କେନ୍ଦୁପତ୍ର କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ବଇଣ୍ଡା,୧୨।୫(ଡି.ଏନ.ଏ.): ଆଠମଲ୍ଲିକ କେନ୍ଦୁପତ୍ର ଡିଭିଜନ ଅଧୀନରେ ଥିବା ବଇଣ୍ଡା କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟରେ ସର୍କଲ ଚେକର ନିଯୁକ୍ତିରେ ଅନିୟମିତତା ହୋଇଥିବା ବୁଧବାର ସର୍କଲ ଚେକର ବସନ୍ତ କୁମାର ସାହୁ ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଏଥିସହ ସେ ହଣ୍ଡପାଠାରେ ଥିବା ବଇଣ୍ଡା କେନ୍ଦୁପତ୍ର କାର୍ଯ୍ୟାଳୟଠାରେ ଅନଶନରେ ବସିଛନ୍ତି।
ଅଭିଯୋଗପତ୍ରରେ ବସନ୍ତ ଦର୍ଶାଇଛନ୍ତି, ପାଇକସାହି ନିକଟସ୍ଥ ପୋକଣ୍ଡା ଅଞ୍ଚଳ ପାଇଁ ସର୍କଲ ଚେକର ଭାବେ ତାଙ୍କୁ ଆଠମଲ୍ଲିକ କାର୍ଯ୍ୟାଳୟ ପକ୍ଷରୁ ନିଯୁକ୍ତ କରାଯାଇଥିଲା। ଦୀର୍ଘବର୍ଷ ହେବ ସେ କାର୍ଯ୍ୟ କରୁଥିଲେ। ତେବେ ୨୦୨୧ ମେ ୨୦ରେ ସେ ହଣ୍ଡପାଠାରେ ଥିବା କାର୍ଯ୍ୟାଳୟରୁ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କ ଗୋଡ ଭାଙ୍ଗି ଯାଇଥିଲା। ଚିକିତ୍ସିତ ହୋଇ କାର୍ଯ୍ୟାଳୟରେ ଯୋଗଦେବା ପାଇଁ ଆସିଥିବାବେଳେ ତାଙ୍କୁ ଜଏନ କରିଦିଆଯାଇ ନ ଥିଲା। ସେ ବହୁବାର ମେଡିକାଲ ସାର୍ଟିଫିକେଟ ଧରି ଜଏନ କରିବା ପାଇଁ ରେଞ୍ଜ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଡିଏଫଓ କାର୍ଯ୍ୟାଳୟ ଯାଏ ଦୌଡିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ୨୦୧୯ ମସିହାଠାରୁ ୨୦୨୧ ମସିହା ପର୍ଯ୍ୟନ୍ତ ସେ ସର୍କଲ ଚେକର ଭାବେ କରିଥିବା କାର୍ଯ୍ୟର ଦରମା ମଧ୍ୟ ଦିଆଯାଇ ନାହିଁ। ଜଏନ ପାଇଁ ରେଞ୍ଜ କାର୍ଯ୍ୟାଳୟର ଜଣେ ଅଧିକାରୀ ତାଙ୍କୁ ୫୦ ହଜାର ଟଙ୍କା ହାତଗୁଞ୍ଜା ମାଗିଥିବା ବସନ୍ତ ଅଭିଯୋଗ କରିଛନ୍ତି। ଅନଶନ ଖବରପାଇ ବିଭାଗର ଏସିଏଫ ଭରତ ଚନ୍ଦ୍ର ସାହୁ ଓ ହଣ୍ଡପା ପୋଲିସ ପହଞ୍ଚି ବୁଝାଶୁଝା କରିବା ସହ ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା। ଏ ନେଇ ରେଞ୍ଜର ନିରୋଦ କୁମାର ସାହୁ କହିଛନ୍ତି, ସର୍କଲ ଚେକର ନିଯୁକ୍ତିରେ କୌଣସି ଅନିୟମିତତା ହୋଇନାହିଁ। ବସନ୍ତ ତାଙ୍କର ସାଟିଫିକେଟ୍‌ ପ୍ରଦାନ କରି ନ ଥିବା ଯୋଗୁ ଜଏନ ହୋଇପାରିନାହାନ୍ତି। ଲାଞ୍ଚ ମାଗିବା ଭିତ୍ତିହୀନ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri