଛି ଗଭୀର କୂଅ। ତେବେ ସେ ଯେଉଁପଟକୁ ଯିବେ ସେପଟେହିଁ ମୃତ୍ୟୁ ତାର ବାଟ ଚାହିଁ ବସିଛି। ତେଣୁ ସେ ନିରୁପାୟ ହୋଇ ବାଘଠାରୁ ବଞ୍ଚିବା ପାଇଁ ଶତ ଚେଷ୍ଟା କଲେ ମଧ୍ୟ ପାରିଲାନି। ପରେ ବାଘଟି ବିଲେଇକୁ ଏପରି ଖାଉଛି ଯାହାକୁ ଦେଖିଲେ ଲୋମ ଟଙ୍କୁରି ଉଠିବ। ଏହି ଘଟଣାଟି ମହାରାଷ୍ଟ୍ର ନାସିକ୍‌ରେ ଘଟିଛି। ବିଲେଇକୁ ଗୋଡ଼ାଇ ଗୋଡ଼ାଇ ବାଘଟି କୂଅରେ ପଡ଼ିଯାଇଥିଲା। ପରେ ତାକୁ ଉଦ୍ଧାର କରାଯାଇଥିଲା। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁରେନ୍ଦ୍ର ମେହେରା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share