ମହାବୀର ପର୍ବତ ଛାଡି ଉଦାରମା ଜଙ୍ଗଲ ଗଲେ ୨୬ ଟିକିଆ ହାତୀପଲ

ବଡ଼ଗାଁ,୧୧ା୯(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅଧୀନ ମହାବୀର ପର୍ବତରେ ମାସେ ହେଲା ଅବସ୍ଥାନ କରିଥିବା ୨୬ ଟିକିଆ ହାତୀପଲ ମହାବୀର ପର୍ବତରୁ ବାହାରି ଉଦାରମା ଜଙ୍ଗଲକୁ ଯାଇଛନ୍ତି। ହାତୀପଲ ତୁଡାଲଗା ନିକଟରେ ରାଜ୍ୟ ରାଜପଥ ଅତିକ୍ରମ କରି ଉଦାରମା ଜଙ୍ଗଲକୁ ଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଗତ ମାସ ୭ ତାରିଖରେ ମହାବୀର ପର୍ବତରେ ୧୧ଟି ମାଈ ହାତୀ, ୧୨ଟି ଦନ୍ତା ଓ ୨ଟି ଶାବକ ହାତୀକୁ ମିଶାଇ ମୋଟ ୨୫ଟି ହାତୀ ରହିଥିଲେ। ପରବର୍ତ୍ତୀ ସମୟରେ ହାତୀପଲରେ ଆଉ ଏକ ଛୁଆ ହାତୀ ଜନ୍ମ ନେବାରୁ ହାତୀଙ୍କ ସଂଖ୍ୟା ୨୬କୁ ବୃଦ୍ଧି ପାଇଥିଲା। ତେବେ ହାତୀପଲ ଅଞ୍ଚଳ ଛାଡ଼ିବା ସମୟରେ ଗୋଟିଏ ଦନ୍ତା ହାତୀର ଆଗ ଡାହାଣ ଗୋଡ଼ରେ ଆଘାତ ଲାଗିଥିବା ଏବଂ ସେଥିରୁ ରକ୍ତ ପଡ଼ୁଥିବା କେତେଜଣ ସ୍ଥାନୀୟ ଲୋକ ଦେଖିଥିବା କହିଛନ୍ତି। ରାଜପଥ ଅତିକ୍ରମ କରୁଥିବା ସମୟରେ ଏହି ଦୃଶ୍ୟ ଦେଖିଥିବା ସେମାନେ କହିଛନ୍ତି। ତେବେ ଦନ୍ତା ହାତୀର ଆଘାତ ସମ୍ପର୍କରେ ବନ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ମହାବୀର ପାହାଡ଼ରେ ଥିବା ହାତୀପଲ ଦିନରେ ଜଙ୍ଗଲ ଭିତରେ ରହୁଥିବା ବେଳେ ରାତିରେ ଗାଁ ମୁହାଁ ହେଉଥିଲେ। ଏଥିଯୋଗୁ ଧାନ ଫସଲ କ୍ଷତିଗ୍ରସ୍ତ ହେବା ସହ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଥିଲା। ହାତୀ-ମଣିଷ ମୁହାଁମୁହିଁ ହେବାର ଆଶଙ୍କାକୁ ନେଇ ମଧ୍ୟ ସ୍ଥାନୀୟ ଲୋକେ ଭୟଭୀତ ଥିଲେ। ଏହି ହାତୀ ପଲ ରାତିରେ ଘର ଭାଙ୍ଗି ଖାଦ୍ୟ ଶସ୍ୟ ଖାଇଯାଉଥିଲେ। ବର୍ତ୍ତମାନ ହାତୀପଲ ଉଦାରମା ଜଙ୍ଗଲ ଅଞ୍ଚଳକୁ ଚାଲିଯାଇଥିବାରୁ ବନ ବିଭାଗ ପକ୍ଷରୁ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ଡ୍ରୋନ କ୍ୟାମେରା ସହାୟତାରେ ମଧ୍ୟ ହାତୀପଲଙ୍କ ଗତିବିଧି ଅନୁଧ୍ୟାନ କରାଯାଉଛି। ଜଙ୍ଗଲ ତଥା ଏହାର ନିକଟବର୍ତ୍ତୀ ଅଞ୍ଚଳକୁ ଯିବା ସମୟରେ ସତର୍କ ରହିବା ସହ ହାତୀପଲ ଦେଖିଲେ ନିକଟକୁ ନ ଯାଇ ସୁରକ୍ଷିତ ଦୂରତା ବଜାୟ ରଖିବାକୁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ବଡ଼ଗାଁ ଫରେଷ୍ଟର ମିତ୍ରଭାନୁ ପଟେଲଙ୍କୁ ପଚାରିବାରେ, ବଣୁଆ ହାତୀ ପଲ ଦୀର୍ଘ ଦିନ ପରେ ମହାବୀର ପର୍ବତରୁ ବାହାରି ଯାଇଥିବା କହିଛନ୍ତି। ଗୋଟିଏ ଦନ୍ତାହାତୀ ଆହତ ଥିବା ବିଷୟରେ ପଚାରିବାରୁ ସେ ନିଜ ନିଜ ଭିତରେ ଠେଲାପେଲାରେ ଏକ ହାତୀ ଆହତ ହୋଇଥିବା ଆମେ ସନ୍ଦେହ କୁରୁଛୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ପଦକ୍ଷେପ: ଏକାଧିକଙ୍କୁ ମିଳିଲା ସହାୟତା ରାଶି

ଦାରିଙ୍ଗବାଡ଼ି, ୧୧।୯ (ଅରୁଣ ସାହୁ): ଦିବ୍ୟାଙ୍ଗଙ୍କ ବିକାଶ ସହ ସେମାନଙ୍କୁ ସ୍ୱରୋଜଗାରକ୍ଷମ କରାଇ ସ୍ୱାବଲମ୍ବୀ କରିବା ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପ୍ରୟାସ ଆରମ୍ଭ ହୋଇଛି। ପୂର୍ବରୁ…

ଘରେ ଝିଅ ଜନ୍ମ ହେଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା! କରିବାକୁ ହେବ କେବଳ ଏହି କାମ…

ନୂଆଦିଲ୍ଲୀ,୧୧।୯: ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି,…

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ଆକ୍ରମଣ: ଥାନାରେ ପଶି ଛଡାଇ ନେବାକୁ ପୋଲିସ ସହ ଧସ୍ତାଧସ୍ତି, ୫ ମହିଳାଙ୍କ ସମେତ…

ପୁରୁଷୋତ୍ତମପୁର,୧୧ା୯ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଶୁକ୍ରବାର ଗୁଣିଗାରେଡିକୁ ନେଇ ତୁମୁଳକାଣ୍ଡ ଘଟିଛି। ଗୁଣିଗାରେଡି ସନ୍ଦେହରେ କେଶବ ଗୌଡ(୬୫)ଙ୍କୁ ଆକ୍ରମଣ କରାଯାଇଛି। ତାଙ୍କୁ ଥାନାରେ…

ଭଞ୍ଜନଗର ପଞ୍ଚାୟତ ସମିତିର ସାଧାରଣ ବୈଠକ: ଯୋଗଦେଲେ ବିଧାୟକ, କହିଲେ ସମନ୍ୱୟ ରକ୍ଷା କରି…

ଭଞ୍ଜନଗର, ୧୧।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଶୁକ୍ରବାର ପଞ୍ଚାୟତ ସମିତି ଅଧ୍ୟକ୍ଷ ନରିସଭା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଭିତରକନିକାରେ ବଢ଼ିଲେ ଦେଶୀୟ ପକ୍ଷୀ

ରାଜନଗର, ୧୧।୮ (ଭାସ୍କର ରାଉତରାୟ): ମୌସୁମୀର ଆଗମନରେ ଚଳିତ ବର୍ଷ ଜୁଲାଇ ମାସଠାରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଦେଶୀୟ ପକ୍ଷୀଙ୍କ ସମାଗମରେ ପକ୍ଷୀବିହାର ଭିତରକନିକାର ଶୋଭା…

ଧର୍ମଘଟ: କେନ୍ଦୁଝରରେ ବ୍ୟାଙ୍କିଙ୍ଗ୍‌ ସେବା ପ୍ରଭାବିତ

କେନ୍ଦୁଝର,୧୧।୯(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ): ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍‌ସ ଆହ୍ବାନରେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ କରାଯାଇଛି। କେନ୍ଦୁଝର ଜିଲାରେ ମଧ୍ୟ ଏହାର ପ୍ରଭାବ…

ବର୍ଷାଜଳରେ ବେହାଲ ବ୍ଲକ କାର୍ଯ୍ୟାଳୟ

ତୁମୁଡ଼ିବନ୍ଧ, ୧୧।୯ (ଦୀପକ କୁମାର ପରାସେଠ): ବର୍ଷାଜଳରେ ବେହାଲ ହୋଇପଡ଼ିଛି ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟ। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏଭଳି ଦୃଶ୍ୟ…

ଏପ୍ରିଲ ୨୦୨୭ ଯାଏଁ ରାହୁଙ୍କ କୃପା! ୩ ରାଶିଙ୍କୁ ମିଳିବ ପ୍ରଚୁର ଟଙ୍କା, ଚମକିବ କ୍ୟାରିୟର

ଛାୟା ଗ୍ରହ ରାହୁ ଏହି ସମୟରେ ଧନିଷ୍ଠା ନକ୍ଷତ୍ରରେ ବିରାଜମାନ ଅଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଧନିଷ୍ଠା ନକ୍ଷତ୍ରକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ, କାରଣ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?