ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ନୀଳଗିରି,୨୧।୮(ପ୍ରଶାନ୍ତ କୁମାର ବିଶ୍ବାଳ): ଫ୍ୟାକ୍ଟ୍ରିରୁ କାମ କରିବାକୁ ଯାଉଥିବା ବେଳେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ। ଏଭଳି ଅଭାବନୀୟ ଘଟଣା ଘଟିଛି ନୀଳଗିରି ଥାନା ମିତ୍ରପୁର ନିକଟ ଚଣ୍ଡୀପୁର ରାସ୍ତାରେ। ନୀଳଗିରି ଥାନା ଧୋବସିଳା ପଞ୍ଚାୟତ ସାରୁପାଳ ଅଞ୍ଚଳର ପ୍ରତାପ ଚନ୍ଦ୍ର ବାରିକଙ୍କ ପୁଅ ଅରୁଣ ବାରିକ ମଙ୍ଗଳବାର ରାତିରେ ବାଇକ ଯୋଗେ (ଇମାମୀ ପେପର ମିଲ) ଫ୍ୟାକ୍ଟ୍ରିକୁ କାମ କରିବା ପାଇଁ ଯାଉଥିବା ସମୟରେ ମିତ୍ରପୁର ନିକଟ ଚଣ୍ଡୀପୁର ଠାରେ ତିନି ଜଣ ଯୁବକ ଅରୁଣକୁ ଅଟକାଇ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆଖିବୁଜା ଆକ୍ରମଣ କରିଥିଲେ। ତବେ ଦୁର୍ବୃତ୍ତମାନେ ଅରୁଣଙ୍କ ତଣ୍ଟି କାଟିବାକୁ ଉଦ୍ୟମ କରୁଥିବା ବେଳେ ସେ ବୁଲି ପଡିବାରୁ ତାଙ୍କ କାନ୍ଧ ଓ ପେଟରେ ଗଭୀର ଆଘାତ ସହ ହାତ ଦେଖାଇବାରୁ ବୁଢା ଆଙ୍ଗୁଳି ଛିଣ୍ଡି ଯାଇଥିବା ଜଣାପଡିଛି।
ଘଟଣାସ୍ଥଳରୁ ତାଙ୍କ ପଲସର ବାଇକଟିକୁ ଛଡାଇ ନେଇଛନ୍ତି। ପାଖ ଲୋକେ ପରିବାର ଲୋକଙ୍କୁ ଖବର ଦେବାପରେ ପରିବାର ଲୋକେ ଗୁରୁତ୍ବର ଅରୁଣଙ୍କୁ ପ୍ରଥମେ ନୀଳଗିରି ମେଡିକାଲ ଓ ପରେ ବାଲେଶ୍ବର ନେଇ ଚିକିତ୍ସା କରୁଥିବା ବେଳେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ପୂର୍ବ ଶତ୍ରୁତାକୁ ନେଇ ଏଭଳି ଆକ୍ରମଣ ହୋଇଛି ନା ଛିନତାଇ ପାଇଁ ଆକ୍ରମଣ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଏ ନେଇ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ନୀଳଗିରି ପୋଲିସ ଘଟଣାକୁ ଗୁରୁତ୍ୱ ଦେଇ ଏକ ମାମଲା ନଂ ୨୬୭/୨୪ ରୁଜୁ କରି ତଦନ୍ତକୁ ଜୋରଦାର କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ୟୁଟ୍ୟୁବରୁ ଶିଖି ୫ ଏକର ଜମି କଲେ ଚାଷ: ଦୁଇମାସରେ…

ଭବାନୀପାଟଣା,୯ା୧୨(ଉତ୍ତମ କୁମାର ଦାଶ):ନେପିଆର୍‌ ଘାସ ଚାଷ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ସିକେରଗୁଡା ଗାଁର ଅଜିତ ପ୍ରଧାନଙ୍କୁ ସ୍ବାବଲମ୍ବୀ କରିଛି। ଏଥିରେ ସେ ଆତ୍ମ...

ବିବାହ ଭାଙ୍ଗିବା ପରେ ସ୍ମୃତିଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ ସୃଷ୍ଟି କଲା ହଇଚଇ, ଲେଖିଲେ ଏମିତି…

ନୂଆଦିଲ୍ଲୀ,୯।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଅଛନ୍ତି। ରବିବାର, ସେ ଏକ...

ବିମାନରେ ଗୀତା ପଢିଲେ ରୁଷିଆ ରାଷ୍ଟ୍ରପତି, ବନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ବିଶେଷ ଉପହାର

ମସ୍କେ/ନୂଆଦିଲ୍ଲୀ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ପ୍ରତି ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ...

ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ସହ ଖାଦ୍ୟ ସମସ୍ୟା, ତେଜିଲେ ଅଭିଭାବକ

ଅତାବିରା,୯ା୧୨(ଯୁଧିଷ୍ଠିର ମହାପାତ୍ର):ଅତାବିରା ଏନ୍‌ଏସି ଅନ୍ତର୍ଗତ ଭୋଇପୁରା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ସହିତ ରନ୍ଧା ଖାଦ୍ୟ ସମସ୍ୟା ଦେଖାଦେଇଛି। ସୋମବାର କେତେକ ପିଲାମାନେ...

ଆଇପିଏଲ ନାଁରେ ଏନଏଚଆରସିରେ ଅଭିଯୋଗ: ଦୂଷିତ ପାଣି ଗନ୍ଧରେ ଫାଟି ପଡୁଛି ଅଞ୍ଚଳ

ଭବାନୀପାଟଣା,୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଅବସ୍ଥାପିତ ଥିବା ଆଇପିଏଲ (ଇଣ୍ଡିଆନ ପଟାସ ଲିମିଟେଡ) କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ...

କଟକ ଟି-୨୦ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଲା ଜୋରଦାର ଝଟ୍‌କା: ଅଭିଯୋଗ ପରେ…

ଦୁବାଇ,୯ା୧୨ (ପି.ଟି.):ରାୟପୁରଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ସ୍ଲୋ ଓଭର-ରେଟ୍‌ ପାଇଁ ଭାରତକୁ ସୋମବାର ସେମାନଙ୍କ ମ୍ୟାଚ୍‌ ଫି’ର...

ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri