ଶିମିଳିପାଳ ଉତ୍ତର ଡିଭିଜନରେ ଲାଗିଲା ନିଆଁ

ବାରିପଦା ଅଫିସ,୩ା୩: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଉତ୍ତର ଡିଭିଜନରେ ନିଅଁା ଲାଗିଛି। ୪୫ଟି ସ୍ଥାନରେ ନିଆଁ ଲାଗିଥିବା ନେଇ ସାଟେଲାଇଟ ଚିତ୍ରରୁ ଜଣାପଡ଼ିଛି। ତେବେ ସମସ୍ତ ସ୍ଥାନରେ ଲାଗିଥିବାନିଆଁକୁ ଆୟତ୍ତ କରାଯାଇଥିବା ଉପ ନିର୍ଦ୍ଦେଶକ ସାଇ କିରଣ ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ତାଳବନ୍ଧ, ତୁଳସୀବଣି, କୁମାରୀ, ଜାମୁଆଣି ରେଞ୍ଜର ଚହଲା, ଠାକୁରମୁଣ୍ଡା, କେନ୍ଦୁମୁଣ୍ଡି ପ୍ରଭୁତି ରେଞ୍ଜର ଏକାଧିକ ସ୍ଥାନରେ ନିଅଁା ଲାଗିଛି। ଅଗ୍ନିକାଣ୍ଡରେ ବହୁ ମୂଲ୍ୟବାନ ଗଛ ପୋଡ଼ି ପାଉଁଶ ହେବାରେ ଲାଗିଛି। ତେବେ ନିଅଁା ଲିଭେଇବା ପାଇଁ ବନ ବିଭାଗ କର୍ମଚାରୀଙ୍କ ସହ ସ୍ଥାନୀୟ ଲୋକେ ଉଦ୍ୟମ ଜାରି ରଖିଛନ୍ତି। ଗଛ ତଳେ ଶୁଖିଲା ପତ୍ର ପଡ଼ିଥିବାରୁ ନିଆଁ କ୍ଷୀପ୍ର ଗତିରେ ବ୍ୟାପିବାରେ ଲାଗିଛି। ପବନର ବେଗ ବଢ଼ିବା ସହିତ ନିଅଁାର ପ୍ରକୋପ ମଧ୍ୟ ବଢ଼ିବାରେ ଲାଗିଥିବା ଦେଖିବାକୁ ମିଳିଥିଲା। ନିଅଁା ଲାଭେଇବା କାର୍ଯ୍ୟ ଜାରି ରହିଛି ବୋଲି ବନ ଅଧିକାରୀ ସୂଚନା ଦେଇଛନ୍ତି।