ଟ୍ରେନରେ ଲାଗିଲା ନିଆଁ

ଛତ୍ରପୁର,୧୨ା୧୦(ଦିଲ୍ଲୀପ ସାମଲ): ଖୋର୍ଦ୍ଧାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଯାଇଥିବା ଛତ୍ରପୁର ଷ୍ଟେଶନରେ ଜଣାପଡ଼ିଥିଲା। ଛତ୍ରପୁର ଅଗ୍ନିଶମ ବିଭାଗ ଉକ୍ତ ନିଆଁକୁ ଆୟତ୍ତ କରିଛି । କୋଇଲା ବୋଝେଇ ଟ୍ରେନର ୧୧ ନଂ ବଗିରୁ ଖୁବଜୋରରେ ଧୂଆଁ ବାହାରୁଥିବା ଛତ୍ରପୁର ବଡ ରେଳ ଷ୍ଟେଶନ ନିକଟରେ ଜଣାପଡିଥିଲା। ୩ ନଂ. ପ୍ଲାଟଫମରେ ଉକ୍ତ ଟ୍ରେନକୁ ଅଟକାଯିବା ପରେ ତୁରନ୍ତ ଛତ୍ରପୁର ଅଗ୍ନିଶମ ବିଭାଗକୁ ଅବଗତ କରାଯାଇଥିଲା । ଏପରିକି ଟ୍ରେନ ଉପରେ ଦେଇ ଯାଇଥିବା ବିଦ୍ୟୁତ୍‌ ଲାଇନ କିଛି ସମୟ ପାଇଁ କଟାଯାଇଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରାୟ ୩୦ ମିନଟ ପରେ ଟ୍ରେନଟି ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri