ଧରପଗଡ଼ ଜୋରଦାର, ୭ ଲକ୍ଷ ୭୨ ହଜାର ୭୯୫ ଟଙ୍କାର ଫାଇନ୍‌ ଆଦାୟ

କେନ୍ଦୁଝର,୮ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ରାସ୍ତାରେ ଶୂନ୍ୟ ଦୁର୍ଘଟଣା ପାଇଁ ପରିବହନ ଓ ପୋଲିସ ବିଭାଗ ମିଳିତ ଚଢ଼ାଉ କରି ଗାଡ଼ି ଧରପଗଡ଼ ଚଳିତ ମାସ ୧ ତାରିଖରୁ ଆରମ୍ଭ କରିଛି। ଏକ ସପ୍ତାହ ମଧ୍ୟରେ କେନ୍ଦୁଝର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କେନ୍ଦୁଝର ଓ ବଡ଼ବିଲ ପକ୍ଷରୁ ଚଢ଼ାଉ କରି ସମୁଦାୟ ୨୧୦୬ଟି କେସ୍‌ ଧରି ଚାଲାଣ କାଟିଥିବା ଜଣାପଡ଼ିଛି ା ସେହିପରି ଏହି ବାବଦରେ ୭,୭୨,୭୯୫ ଟଙ୍କା ଫାଇନ୍‌ ଆଦାୟ ହୋଇଥିବା ଆଞ୍ଚଳିକ ପରିବହନ ବିଭାଗ ସୂତ୍ରରୁ ଜଣାପଡ଼ିଛି ା

ସେଥିମଧ୍ୟରୁ ସର୍ବାଧିକ ବଡ଼ବିଲ କାର୍ଯ୍ୟାଳୟ ସ୍କ୍ବାଡ ଦ୍ୱାରା ୪,୦୩,୯୮୦ ଟଙ୍କା ଓ କେନ୍ଦୁଝର କାର୍ଯ୍ୟାଳୟ ସ୍କ୍ବାଡ ଦ୍ୱାରା ୧୩,୩୧୫ ଟଙ୍କା ଫାଇନ୍‌ ଆଦାୟ କରାଯାଇଛି। ସେହିପରି ପୋଲିସ ବିଭାଗ ୩୫,୫୫,୦୦ ଟଙ୍କା ଫାଇନ୍‌ ଆଦାୟ କରିଥିବା ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳ କୃଷ୍ଣ ଦାସ କହିଛନ୍ତି। ଏହି ସପ୍ତାହରେ ଜିଲାରେ ଘଟିଥିବା ରାସ୍ତା ଦୁର୍ଘଟଣା କମିଥିବା ବେଳେ ସମୁଦାୟ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ା ଦ୍ରୁତ ଗତିରେ ଗାଡିଚଳାଚଳ କରୁଥିବା ୩୩୧ଜଣଙ୍କ ବିରୋଧରେ ଚାଲାଣ କଟାଯାଇଥିବା ବେଳେ ୫୬୪ ଜଣ ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବା, ୧୦୮ ଜଣ ମଦ୍ୟପାନ କରି ଗାଡ଼ି ଚଳାଉଥିବା, ୩୧ ଜଣ ବିନା ସିଟ୍‌ ବେଲ୍ଟ ଲଗାଇ ଗାଡ଼ି ଚଳାଇବା, ୩୭ ଜଣ ମୋବାଇଲ ଧରି ଗାଡ଼ି ଚଲାଇବା, ୩ ଜଣ ବସିଯାଉଥିବ ବଳେ ୧୬ ଜଣ, ଭୂଲ ରାସ୍ତାରେ ଗାଡ଼ିଚଳାଚଳ କରୁଥିବା ୫୫ ଜଣ, ୨୪ ଜଣ ନାବାଳକ ଗାଡ଼ି ଚଳାଉଥିବା, ୬୪ ଜଣ ବିନା ଫିଟ୍‌ନେସ୍‌ରେ ଗାଡ଼ି ଚଳାଉଥିବା ଧରା ପଡ଼ିଥିଲେ। ସେହିପରି ପୋଲିସ ବିଭାଗ ପକ୍ଷରୁ ନିଜ ନିଜ ଥାନା ଅଞ୍ଚଳରେ ଧରପଗଡ଼ କରି ସମୁଦାୟ ୮୨୪ ଟି କେସ୍‌ କରିବା ସହ ଫାଇନ୍‌ ଆଦାୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri