ଅପ୍ରମୟୀଙ୍କ ଗୋଟିଏ ଫୋନ୍‌ କଲ୍‌ ଧରାଇଲା ବଡ଼ ଡକାୟତ ଗ୍ୟାଙ୍ଗ

କେନ୍ଦ୍ରାପଡା ଅଫିସ,୨୩ା୪: କେନ୍ଦ୍ରାପଡ଼ା ଜିଲା ତନ୍ତିଆପାଳ ଥାନା କାକଟପୁର ଗ୍ରାମର ଅପ୍ରମୟୀ ସ୍ବାଇଁଙ୍କ ଗୋଟିଏ ଫୋନ୍‌ କଲ୍‌ ଏକ ଆନ୍ତଃରାଜ୍ୟ ଡକାୟତ ଦଳର ପର୍ଦ୍ଦାଫାଶ କରିଛି। ଏହି ଡକାୟତ ଦଳର ୧୮ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ା ଜିଲା ପୋଲିସ ଗିରଫ କରିଛି। ନିକିରାଇ ଥାନାର କେସ୍‌ ନଂ ୪୪/୨୨ ଓ ତନ୍ତିଆପାଳ ଥାନାର ୩୯/୨୨ରେ ଏହି ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି।

ଏଥିସହିତ କାର୍ଯ୍ୟାଳୟ ପରିସରରେ ଏସ୍‌ପି ମଡକର ସମ୍ବିତ ସମ୍ପଦ ଏସମ୍ପର୍କରେ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରିଥିଲେ। ଏସ୍‌ପି ସୂଚନା ଦେଇଛନ୍ତି ଯେ, ଗତ ୯ ତାରିଖ ରାତି ପ୍ରାୟ ୧୨.୩୦ ମିନିଟ୍‌ରେ ତନ୍ତିଆପାଳ ଥାନା ଅନ୍ତର୍ଗତ କାକଟପୁର ଗ୍ରାମର କାର୍ତ୍ତିକ ସ୍ବାଇଁଙ୍କ ଘରେ ଏହି ଗ୍ୟାଙ୍ଗର ୬ ଅଭିଯୁକ୍ତ ଚୋରି ଉଦ୍ଦେଶ୍ୟରେ କବାଟ ତାଡ଼ି ପଶିଥିଲେ। ଏହି ସମୟରେ କାର୍ତ୍ତିକ ଓ ପରିବାର ସଦସ୍ୟ ଉଠି ପଡ଼ିବାରୁ ଅଭିଯୁକ୍ତମାନେ କାର୍ତ୍ତିକ, ସ୍ତ୍ରୀ ତୁଳସୀ, ଭାଇ ବାବୁଲା ଓ ଝିଅ କାଜଲଙ୍କୁ ମାଡ଼ ମାରି ଗୁରୁତର କରିଥିଲେ। ତେବେ କାର୍ତ୍ତିକଙ୍କ ଗର୍ଭବତୀ ବୋହୂ ଅପ୍ରମୟୀ ସ୍ବାଇଁ ଖଟ ତଳେ ଲୁଚି ରହି ଗାଁରେ ରହୁଥିବା ଦାଦାଶ୍ୱଶୁର ଗଣେଶଙ୍କୁ ଡକାୟତି ସମ୍ପର୍କରେ ସୂଚନା ଦେଇଥିଲେ। ଗଣେଶ ଓ ସ୍ଥାନୀୟ ଗ୍ରାମବାସୀ ଡକାୟତଙ୍କୁ ଧରିବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତମାନେ ଘରୁ ସୁନା ଅଳଙ୍କାର ନେଇ ଫେରାର ହେଉଥିବା ସମୟରେ ୩ ରାଉଣ୍ଡ ଗୁଳି ଚାଳନା କରିଥିଲେ। ଏହାସତ୍ତ୍ୱେ ୨ ଜଣ ଡକାୟତ ଘଟଣାସ୍ଥଳରେ ଧରା ପଡ଼ିଥିଲେ। ଏହି ଡକାୟତଙ୍କୁ ଆଧାର କରି କାକଟପୁର ଓ ନିକାରାଇ ଥାନା ଅନ୍ତର୍ଗତ ଚାରିଗଁାର ଭାବଗ୍ରାହୀ ମହାରଣାଙ୍କ ଗତ ୮ ତାରିଖ ରାତିରେ ଘରୁ ଚୋରି ହୋଇଥିବା ସୁନା ଓ ଟଙ୍କା ଉଦ୍ଧାର ହୋଇଛି। ଅଭିଯୁକ୍ତମାନଙ୍କ ଠାରୁ କାକଟପୁର ମାମଲାରେ ଘଟଣାସ୍ଥଳରୁ ଦୁଇଟି ବାଇକ୍‌, ଗୋଟିଏ ପିସ୍ତଲ ଓ ଖୋକା, ଦୁଇଟି ମୋବାଇଲ, ଭୁଜାଲି, ରଡ୍‌ ଆଦି ଜବତ ହୋଇଥିବା ବେଳେ ୧୨୦ ଗ୍ରାମ ସୁନା ଅଳଙ୍କାର ୮ କେଜି ୩୦୦ ଗ୍ରାମ ରୁପା ଅଳଙ୍କାର, ୨ଟି ଜୀବନ୍ତ ଗୁଳି, ୧୦ଟି ମୋବାଇଲ, ନଗଦ ୯୧,୫୦୦ ଟଙ୍କା, ହନୁମାନ ଛବି ଥିବା ୨ଟି ପୁରୁଣା ପଇସା, ଗୋଟିଏ ପଲସର ବାଇକ ଜବତ ହୋଇଛି।

ସେହିପରି ନିକିରାଇ ଥାନା ମାମଲାରେ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ପିସ୍ତଲ, ୨୪.୫ ଗ୍ରାମର ସୁନା, ୩୦୦ ଗ୍ରାମର ରୁପା, ଗୋଟିଏ କାର୍‌, ଗୋଟିଏ ବୁଲେଟ ମୋଟରସାଇକେଲ ଓ ଗୋଟିଏ ମୋବାଇଲ ଜବତ ହୋଇଛି। ଏହି ଦୁଇ ମାମଲାରେ ଟାଉନ ଥାନା ଅନ୍ତର୍ଗତ ଗଉଡ଼ପଡ଼ା ଗ୍ରାମର ସେକ୍‌ ଲତିଫ, ସଦର ଥାନା ଅନ୍ତର୍ଗତ ଖସାପଡ଼ା ଗ୍ରାମର ଜୟଦେବ ସାହୁ ଓରଫ ପାକନ, ହଳଦିଆ ଗ୍ରାମର ଜାକିର ଖଁା, ଛାଞ୍ଚୁଣିଆ ଗ୍ରାମର ପ୍ରହଲ୍ଲାଦ ସେଠୀ ଓରଫ ଗାଣ୍ଡୁ, ରାଜା ମହାନ୍ତ, ପାଟକୁରା ଥାନା ଅନ୍ତର୍ଗତ କଳାବୁଦା ଗ୍ରାମର ବିମଳ ପ୍ରସାଦ ଦାସ ଓରଫ ବାବୁ, ମାର୍ଶାଘାଇ ଥାନା ବଡ଼ପାଳ ଗ୍ରାମର ଭକ୍ତିପ୍ରସାଦ ରାଉତ ଓରଫ ଚିନ୍ତନ, ମହାକାଳପଡ଼ା ଥାନା ଜଗତି ଗ୍ରାମର ପ୍ରତାପ ଚନ୍ଦ୍ର ମଲ୍ଲିକ, ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ବାଲିପାଟଣା ଗ୍ରାମର ସୁଶାନ୍ତ ସାହୁ ଓରଫ ଲିପୁ, କଟକ ଜିଲା ଲାଲବାଗ ଥାନା କାଳିଗଳିର ସେକ୍‌ ଫିରୋଜ, ଗଞ୍ଜାମ ଜିଲା ପାଟପୁର ଥାନା ଖୁଲାଡି ଗ୍ରାମର କେଦାର ଦୋରା ଓରଫ ମୁନାଙ୍କୁ ଡକାୟତି ଅଭିଯୋଗରେ ଗିରଫ କରାଯାଇଛି। ଏଥିସହ ଏହି ଚୋରି ସାମଗ୍ରୀ ରଖିଥିବା ଅଭିଯୋଗରେ ସଦର ଥାନା ଅନ୍ତର୍ଗତ ଛାଞ୍ଚୁଣିଆ ଗ୍ରାମର ବଳରାମ ଦାସ, ବଳରାମ ଦାସ ଓରଫ ଲିପୁନି, ଗଞ୍ଜାମ ଜିଲା ଡେଙ୍ଗାଉସ୍ତାର ସାଇଲକ୍ଷ୍ମୀ ଜୁଏଲର୍ସର ମାଲିକ ପାଟପୁର ଥାନା କଂସାମାରୀ ଗ୍ରାମର ସଦାଶୈବାଳ ନାୟକ, କଟକ ଜିଲା ନେମାଳ ଥାନା ଦାମୋଦରପୁର ଗ୍ରାମର ବିକାଶରଞ୍ଜନ ଘଡ଼ାଇ ଓରଫ କାହ୍ନା, ଅନିରୁଦ୍ଧ ମହାରଣା ଓରଫ ଟୁନା, ଜୟାନନ୍ଦ ରାଉତ, ଜ୍ୟୋତିପ୍ରକାଶ ନାୟକ ଓରଫ ବବଲୁ, ସାଲେପୁର ଥାନା ଅନ୍ତର୍ଗତ କୁଶାମ୍ବି ଗ୍ରାମର କୈଳାଶ ଚନ୍ଦ୍ର ସାହୁଙ୍କୁ ଗିରଫ କରାଯାଇଛି। ଏଥିମଧ୍ୟରୁ ଲିପୁଙ୍କ ନାମରେ ବିଭିନ୍ନ ରାଜ୍ୟରେ ୫୨ଟି ମାମଲା ଥିବା ବେଳେ ସେକ୍‌ ଲତିଫ୍‌ଙ୍କ ନାମରେ ୩୪ଟି ମାମଲା ଅଛି। ସେହିପରି ଅନ୍ୟ ଅଭିଯୁକ୍ତ ମଧ୍ୟ ବିଭିନ୍ନ ମାମଲାରେ ଛନ୍ଦି ହୋଇଛନ୍ତି। ଅପ୍ରମୟୀଙ୍କ ପରି ସାହାସିକତା ଦେଖାଇବାକୁ ଏସ୍‌ପି ସମ୍ପଦ ସାଧାରଣ ଲୋକଙ୍କୁ ଆହ୍ବାନ ଦେଇଥିବା ବେଳେ ପରିବାରର ସମସ୍ତ ସଦସ୍ୟଙ୍କୁ ଜିଲା ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଖବରଦାତା ସମ୍ମିଳନୀରେ ଏଏସ୍‌ପି ଅନିରୁଦ୍ଧ ବେହେରା, କେନ୍ଦ୍ରାପଡ଼ା ଏସ୍‌ଡିପିଓ ରାଜୀବଲୋଚନ ପଣ୍ଡା, ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସନ୍ଧ୍ୟାରାଣୀ ବେହୁରିଆ, ତନ୍ତିଆପାଳ ଥାନାଧିକାରୀ ମହେଶ୍ୱର ସେଠୀ, ନିକିରାଇ ଥାନାଧିକାରୀ କାଦମ୍ବିନୀ ପରିଡ଼ା ପ୍ରମୁଖଙ୍କ ଜିଲା ପୋଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲ ସଂଘ ନିର୍ବାଚନ: ମଇଦାନରେ ୬ ପ୍ରାର୍ଥୀ, ସରଗରମ କୋର୍ଟ ପରିସର

ପୁରୁଷୋତ୍ତମପୁର,୨୮।୩ (ସବିତା ମିଶ୍ର): ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଚାଲିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋର୍ଟ ପରିସରରେ ନିର୍ବାଚନ ଉଷ୍ମତା ସରଗରମ ହୋଇଉଠିଛି…

କେସିଙ୍ଗା ରେଳ ଷ୍ଟେଶନ ପରିଦର୍ଶନ କଲେ ସମ୍ବଲପୁର ରେଳ ପ୍ରବନ୍ଧକ: ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୨୮।୩(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ପ୍ରବନ୍ଧକ କେସିଙ୍ଗା ରେଳ ଷ୍ଟେଶନକୁ ଶନିବାର ପରିଦର୍ଶନ କରି ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ତଦନ୍ତ କରିଥିଲେ। ଏହି ଷ୍ଟେଶନରେ ଯାତ୍ରୀଙ୍କ…

ଘରକୁ ଫେରୁଥିଲେ ଶ୍ରମିକ, ଧକ୍କା ଦେଲା ଟ୍ରାଭେଲର: ଆଉ ତା’ପରେ…

ଲୋଇସିଂହା,୨୮।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା- ବଲାଙ୍ଗୀର ରାସ୍ତାର ସରଗାଡରେ ଏକ ଅଜଣା ଗାଡ଼ି ଧକ୍କାରେ ଶନିବାର ଭୋର ସକାଳୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ମଇଦାନରେ ଅଛନ୍ତି ଏମାନେ, ଆଜି ଫଳାଫଳ ଘୋଷଣା

ଦିଗପହଣ୍ଡି,୨୮।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାର…

ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବ: ୧୫ ଘଣ୍ଟା ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ପବନ ବୋହିବା ସହ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା…

ମୋଦି-ଟ୍ରମ୍ପଙ୍କ ଫୋନ କଲ୍‌ରେ ଏଲନ ମସ୍କଙ୍କ ଉପସ୍ଥିତିକୁ ନେଇ କୂଟନୈତିକ ମହଲରେ ହଇଚଇ

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ ଆଲୋଚନା ବହୁତ ଚର୍ଚ୍ଚା ସୃଷ୍ଟି କରୁଛି। କିନ୍ତୁ ଏହି ଆଲୋଚନା…

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri