ବନ୍ୟଜନ୍ତୁ ଶିକାର କରି ବନ୍ଧା ହେଲେ ଶିକାରୀ, ବାଘ ଖପୁରୀ ସହ ମେରୁଦଣ୍ଡର ଅଂଶବିଶେଷ ଜବତ

ବାରିପଦା,୫ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ବରେହିପାଣି ଓ୍ବାଇଲ୍ଡ ଲାଇଫ୍‌ ରେଞ୍ଜ୍‌ ଅଞ୍ଚଳରେ ବନବିଭାଗ ଚଢ଼ାଉ କରି ଜଣେ ଶିକାରୀଙ୍କୁ ଗିରଫ କରିଛି । ତାଙ୍କଠାରୁ କଲରାପତରିଆ ବାଘର ଖପୁରୀ ସହ ମେରୁଦଣ୍ଡର ଅଂଶବିଶେଷ, ବନ୍ୟଜନ୍ତୁଙ୍କ ଶୁଖିଲା ମାଂସ, ହାଡ଼, ସମ୍ବର ମାଂସ, କୁରାଢ଼ି,ଫାଶ,ଧନୁ,ତୀର, ବିଷ ଓ ବ୍ୟାଗକୁ ଜବତ କରିଛି । ଅଭିଯୁକ୍ତ ଜଣକ ହେଲେ ମକାବାଡ଼ି ଅଞ୍ଚଳର ଶ୍ରୀଲଙ୍କା ବଦ୍ରା(୬୨)। ଏନେଇ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ, ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ, ଶିମିଳିପାଳ ଟାଇଗର ସୁରକ୍ଷା ବାହିନୀ ବରେହିପାଣି ରେଞ୍ଜ୍‌ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଶିକାରୀକୁ ଅଟକ କରିଥିଲେ। ତାଙ୍କ ଘରେ ଚଢ଼ାଉ କରିବା ପରେ ବନ୍ୟଜନ୍ତୁଙ୍କ ଅଂଶବିଶେଷ ସହିତ ଶିକାର ସରଞ୍ଜାମକୁ ଜବତ କରିଥିଲେ। ଏହାକୁ ନେଇ ତଦନ୍ତ କରିବା ପରେ ଶିକାରୀ ଜଣକ ଶିକାର କରିବା ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିଥିଲେ। ଯାହାକୁ ନେଇ କର୍ମଚାରୀମାନେ କ୍ରାଇମ୍‌ ସିନ୍‌ କରିବା ନିମନ୍ତେ ଘଟଣାସ୍ଥଳକୁ ଯାଇଥିଲେ। ସେଠାରୁ ବନ୍ୟଜନ୍ତୁଙ୍କ ଅସ୍ତି ଏବଂ ଅଂଶବିଶେଷକୁ ଠାବ କରିବା ସହ ଜବତ କରିଥିଲେ। ପୁନର୍ବାର ଶ୍ରୀଲଙ୍କାଙ୍କ ଘରେ ଚଢ଼ାଉ କରି ଶିକାର ସରଞ୍ଜାମ ସହିତ ଶୁଖିଲା ମାଂସକୁ ଜବତ କରିଛି ବନବିଭାଗ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ରିଫିଲିଂ ବେଳେ ଭୟଙ୍କର ବିସ୍ଫୋରଣ: ଜଳିଲା…

ଭୁବନେଶ୍ୱର,୨୧।୩: ଭରତପୁର ଥାନା କଳିଙ୍ଗନଗରରେ ବିସ୍ଫୋରଣ ଘଟି ଜଣେ ଗୁରୁତର ହୋଇଛନ୍ତି। ଉକ୍ତ ବେଆଇନ ଗ୍ୟାସ ଡିପୋରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଛାତ ଉଡି ଯାଇଥିବାବେଳେ…

ଇଦ୍‌ରେ ଝିଅ ସୋଫିଆଙ୍କୁ ନେଇ ବଡ଼ କଥା କହିଦେଲେ ବାପା ମୋକିମ୍‌, ଭବିଷ୍ୟତରେ ଭାଜପା…

ଭୁବନେଶ୍ୱର,୨୧ା୩: ଆଜି ଇଦ୍‌ ପାଳନ ଅବସରରେ ମହମ୍ମଦ ମୋକିମ୍‌ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ମୁଁ ନୂଆ ପାର୍ଟି…

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବୋଲେରୋ ଧକ୍କାରେ ସଫେଇ କର୍ମଚାରୀ ମୃତ: ରାସ୍ତାରୋକୋ କରି ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲେ…

ପାଇକମାଳ,୨୧।୩( ବଡ ଶତପଥୀ) : ନୃସିଂହନାଥ ମନ୍ଦିରରେ କର୍ମରତ ସଫେଇ କର୍ମଚାରୀ ସକାଳେ ନିଜ କାମ ସାରି ପୁଅକୁ ମେଡିକାଲ ନେବା ପାଇଁ ଘରକୁ ବାଇକରେ ଫେରୁଥିବାବେଳେ…

ଯୁଦ୍ଧକୁ ଡେଇଁଲା ବ୍ରିଟେନ୍‌! କଲା ବଡ଼ ଘୋଷଣା, ଆମେରିକାକୁ…

ଲଣ୍ଡନ,୨୧।୩: ବ୍ରିଟିଶ ସରକାର ହର୍ମୁଜ ଷ୍ଟ୍ରେଟ୍‌ରେ ଆମେରିକା ଜାହାଜକୁ ଟାର୍ଗେଟ କରୁଥିବା ଇରାନୀ କ୍ଷେପଣାସ୍ତ୍ର ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ବ୍ରିଟିଶରେ ଅବସ୍ଥିତ ସାମରିକ ଘାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri