ପ୍ରେମ ପରୀକ୍ଷାର ଖେଳ

ଥିଲେ ଜଣେ ପ୍ରେମିକ ପୁରୁଷ। ପ୍ରେମ ହିଁ ଥିଲା ତାଙ୍କ ସମର୍ଥ ପୁରୁଷାକାରର ପ୍ରଥମ ପରିଚୟ। ସେଇ ପ୍ରେମ ମଧ୍ୟ ଥିଲା ତାଙ୍କ ସାଧନାର ଶେଷ ସିଦ୍ଧାନ୍ତ। ସେ ସବୁବେଳେ କହୁଥିଲେ- ”ପ୍ରେମରେ ମୋ ଜୀବନ। ପ୍ରେମରେ ହିଁ ମୋ ନିର୍ବାଣ।“ ଏକଦା ଏହି ପ୍ରେମିକପ୍ରବର ଏକ ସଙ୍ଗେ ଦୁଇଜଣ ପ୍ରେମିକାଙ୍କୁ ପ୍ରେମ କରି ବସିଲେ। ଦୁଇଜଣଙ୍କ ସହ ଭିନ୍ନ ଭିନ୍ନ ସମୟରେ ନିବିଡ଼ ଭାବେ ମିଶିଲେ, ମନଭରି ପ୍ରେମ କଲେ ଓ ସଚ୍ଚା ପ୍ରେମିକସୁଲଭ ପ୍ରତିଶ୍ରୁତି ଦେଲେ- ”ମୋତେ ତୁମେ ପ୍ରେମରେ ପୂର୍ଣ୍ଣ କରିଦିଅ। ଥରେ ପୂର୍ଣ୍ଣ ହୋଇଗଲେ ତୁମ ପାଖରେ ସବୁକିଛି ସମର୍ପଣ କରି ନିଃସ୍ବ ହୋଇଯିବି। ସଂସାରରେ ଏମିତି କିଛି ନ ଥିବ, ଯାହା ତୁମ ପାଇଁ ଅପ୍ରାପ୍ୟ ହୋଇ ରହିବ। ତୁମକୁ କୌଣସି ସ୍ଥିତିରେ କାନ୍ଦିବାକୁ ସୁଯୋଗ ଦେବି ନାହିଁ। ଅଭିଯୋଗର ଅବସର ଦେବି ନାହିଁ। ଥରେ ପରୀକ୍ଷା କରି ଦେଖ! ତୁମର ପ୍ରେମାସ୍ପଦ ହେବାପାଇଁ ତୁମ ଚାରିପାଖେ ଘୂରି ବୁଲୁଥିବା ଅନ୍ୟମାନଙ୍କ ତୁଳନାରେ ମୋ ପ୍ରେମ କେତେ ନିବିଡ଼। ଅନ୍ୟ ପ୍ରେମ ପ୍ରାର୍ଥୀଙ୍କ ତୁଳନାରେ ମୁଁ କେତେ ସମର୍ଥ, ଭିନ୍ନ ଆଉ ଅନନ୍ୟ!“
ପ୍ରଥମ ପ୍ରେମିକା ଜଣକ ମୁଗ୍‌ଧ ହେଲେ ପ୍ରେମିକଙ୍କ ଏ ପ୍ରକାର ପ୍ରତିଜ୍ଞାରେ। ନିଜ ଚାରିପଟେ ଘୂରି ବୁଲୁଥିବା ଅନ୍ୟ ପ୍ରେମିକମାନଙ୍କୁ ହତାଦର କରି ସେ ୟାଙ୍କୁ ପୂର୍ଣ୍ଣପ୍ରାଣରେ ପ୍ରେମ କରିବାକୁ ଲାଗିଲେ। ପ୍ରକୃତରେ ରୂପରେ କନ୍ଦର୍ପ, ଗୁଣରେ ଗଣେଶ। ଏପରି ଏକ ପୁରୁଷଙ୍କ ପ୍ରେମାସ୍ପଦା ହେବା ତ ଶତ ସାଧନାର ଫଳ! ସୁତରାଂ ପ୍ରେମମୟୀ ପ୍ରେମିକା ନିଜ ମନର ମଣିଷ ପାଖରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଦେଲେ।
ଏଣେ ଦ୍ୱିତୀୟ ପ୍ରେମିକା ବିମୁଖ ହେଲେ ପ୍ରେମିକଙ୍କ ଉପରେ। କହିଲେ, ”ମୋ ପ୍ରେମ ଉପରେ ତୁମର କ’ଣ ଏତେ ଅନାସ୍ଥା ଯେ ଆଉ କାହାର ପ୍ରେମ ଲୋଡ଼ା ପଡ଼ିଲା। ମୋ ସଙ୍ଗ କାମନା କରୁଥିବା ଅନ୍ୟ ପ୍ରେମ ପ୍ରତ୍ୟାଶୀମାନଙ୍କୁ ପ୍ରତ୍ୟାଖ୍ୟାନ କରି ତୁମ ପ୍ରେମରେ ପାଗଳିନୀ ହେଲି। ଅଥଚ ମୋ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ନ ହୋଇ ପୁଣି ଅନ୍ୟ ପ୍ରିୟାର ସଙ୍ଗ ଲୋଡୁଛ।“ ନିଜ ପ୍ରେମମୟ ପୁରୁଷାକାର ପ୍ରତି ଆକର୍ଷିତ ହୋଇଥିବା ଦ୍ୱିତୀୟାଙ୍କ ଅଭିମାନ ଦେଖି ପ୍ରେମୀପୁରୁଷ କହିଲେ, ”ତୁମେ ଚିନ୍ତା କରନା ପ୍ରିୟେ। ମୋ ପ୍ରେମ ପରିସର ଯେମିତି ପ୍ରଶସ୍ତ, ସେମିତି ବିଶାଳ ମୋର ବହୁଦର୍ଶୀ ବ୍ୟକ୍ତିତ୍ୱ! ତୁମେ ଆଦୌ ଚିନ୍ତା କରନା। ମୋତେ ମନ ଚାହିଁ ପ୍ରେମ କରିଯାଅ। ମୋର ସେଇ ପ୍ରଥମାଟିକୁ ଆଦୌ ଈର୍ଷା କରନା। ମୁଁ କଥା ଦେଉଛି ତୁମ ଦୁହିଁଙ୍କ ମଧ୍ୟରୁ ଯିଏ ମୋତେ ବେଶୀ ପ୍ରେମ କରିବ, ତା’ର ପାଣି ଗ୍ରହଣ କରି ମୁଁ ଅନ୍ୟ ଜଣଙ୍କୁ ପରିତ୍ୟାଗ କରିବି!“
ପ୍ରେମ ପଥରୁ ଜଣଙ୍କର ଅପସାରଣ ନିଶ୍ଚତ ଜାଣି ମଧ୍ୟ ଦୁଇ ପ୍ରେମିକା ଜଣେ ପ୍ରେମିକଙ୍କୁ ଆପଣାର କରିବା ପାଇଁ ପରସ୍ପର ପ୍ରତିଦ୍ୱନ୍ଦ୍ୱିତାରେ ଲାଗି ପଡ଼ିଲେ। ଶେଷରେ ସେଇ ଆକାଂକ୍ଷିତ ମୁହୂର୍ତ୍ତ ପ୍ରେମ ପରୀକ୍ଷାର ବିଶେଷ ବେଳା ଉପସ୍ଥିତ ହେଲା। ସବୁକାଳରେ ପ୍ରେମ ଓ ବିଶ୍ୱାସ ଭଳି ଅନବଦ୍ୟ ଅନୁଭବଗୁଡ଼ିକର ପରିମାଣ ନିର୍ଣ୍ଣୟ କରିବା ଏକ କଷ୍ଟସାଧ୍ୟ ବ୍ୟାପାର ହୋଇଥିଲେ ମଧ୍ୟ ସେଦିନର ସେଇ ପରୀକ୍ଷାରେ ପ୍ରେମର ଜୟ ପରାଜୟ ନିର୍ଦ୍ଧାରିତ ହୋଇଗଲା। ଆମ ପ୍ରେମିକପ୍ରବର ତାଙ୍କ କଥା ରଖିଲେ। ତାଙ୍କ ବିଚାରରେ ବେଶୀ ପ୍ରେମ କରିଥିବା ପ୍ରେମିକାଙ୍କ ପାଣିଗ୍ରହଣ କରି ଅନ୍ୟଜଣଙ୍କୁ ପ୍ରତ୍ୟାଖ୍ୟାନ କଲେ। ବିଚାରି ପ୍ରତ୍ୟାଖ୍ୟାତା ପ୍ରେମିକା! ତାଙ୍କୁ ହାସଲ କରିବାକୁ ଚାହୁଁଥିବା ବହୁ ପ୍ରତ୍ୟାଶୀଙ୍କୁ ଏଡ଼ାଇ ଦେଇ ଯାହାଙ୍କ ପ୍ରେମରେ ଦୃଢ଼ ଆସ୍ଥା ସ୍ଥାପନ କରିଥିଲେ, ସେ ତାଙ୍କୁ ଗୋଟିଏ ଝଟକାରେ ପରିତ୍ୟାଗ କରି ଆଉ ଜଣଙ୍କ ହାତ ଧରି ସଂସାର କରିବାକୁ ବାହାରିଗଲେ। ପ୍ରତାରିତା ପ୍ରେମିକା କେବଳ ପଡ଼ିରହିଲେ ଆଉ କେଉଁ ଅବାଂଛିତ ପୁରୁଷର ହାତ ଧରିବା ପାଇଁ, ଆଉ ଏକ ପ୍ରେମ ପରୀକ୍ଷାର ଖେଳକୁ ସାମ୍‌ନା କରିବା ପାଇଁ। ଖେଳ ବୋଇଲେ ଆଉ ଏକ ସ୍ବୟଂବର, ଉପସ୍ଥିତ ଆଶାୟୀଙ୍କ ମଧ୍ୟରୁ ଆଉ ଜଣଙ୍କୁ ନିର୍ବାଚନ କରିବାର ଏକ ଅବାଂଛିତ ଅବସର!
ଏ ଜଗତରେ ପ୍ରେମ ପ୍ରସଙ୍ଗର ପରମ୍ପରା ଯେତିକି ପ୍ରାଚୀନ, ସେତିକି ପୁରାତନ ମଧ୍ୟ ପ୍ରତାରଣାର ଇତିହାସ। ପ୍ରେମ ସହିତ ପ୍ରତାରଣା, ଆତ୍ମା ସହିତ ଅନାସ୍ଥା ବା ବିଶ୍ୱାସ ସହ ଅବିଶ୍ୱାସ ଯେତେବେଳେ କେବଳ ଏକ ବ୍ୟକ୍ତିଗତ ଅନୁଭବ ଭାବେ ଉଭା ହୁଏ, ସେତେବେଳେ ଅନୁଭବକାରୀର ମୁଣ୍ଡ ଉପରେ ଅଜାଡ଼ି ପଡ଼େ ଦୁଃଖ ଓ ହତାଶାର ପାହାଡ଼। ଜୀବନଟା ଦୁର୍ବିଷହ ମନେହୁଏ, ସମୟର ସ୍ବରୂପ ହୁଏ ଅଭିଶପ୍ତ। ମାତ୍ର ଯେତେବେଳେ ଏ ପ୍ରକାର ପ୍ରେମ, ଆସ୍ଥା ବା ବିଶ୍ୱାସ ଜଣଜଣଙ୍କ ମଧ୍ୟରେ ଅଙ୍କୁରିତ ନ ହୋଇ ପ୍ରକଟିତ ହୁଏ, ଜଣ ଓ ଗଣଙ୍କ ମଧ୍ୟରେ କେଇ ଦିନର ମଧୁଚନ୍ଦ୍ରିକା ପରେ ସଂଘଟିତ ହୁଏ ପ୍ରତାରଣା ଓ ପ୍ରତ୍ୟାଖାନର ପର୍ବ, ସେତେବେଳେ ବ୍ୟକ୍ତିଗତ ସ୍ତରର ସୀମିତ ପରିସରରେ ନୁହେଁ, ସାମୂହିକ ସ୍ତରର ବିଶାଳ ଇଲାକାରେ ବିଶ୍ୱାସର ଅପମୃତ୍ୟୁ ହୁଏ। ଆଶା ଓ ଭରସା ନିର୍ବାସନରେ ଚାଲିଯାଏ, ଠିକ୍‌ କେରଳର ଓ୍ବାୟ୍‌ନାଡ୍‌ରେ ଚାଲିଗଲା ପରି।
ନିକଟରେ ଭୟଙ୍କର ଭୂସ୍ଖଳନରେ ଚାରିଶହରୁ ଊର୍ଦ୍ଧ୍ୱ ଅମୂଲ୍ୟ ଜୀବନର ଅକାଳ ଅବସାନ ପାଇଁ ସମଗ୍ର ବିଶ୍ୱରେ ଓ୍ବାୟ୍‌ନାଡ୍‌ ଚର୍ଚ୍ଚିତ ହେଲା ପରେ ଭବିଷ୍ୟତରେ ଆଉ ଯେଉଁ କାରଣ ପାଇଁ ଚର୍ଚ୍ଚାରେ ରହିବାକୁ ଯାଉଛି, ତାହା ହେଉଛି ଏଠାରେ ହେବାକୁ ଥିବା ଲୋକ ସଭା ଆସନ ପାଇଁ ଉପନିର୍ବାଚନ। ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଟି ଆସନରୁ ବିଜୟ ଲାଭ କରିଥିବାରୁ ଉତ୍ତର ପ୍ରଦେଶର ରାୟବରେଲି ଆସନ ରଖି ଓ୍ବାୟ୍‌ନାଡ଼୍‌ ଆସନରୁ ଇସ୍ତଫା ଦେବାକୁ ଥିବାରୁ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେବ। ତେବେ ଦୁଇ ଦୁଇଟି ଆସନରୁ ଜିତି ଗୋଟିଏ ରଖି ଅନ୍ୟଟି ଛାଡ଼ିଦେଇ ସେଠାରେ ଉପନିର୍ବାଚନ ଲଦି ଦେବାର ବ୍ୟବସ୍ଥା ଚକ୍ରରେ ରାହୁଲ ପ୍ରଥମ କି ଶେଷ ନେତା ନୁହନ୍ତି। ଅତୀତରେ ଆମ ପ୍ରଧାନମନ୍ତ୍ରୀ ମୋଦି ଏମିତି କରିଛନ୍ତି, ଯେମିତି ବି କରିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ। ଏହା ପୂର୍ବରୁ ଏମିତି ରେକର୍ଡ ଅଛି ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ନାମରେ।
ଦୁଇଟି ନିର୍ବାଚନମଣ୍ଡଳୀରୁ ଲୋକମତ ଲୋଡ଼ୁଥିବା ନେତା ଦୁଇ ପ୍ରେମିକାଙ୍କ ପ୍ରେମିକ ଭଳି ଏକ ଭିନ୍ନ ଦର୍ଶନର ଅନୁଗାମୀ। ‘ନିଜ ସମ୍ମୋହନ ଶକ୍ତି ସାମର୍ଥ୍ୟରେ ଯେତେ ପ୍ରେମ କରୁଛ କରିପାର, ମାତ୍ର ବିବାହ କେବଳ ଜଣଙ୍କ ସହ’- ଶାସ୍ତ୍ର ଓ ସମାଜର ଏଇ ସଂହିତା ଭଳି ଆମ ସମ୍ବିଧାନ ମଧ୍ୟ ପ୍ରାର୍ଥୀମାନଙ୍କ ପ୍ରେମ ପ୍ରକାଶ ପାଇଁ ଲକ୍ଷ୍ମଣ ଗାରଟିଏ ଟାଣିଦେଇଛି। କହିଛି- ‘ପ୍ରାର୍ଥିତ୍ୱ ଏକାଧିକ ସ୍ଥାନରୁ ହୋଇପାରେ, ମାତ୍ର ପ୍ରତିନିଧିତ୍ୱ କେବଳ ଗୋଟିକରୁ।’ ସୁତରାଂ ଦୁଇଟି ମଣ୍ଡଳୀର ଆସ୍ଥାଭାଜନ ହୋଇ ବିଜୟୀ ବୀରର ମୁକୁଟ ପିନ୍ଧୁ ପିନ୍ଧୁ ନିଷ୍ପତ୍ତିର ନେବା ବେଳ ପହଞ୍ଚତ୍ୟାଏ। ନିର୍ବାଚନ ପ୍ରଚାର ପାଇଁ କେତେ କୋଟି ଟଙ୍କାର ଖର୍ଚ୍ଚ, କେତେ କେତେ ବିନିଦ୍ର ରଜନୀ, ଆତ୍ମପକ୍ଷ ସମର୍ଥନ ଓ ଶତ୍ରୁପକ୍ଷର ନିନ୍ଦାଗାନର କେତେ ଯେ କସରତ ଓ କାରସାଦି! ଅଥଚ କଲମ ମୁନର ଗୋଟିଏ ଧାଡ଼ିରେ ସବୁ ଶେଷ – ”ରାୟବରେଲିର ପାଣି ଗ୍ରହଣ କରି ଓ୍ବାୟ୍‌ନାଡ୍‌କୁ ପରିତ୍ୟାଗ କଲି ବା ବିଜେପୁରକୁ ଛାଡ଼ି ହିଞ୍ଜିଳିକୁ ରଖିଲି’!! ଦୁଇ ପ୍ରେମିକାଙ୍କ ପ୍ରେମିକଙ୍କ ଗୋଟିଏ ସ୍ବାକ୍ଷର ଦେଶ ଉପରେ ଲଦିଦିଏ ଉପନିର୍ବାଚନର ଓଜନଦାର ବୋଝ ଓ ରାଜକୋଷର ବିପୁଳ ଅପବ୍ୟୟ।
କାରଣ ଯାହା ହୋଇଥାଉନା କାହିଁକି, ଏ କଥା ସତ୍ୟଯେ ନିଜ ଅସାମାନ୍ୟ ନେତୃତ୍ୱର ପ୍ରମାଣ ଦେବା ପାଇଁ ଅଥବା ନିଜ ଦୁର୍ବଳ ନେତୃତ୍ୱ ଉପରେ ଭରସା ନ ଥିବା ଯୋଗୁ ଜଣେ ନେତା ଦୁଇଟି ମଣ୍ଡଳୀର ପ୍ରାର୍ଥୀ ହୋଇଥାନ୍ତି। ତେଣିକି ହାରିଗଲେ ତ ଭୁଲ କଥା, ମାତ୍ର ଦୁଇଟି ଜାଗାରୁ ଜିତିଗଲେ ଗୋଟିଏକୁ ଛାଡ଼ିବା ଦ୍ୱାରା ଦେଶର ରାଜକୋଷ ଯେମିତି ଦୁର୍ବଳ ହୋଇପଡ଼େ, ସେଥିରେ ତାଙ୍କର କି ଯାଏ! ବାସ୍‌, ସେ ଯେ ଦୁଇ ଦୁଇଟି ନିର୍ବାଚନମଣ୍ଡଳୀର ପ୍ରିୟ ନେତା, ଏହାହିଁ ତାଙ୍କ ଈର୍ଷଣୀୟ ପୁରୁଷାର୍ଥ! ବିଚରା ଭୋଟର! ଦୁଇ ନିର୍ବାଚନମଣ୍ଡଳୀର ଭୋଟର ଏ କଥା ସ୍ପଷ୍ଟ ଭାବେ ଜାଣିଥାନ୍ତି ଯେ ଦୁହିଁଙ୍କ ମଧ୍ୟରୁ ଜଣେ ତାଙ୍କର ହୋଇ ରହିବେ ଓ ଆଉ ଜଣକୁ ପ୍ରତାରଣାର ମୁହଁ ଦେଖିବାକୁ ପଡ଼ିବ। ତଥାପି ସେମାନେ ତାଙ୍କୁ ପ୍ରେମ କରିବସନ୍ତି। ଏଥିପାଇଁ ପରା କିଏ ଜଣେ କହିଥିଲେ- ”ପ୍ରେମ ସବୁବେଳେ ଅନ୍ଧ!“
ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର-୧୦
ମୋ:୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri