ଧରପଗଡ଼ ଜୋରଦାର, ୭ ଲକ୍ଷ ୭୨ ହଜାର ୭୯୫ ଟଙ୍କାର ଫାଇନ୍‌ ଆଦାୟ

କେନ୍ଦୁଝର,୮ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ରାସ୍ତାରେ ଶୂନ୍ୟ ଦୁର୍ଘଟଣା ପାଇଁ ପରିବହନ ଓ ପୋଲିସ ବିଭାଗ ମିଳିତ ଚଢ଼ାଉ କରି ଗାଡ଼ି ଧରପଗଡ଼ ଚଳିତ ମାସ ୧ ତାରିଖରୁ ଆରମ୍ଭ କରିଛି। ଏକ ସପ୍ତାହ ମଧ୍ୟରେ କେନ୍ଦୁଝର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କେନ୍ଦୁଝର ଓ ବଡ଼ବିଲ ପକ୍ଷରୁ ଚଢ଼ାଉ କରି ସମୁଦାୟ ୨୧୦୬ଟି କେସ୍‌ ଧରି ଚାଲାଣ କାଟିଥିବା ଜଣାପଡ଼ିଛି ା ସେହିପରି ଏହି ବାବଦରେ ୭,୭୨,୭୯୫ ଟଙ୍କା ଫାଇନ୍‌ ଆଦାୟ ହୋଇଥିବା ଆଞ୍ଚଳିକ ପରିବହନ ବିଭାଗ ସୂତ୍ରରୁ ଜଣାପଡ଼ିଛି ା

ସେଥିମଧ୍ୟରୁ ସର୍ବାଧିକ ବଡ଼ବିଲ କାର୍ଯ୍ୟାଳୟ ସ୍କ୍ବାଡ ଦ୍ୱାରା ୪,୦୩,୯୮୦ ଟଙ୍କା ଓ କେନ୍ଦୁଝର କାର୍ଯ୍ୟାଳୟ ସ୍କ୍ବାଡ ଦ୍ୱାରା ୧୩,୩୧୫ ଟଙ୍କା ଫାଇନ୍‌ ଆଦାୟ କରାଯାଇଛି। ସେହିପରି ପୋଲିସ ବିଭାଗ ୩୫,୫୫,୦୦ ଟଙ୍କା ଫାଇନ୍‌ ଆଦାୟ କରିଥିବା ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳ କୃଷ୍ଣ ଦାସ କହିଛନ୍ତି। ଏହି ସପ୍ତାହରେ ଜିଲାରେ ଘଟିଥିବା ରାସ୍ତା ଦୁର୍ଘଟଣା କମିଥିବା ବେଳେ ସମୁଦାୟ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ା ଦ୍ରୁତ ଗତିରେ ଗାଡିଚଳାଚଳ କରୁଥିବା ୩୩୧ଜଣଙ୍କ ବିରୋଧରେ ଚାଲାଣ କଟାଯାଇଥିବା ବେଳେ ୫୬୪ ଜଣ ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବା, ୧୦୮ ଜଣ ମଦ୍ୟପାନ କରି ଗାଡ଼ି ଚଳାଉଥିବା, ୩୧ ଜଣ ବିନା ସିଟ୍‌ ବେଲ୍ଟ ଲଗାଇ ଗାଡ଼ି ଚଳାଇବା, ୩୭ ଜଣ ମୋବାଇଲ ଧରି ଗାଡ଼ି ଚଲାଇବା, ୩ ଜଣ ବସିଯାଉଥିବ ବଳେ ୧୬ ଜଣ, ଭୂଲ ରାସ୍ତାରେ ଗାଡ଼ିଚଳାଚଳ କରୁଥିବା ୫୫ ଜଣ, ୨୪ ଜଣ ନାବାଳକ ଗାଡ଼ି ଚଳାଉଥିବା, ୬୪ ଜଣ ବିନା ଫିଟ୍‌ନେସ୍‌ରେ ଗାଡ଼ି ଚଳାଉଥିବା ଧରା ପଡ଼ିଥିଲେ। ସେହିପରି ପୋଲିସ ବିଭାଗ ପକ୍ଷରୁ ନିଜ ନିଜ ଥାନା ଅଞ୍ଚଳରେ ଧରପଗଡ଼ କରି ସମୁଦାୟ ୮୨୪ ଟି କେସ୍‌ କରିବା ସହ ଫାଇନ୍‌ ଆଦାୟ କରାଯାଇଛି।