ବାହାରିଲାନି କାଜୁ ଜଙ୍ଗଲ ବିବାଦ ସମାଧାନର ସୂତ୍ର

ନୟାଗଡ ଅଫିସ,୫।୫: କାଜୁ ଜଙ୍ଗଲରେ ନିିଜର ପାରମ୍ପରିକ ଅଧିକାର ସାବ୍ୟସ୍ତ ସହ ନିଲାମ ପ୍ରତ୍ୟାହାର ଦାବି ନେଇ ଓଡଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତ ଶାଳିଆଝରୀର ଆଦିବାସୀଙ୍କ ସମେତ ଆଖପାଖ ଅଞ୍ଚଳର ଆଦିବାସୀ କରିଥିବା ଦାବି ନେଇ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏଥିରେ କାଜୁ କର୍ପୋରଶନର ଦଶପଲ୍ଲା ସବ ଡିଭିଜିନାଲ ମ୍ୟାନେଜର ଯୋଗ ଦେଇ କହିଥିଲେ, କାଜୁ ବଗିଚା ୩ବର୍ଷ ପାଇଁ ୧୦ ହଜାର ଟଙ୍କାରେ ନିଲାମ ହୋଇଛି। ନିଲାମ ପ୍ରତ୍ୟାହାର କରିବା କ୍ଷମତା ତାଙ୍କର ନାହିଁ। ଡିଭିଜିନାଲ ମ୍ୟାନେଜର ନିଲାମ ପ୍ରତ୍ୟାହାର କରିପାରିବେ। ତେବେ ନିଲାମ ପ୍ରତ୍ୟାହାର ମନା କରିବା ପରେ ଆଦିବାସୀ ଓ କୃଷକ ସଭା ପ୍ରତିନିଧି ଅସନ୍ତୋଷ ବ୍ୟକ୍ତ କରି ବୈଠକରୁ ଫେରିଥିଲେ। ଘଟଣାର ସମାଧାନ ପାଇଁ ଜିଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଉଦ୍ୟମ ବିଫଳ ହୋଇଛି।
ନିଲାମ ପ୍ରତ୍ୟାହାର ଦାବିରେ ଏପ୍ରିଲ ୨୭ରେ ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ଓ କୃଷକ ସଭା ପକ୍ଷରୁ ଆଦିବାସୀମାନେ ଏକ ବିକ୍ଷୋଭ କରିଥିଲେ। ଏକ ପ୍ରତିନିଧି ଦଳ ଯାଇ ଜିଲାପାଳଙ୍କୁ ସ୍ମାରକପତ୍ର ଦେବା ସହ କାଜୁ ଜଙ୍ଗଲ ନିଲାମ ପ୍ରତ୍ୟାହାର ନେଇ ଆଲୋଚନା କରିଥିଲେ। ମଙ୍ଗଳବାର ସଭାରେ ଆଦିବାସୀଙ୍କ ପକ୍ଷରୁ କୃଷକ ଓ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର, ପବିତ୍ର ଇନ୍ଦ୍ରଜିତ୍‌, ଗୋଲକ ବିହାରୀ ମୁଦୁଲି, ଭଗବାନ ପ୍ରଧାନ ଓ ଜଗବନ୍ଧୁ ଜାନୀ ସାମିଲ ଥିଲେ। ଏ ନେଇ ବାମପନ୍ଥୀ ନେତା ବିଶ୍ୱନାଥ ମହାପାତ୍ର ଓ କୃଷକ ନେତା ପବିତ୍ର ଇନ୍ଦ୍ରଜିତ୍‌ ଓ ଆଦିବାସୀ ନେତା ଜଗବନ୍ଧୁ ଜାନୀ କୁହନ୍ତି, ଦୀର୍ଘ ୧୨ ବର୍ଷ ଧରି କାଜୁ ଜଙ୍ଗଲ ନିଲାମ ହେଉ ନ ଥିଲା। ଆଦିବାସୀମାନେ ନିଲାମ ନେଇ କାଜୁ ଫସଲକୁ ଉପଭୋଗ କରୁଥିଲେ। ତେବେ ଚଳିତବର୍ଷ ମାତ୍ର ୧୦ ହଜାର ଟଙ୍କାରେ ୩ ବର୍ଷ ପାଇଁ କାହିଁକି କାଜୁ ଜଙ୍ଗଲ ନିଲାମ କରାଗଲା। ୧୧୦ ହେକ୍ଟର କାଜୁ ଜଙ୍ଗଲକୁ ଗଞ୍ଜାମରେ ଜଣେ ବ୍ୟକ୍ତିଙ୍କୁ ନିଲାମ ଦେବା ପରେ ଭିତିରି ଦେଣନେଣ ପଦାରେ ପଡିଛି। କାଜୁ କର୍ପୋରଶନର ନିଲାମ ପ୍ରତି ପଦାରେ ପଡିଛି। ଆଦିବାସୀଙ୍କ ପାରମ୍ପରିକ ଦଖଲ ଉପରେ ଆଘାତ ଦେଇ ଅଯଥାରେ ଆଇନ୍‌ଶୃଙ୍ଖଳା ବିପର୍ଯ୍ୟସ୍ତ କରିବା ଠିକ୍‌ ନୁହେଁ। ଆଦିବାସୀମାନେ ନିଜର ହକ ପାଇଁ ଲଢ଼େଇ କରିବାକୁ ଆଗଭର ହୋଇଥିବାରୁ ଅଯଥାରେ ବିବାଦ ବଢ଼ିଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

ସରିଲା ଛତ୍ରପୁର ଓକିଲ ସଂଘର ନିର୍ବାଚନ: ଏଲ. ଗୋପାଳ ସଭାପତି ଏବଂ ସମ୍ପାଦକ ହେଲେ…

ଛତ୍ରପୁର,୨୮।୩(ଦିଲ୍ଲୀପ ସାମଲ): ଛତ୍ରପୁର ଓକିଲ ସଂଘର ବିଭିନ୍ନ କର୍ମକର୍ତ୍ତା ନିମନ୍ତେ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ନିର୍ବାଚନ ନିମନ୍ତେ…

ଆନନ୍ଦପୁର ଓକିଲ ସଂଘ ନିର୍ବାଚନ: ଦୟାନିଧି ଦାଶ ସଭାପତି, ସମ୍ପାଦକ ଭାବେ…

ବଞ୍ଚୋ, ୨୮।୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଓକିଲ ସଂଘର ବାର୍ଷିକ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ଦୟାନିଧି ଦାଶ ସଭାପତି ପଦବୀ ପାଇଁ…

ବେଆଇନ ଭାବେ ଚାଲିଥିଲା ଚିକିତ୍ସା-ଅପରେସନ: ସାହାରା ନର୍ସିଂ ହୋମ ସିଲ, ପୁଣି ଜେଲ ଗଲେ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର):ବିନା ଲାଇସେନ୍ସରେ ବେଆଇନ ଭାବେ ନର୍ସିଂ ହୋମ ଚଳାଇ ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଏକ ବଡ଼…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri