Posted inଫୁରସତ

ଟାଇଟାନିକ ଜାହାଜ ପରି ଘର

ସମସ୍ତେ ଚାହାନ୍ତି ନିଜର ଏକ ସୁନ୍ଦର ଘର ହେଉ। ଯାହାକୁ ସେମାନେ ନିଜ ମନ ମୁତାବକ ଡିଜାଇନ୍‌ କରିବେ ଓ ନିଜ ମନ ମୁତାବକ ସଜାଇବେ। ହେଲେ କାହାର ଏଇ ସ୍ବପ୍ନ ସତ ହେଇପାରେ ତ କାହାର ନୁହେଁ। ତେବେ ପଶ୍ଚିମବଙ୍ଗରେ ରହୁଥିବା ମିଣ୍ଟୁ ରୟ ନାମକ ଜଣେ କୃଷକ ନିଜ ସ୍ବପ୍ନର ଘରକୁ ରୂପ ଦେବାରେ ସଫଳ ହୋଇପାରିଛନ୍ତି। ସେ ଚାହୁଁଥିଲେ ତାଙ୍କର ଘର ଟାଇଟାନିକ ଜାହାଜ ପରି ହେବ। ହଁ, ସେଇ ବିଶ୍ୱ ପ୍ରସିଦ୍ଧ ଟାଇଟାନିକ ଜାହାଜ, ଯାହା ପ୍ରଥମ ଯାତ୍ରାରେ ହିଁ ବୁଡି ଯାଇଥିଲା। ସେହି ଜାହାଜ ଆକାରର ଘରକୁ ପୁରା କରିବା ପାଇଁ ସେ ନିଜେ ଉକ୍ତ ଘରର ଡିଜାଇନ୍‌ କଲେ। ଆର୍ଥିକ ଅଭାବ ପାଇଁ କିଛି ବର୍ଷ ଏହାର ନିର୍ମାଣ କାର୍ଯ୍ୟ ବନ୍ଦ ମଧ୍ୟ ହୋଇଥିଲା। ସେ ଯେତେବେଳେ ଜାଣିଲେ ଯେ, ମିସ୍ତ୍ରୀଙ୍କୁ ମଜୁରି ଦେବାକୁ ସେ ଅସମର୍ଥ, ସେତେବେଳେ ନିଜେ ସେହି କାମ କରିବାକୁ ନିଷ୍ପତ୍ତି ନେଲେ। ଆଉ ତିନି ବର୍ଷ ନେପାଳ ଯାଇ ରାଜମିସ୍ତ୍ରୀ କାମର ତାଲିମ ନେଲେ। ଫେରିଲା ପରେ ସେ ନିଜେ ରାଜମିସ୍ତ୍ରୀ ସାଜି ସ୍ବପ୍ନର ଘରକୁ ରୂପ ଦେଲେ। ୨୦୧୦ରେ ଏହି ଘରର ତିଆରି କାମ ଆରମ୍ଭ ହୋଇଥିଲା। ୩୯ ଫୁଟ ଲମ୍ବା ଓ ୧୩ ଫୁଟ ଚଉଡା ଏହି ଘରର ଉଚ୍ଚତା ପ୍ରାୟ ୩୦ ଫୁଟ। ଉକ୍ତ ଘରଟି ଏବେ ଏହି ଅଞ୍ଚଳରେ ମୁଖ୍ୟ ଆକର୍ଷଣ ପାଲଟିଛି। ହେଲେ ଏହାର କାମ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ। ୟା’ ମଧ୍ୟରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ଚାଷ କରି ଯାହା ରୋଜଗାର ହେଉଛି ସେଥିରେ ସେ ଧୀରେ ଧୀରେ ଏହାର ନିର୍ମାଣ କରୁଛନ୍ତି। ଆଗାମୀ ବର୍ଷ ଏହାର କାମ ସମ୍ପୂର୍ଣ୍ଣ ହେବ ବୋଲି ମିଣ୍ଟୁ କୁହନ୍ତି। ଏହି ଘରର ଉପର ମହଲାରେ ସେ ଏକ ରେଷ୍ଟୁରାଣ୍ଟ କରିବାର ଯୋଜନା ବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri