ମୋବାଇଲ ଏନଫୋର୍ସମେଣ୍ଟ ପକ୍ଷରୁ ବହୁ ପରିମାଣର କାଠ ଜବତ

କେନ୍ଦୁଝର,୧୬।୩(ସ୍ବ.ପ୍ର.): ବନ ବିଭାଗ ଡିଭିଜନ ମୋବାଇଲ ଏନଫୋର୍ସମେଣ୍ଟ ପକ୍ଷରୁ ଗୁରୁବାର ଚଢାଉ କରାଯାଇଛି। ଏହି ଚଢାଉରେ ଜୁଡିଆ ଘାଟିରୁ ବହୁ ପରିମାଣର ଜାଳ କାଠ ଜବତ ହୋଇଛି। ସେମାନେ ଜଙ୍ଗଲରୁ ଜାଳେଣୀ କାଠ ଧରି ବିକ୍ରି ପାଇଁ ବଜାରକୁ ଆସୁଥିବାବେଳେ ସଦର ରେଞ୍ଜ ଜୁଡିଆ ଘାଟି ତଳେ ଚଢାଉ କରାଯାଇଥିବା ଡେପୁଟି ରେଞ୍ଜର ବିଦ୍ୟାଧର ସାହୁ କହିଛନ୍ତି। ଚଢାଉ ସମୟରେ ସିଦ୍ଧମଠ ବିଟ୍‌ର ଫରେଷ୍ଟ ଗାର୍ଡ ଜୟଲଲିତା ସାହାଣୀ ଏବଂ ବନ ବିଭାଗର ଅନ୍ୟ ସ୍ବାର୍ଡ ପୋଲିସ କର୍ମଚାରୀ ସାମିଲ ଥିଲେ।
ଞ୍‌ସୂଚନାଯୋଗ୍ୟ, ଆଖପାଖ ଜଙ୍ଗଲରୁ ପ୍ରତ୍ୟେକ ଦିନ ବହୁ ପରିମାଣର ଜାଳେଣୀ କାଠ କେନ୍ଦୁଝର ସହରକୁ ଆସିଥାଏ। ଫଳରେ ଜଙ୍ଗଲ ନଷ୍ଟ ହେବା ସହ ପରିବେଶ କ୍ଷତିଗସ୍ତ ହେଉଛି। ତେବେ ବନ ବିଭାଗ ପକ୍ଷରୁ ନିୟମିତ ଚଢାଉ କରାଯାଉ ନ ଥିବାରୁ ଏଭଳି କାରବାର ବଢୁଛି। ସେହିପରି କେନ୍ଦୁଝର ସହରରେ ଥିବା ହୋଟେଲମାନଙ୍କରେ ମଧ୍ୟ ଜାଳେଣୀ କାଠ ବ୍ୟବହାର ହେଉଥିଲେ ହେଁ ବନ ବିଭାଗ ପକ୍ଷରୁ ଯାଞ୍ଚ ହେଉନାହିଁ। ଏଣୁ ନିୟମିତ ଚଢାଉ କରି ଧରିବାକୁ ଦାବି ହୋଇଛି।