ପାଟଣା,୨୨ା୮(ବୀରକିଶୋର ଦାଶ): ଦକ୍ଷିଣକୋରିଆର ଜଣାଶୁଣା କମ୍ପାନୀ ପୋସ୍କୋ ଏବଂ ଭାରତର ଜେଏସ୍ଡବ୍ଲ୍ୟୁର ମିଳିତ ସହଯୋଗରେ କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ରାଜ୍ୟର ଦ୍ବିତୀୟ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। କେନ୍ଦୁଝର ଜିଲାବାସୀ୍ଙ୍କ ଦୀର୍ଘଦିନର ଦାବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସଫଳ ରୂପାୟନ ହେବାକୁ ଯାଉଥିବାରୁ କେନ୍ଦୁଝର ଜିଲାର ବିଭିନ୍ନ ବର୍ଗର ଲୋକମାନେ ରାଜ୍ୟ ଗେଷ୍ଟ୍ ହାଉସ୍ରେ ମୁଖ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଶେଷକରି ପାଟଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସଙ୍ଗଠନ ତରଫରୁ ମୁଖ୍ୟ ମନ୍ତ୍ରୀଙ୍କ ଏତାଦୃଶ ପଦକ୍ଷପ ପାଇଁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି।
ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଅଞ୍ଚଳବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ପାଟଣାବାସୀଙ୍କ ଦୀର୍ଘଦିନର ସ୍ବପ୍ନ ସାକାର ହେବାକୁ ଯାଉଛି। ୫୦ହଜାର କୋଟି ଟଙ୍କାର ମେଗା ଷ୍ଟିଲ୍ ପ୍ଲାଣ୍ଟ ସେ ଆମକୁ ଉପହାର ଦେଇଛନ୍ତି। ଏଣୁ ମୋ ନିର୍ବାଚନ ମଣ୍ଡଳୀବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ସାଧୁବାଦ ଜଣାଉଛି। ଏଥିରେ ତେଲକୋଇ ବିଧାୟକ ଡ. ଫକୀର ମୋହନ ନାଏକ, ପୂର୍ବତନ ଜିଲା ଭାଜପା ସଭାପତି ରାଧାକାନ୍ତ ମହାନ୍ତଙ୍କ ନେତୃତ୍ୱରେ ପାଟଣା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି, ଜିଲା ଭାଜପା ସଭାପତି ଶୁକଦେବ ମହାନ୍ତ, ରାଜ୍ୟ କୃଷକ ମୋର୍ଚ୍ଚା ସଭା ପତି ମହେଶ୍ୱର ସାହୁ, ପୂର୍ବତନ ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଏମ୍ପିଙ୍କ ପାଟଣା ବ୍ଲକ ପ୍ରତିନିଧି ପ୍ରହଲ୍ଲାଦ ପଲେଇ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ, ପୂର୍ବତନ ସାହାରପଡ଼ା ବ୍ଲକ ଅଧ୍ୟକ୍ଷ ଗୌତମ ନାଏକ, ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ବଡ଼ ପାଟଣା ସରପଞ୍ଚ ବିନତି ବାନାରା, ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକଙ୍କ ନେତୃତ୍ୱରେ ବ୍ଲକରୁ ୨୬ ପଞ୍ଚାୟତିରାଜ ପ୍ରତିନିଧି,ପାଟଣା ସାହାରପଡ଼ା ବିକାଶ ବିକାଶ ମଞ୍ଚର ସଭାପତି ଅଜୟ କୁମାର ଦାଶଙ୍କ ନେତୃତ୍ୱରେ କର୍ମ କର୍ତ୍ତା, ଚଳଚ୍ଚିତ୍ର ଅଭିନେତା ଅଶ୍ରୁମୋଚନ ମହାନ୍ତି, ପାଟଣା ସୁରକ୍ଷା କମିଟିର ଆବାହକ ବିଜୟ ରତ୍ନ ପତି, ଭାଜପା ନେତା ମହେଶ୍ୱର ପୃଷ୍ଟି,ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ଏଥିରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ସାଧୁବାଦ ଜଣାଇଥିଲେ।


