ନ୍ୟୁଜିଲାଣ୍ଡ ପାର୍ଲାମେଣ୍ଟ ଗ୍ରାଉଣ୍ଡରେ ନିଆଁ

ଓ୍ବେଲିଙ୍ଗଟନ୍‌,୩।୩: କୋଭିଡ୍‌ ମହାମାରୀ ଟିକାକରଣକୁ ବିରୋଧ କରି ନ୍ୟୁଜିଲାଣ୍ଡ ରାଜଧାନୀ ଓ୍ବେଲିଙ୍ଗଟନ୍‌ରେ ୨୩ ଦିନ ଧରି ଜାରି ରହିଛି ବିକ୍ଷୋଭ। ବିକ୍ଷୋଭକାରୀମାନେ ଓ୍ବେଲିଙ୍ଗଟନ୍‌ରେ ଥିବା ପାର୍ଲାମେଣ୍ଟ ଗ୍ରାଉଣ୍ଡରେ ଟେଣ୍ଟ ବାନ୍ଧି ପ୍ରତିବାଦ କରୁଥିବାବେଳେ ବୁଧବାର ପୋଲିସ ଓ ସେମାନଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା। ପ୍ରଦର୍ଶନକାରୀଙ୍କୁ ପାର୍ଲାମେଣ୍ଟ ଗ୍ରାଉଣ୍ଡରୁ ହଟାଇବା ପାଇଁ ପୋଲିସ ସେମାନଙ୍କ ଉପରକୁ ରବର ବୁଲେଟ ପ୍ରୟୋଗ କରିଥିଲା। ଦୁଇ ଗୋଷ୍ଠୀ ସଂଘର୍ଷ ଭିତରେ ପାର୍ଲାମେଣ୍ଟ ଗ୍ରାଉଣ୍ଡରେ ଥିବା ଟେଣ୍ଟରେ ବିକ୍ଷୋଭକାରୀମାନେ ନିଆଁ ଲଗାଇଦେଇଥିଲେ। ଘଟଣାର ସୂଚନା ପାଇ ଅଗ୍ନିଶମ ବିଭାଗ ସେଠାର ପହଞ୍ଚି ନିଆଁକୁ ଆୟତ କରିଥିଲା। ନିଆଁ ଲାଗିବା ଦ୍ୱାରା ୫,୭୨,୦୦୦ ଡଲାରରେ ତିଆରି ପାର୍ଲାମେଣ୍ଟ ଗ୍ରାଉଣ୍ଡର ଅଧିକାଂଶ ଭାଗ ନଷ୍ଟ ହୋଇଯାଇଛି। ଟିକାକରଣକୁ ବିରୋଧ କରୁଥିବା ଲୋକେ ଓ୍ବେଲିଙ୍ଗଟନ୍‌ର ପ୍ରମୁଖ ରାସ୍ତାରେ କାର୍‌, ଟ୍ରକ୍‌ ରଖି ରାସ୍ତା ବନ୍ଦ କରିଛନ୍ତି। ଦୀର୍ଘ ୨୩ ଦିନ ଧରି ପ୍ରଦର୍ଶନ ଜାରି ଥିବାବେଳେ ବୁଧବାର ପୋଲିସ ରାସ୍ତାରୁ ଏହି ଗାଡ଼ି ସବୁକୁ ହଟାଇଥିଲା; ଫଳରେ ପ୍ରଦର୍ଶନକାରୀ ପୋଲିସକୁ ବିରୋଧ କରିଥିଲେ। ବର୍ତ୍ତମାନ ସୁଦ୍ଧା ୬୦ ପ୍ରଦର୍ଶନକାରୀଙ୍କୁ ପୋଲିସ ଗିରଫ କରିଥିବାବେଳେ ପାଖାପାଖି ୩ ପୋଲିସ ଅଫିସର ଆହତ ହୋଇଛନ୍ତି। ପାର୍ଲାମେଣ୍ଟ ଗ୍ରାଉଣ୍ଡରେ ଅଗ୍ନିକାଣ୍ଡ ଯୋଗୁ ସେ ଦୁଃଖିତ ଥିବା କହିଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜୁସିଣ୍ଡା ଆରଡର୍ନ।
ଟିକାକରଣକୁ ବିରୋଧ କରି ପ୍ରଦର୍ଶନ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ଦେଶରୁ କରୋନା କଟକଣା ହଟାଇବା ପାଇଁ ପ୍ରଦର୍ଶନକାରୀ ଦାବି କରୁଛନ୍ତି। କିଛିଦିନ ପୂର୍ବେ କାନାଡାରେ ଟ୍ରକ୍‌ ଡ୍ରାଇଭରମାନେ ଟିକାକରଣକୁ ବିରୋଧ କରି ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡିଉଙ୍କ ବାସଭବନ ସମ୍ମୁଖରେ ପ୍ରଦର୍ଶନ କରିଥିଲେ। ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲାଣ୍ଡରେ ୧,୧୮,୦୦୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୬ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟ ଦେଶଗୁଡ଼ିକ ତୁଳନାରେ ନ୍ୟୁଜିଲାଣ୍ଡରେ କରୋନା ସଂକ୍ରମଣ ମାତ୍ରା କମ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri