ସ୍କୁଲ ବାରଣ୍ଡାରେ ଅସହାୟ ପରିବାର

ସିମୁଳିଆ, ୧୩।୩(ଡି.ଏନ.ଏ.) – ଘରଦ୍ୱାର ନାହିଁ। ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ କୁଟାରୀ ଅଞ୍ଚଳର ଏକ ପରିବାର। ଗରିବ ଲୋକଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଉଥିବା ବେଳେ ଏହି ପରିବାର ସେଥିରୁ ବଞ୍ଚିତ ରହିଛନ୍ତି। ୭ଦିନ ହେଲା ୬୦ବର୍ଷୀୟା କୁନିଲତା ସେନାପତି, ପୁଅ ଶୈଳେନ୍ଦ୍ର, ବୋହୂ ଗୀତାଞ୍ଜଳି, ନାତି କ୍ଷୀରୋଦ, କିରଣ ଓ ନିହାର ସ୍ଥାନୀୟ କୁଟାରୀ ପ୍ରାଥମିକ ବିଦ୍ୟାଳୟ ପିଣ୍ଡାରେ ଆଶ୍ରୟ ନେଇଛନ୍ତି। ତାଙ୍କ ବଡ଼ ଓ ମଝିଆ ନାତି ସ୍ଥାନୀୟ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀରେ ପଢୁଥିବା ବେଳେ ସାନ ନାତି ଅଙ୍ଗନୱାଡ଼ିରେ ପଢୁଛନ୍ତି । ପୁଅ, ବୋହୂ ମୂଲ ଲାଗିଲେ ପରିବାର ଚଳୁଛି। ଗତ ୩/୪ଦିନ ପୂର୍ବେ ବିଡ଼ିଓ ସୁଧୀର କୁମାର ସିଂ ଅନ୍ୟ ଏକ ସରକାରୀ କାମରେ ସ୍ଥାନୀୟ ଅଞ୍ଚଳକୁ ଆସିଥିବା ବେଳେ ପାଖ ସାହି ୧୮ନଂ ୱାର୍ଡ଼ର ୱାର୍ଡ଼ସଭ୍ୟ ପ୍ରତାପ ନାୟକ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ।
ଏ ସମ୍ପର୍କରେ କୁନିଲତା କୁହନ୍ତି, ତାଙ୍କର ପ୍ରାୟ ୫ ଏକର ସମ୍ପତ୍ତି ଥିଲା। ତାଙ୍କ ପରିବାର ମାର୍କୋଣାରେ ଭଡ଼ା ଘରେ କରି ରହୁଥିଲେ। ତାଙ୍କ ସ୍ବାମୀ ରବୀନ୍ଦ୍ର ସିମୁଳିଆ କଲେଜ ହଷ୍ଟେଲ ରେଷେୟା ଭାବେ କାର୍ଯ୍ୟ କରୁଥିଲେ। ଗତ ୩ବର୍ଷ ପୂର୍ବେ ସ୍ବାମୀ ରବୀନ୍ଦ୍ରଙ୍କର ମୃତ୍ୟୁ ହେବା ପରେ ତାଙ୍କ ପରିବାର ଗାଁକୁ ଫେରିଥିଲେ। ରବୀନ୍ଦ୍ର ତାଙ୍କ ଜମିବାଡ଼ି ବିକ୍ରି କରିଦେଇଥିବା ପଡ଼ୋଶୀ ଓ ଭାଇସାହି ଲୋକେ କହିବା ପରେ ତାଙ୍କ ପରିବାର ଗାଁରେ ଏକ ଭଡ଼ାଘର ନେଇ ରହୁଥିଲେ। ତେବେ ମାଲିକ ମରାମତି କରିବା ପାଇଁ ଘର ଖାଲି କରିବା ପାଇଁ କହିବାରୁ ସେମାନେ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି। ଗତ ଦୁଇଦିନ ଝଡ଼ବର୍ଷାରେ ଏହି ପରିବାର ବାରଣ୍ଡାରେ ପଡ଼ି ରହିବା ଓ ଇଟା ରଖି ରାନ୍ଧି ଖାଉଛନ୍ତି ବୋଲି ବିଦ୍ୟାଳୟ ପରିସରରେ ପରିଚାଳିତ ଅଙ୍ଗନୱାଡ଼ିର କର୍ମୀ ଅର୍ଣ୍ଣପୂର୍ଣ୍ଣା ନାୟକ କହିଛନ୍ତି। ଏ ସମ୍ପର୍କରେ ତହସିଲଦାର ରବିନାରାୟଣ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ କୁନିଲତାଙ୍କ ପରିବାରକୁ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri