Categories: ଫୁରସତ

ଜେଲ୍‌ରେ ଏମିତି ଗୀତ ଗାଇଲେ ମଦ୍ୟପ କଏଦି, ପୋଲିସ ହେଲେ ଆଶ୍ଚର୍ଯ୍ୟ

କୁହାଯାଏ ଯେ, ବିହାରରେ ପ୍ରତିଭାଶାଳୀ ଲୋକମାନଙ୍କ ଅଭାବ ନାହିଁ । ସେଠାରେ ମଦ ନିଷେଧ। ଏସବୁ ସତ୍ତ୍ୱେ ଲୋକେ ମଦ୍ୟପାନ କରନ୍ତି । ସମ୍ପ୍ରତି, ଦେଖାଯାଇଛି ଯେ, ବିହାର ପାଇଁ ମଦ ଏକ ଅଭିଶାପ ପାଲଟିଛି । ପ୍ରଶାସନ ବହୁତ ଚେଷ୍ଟା କରୁଛି ଏହାକୁ ରୋକିବାକୁ। ଏଥିପାଇଁ ଅନେକ ଲୋକଙ୍କୁ ଗିରଫ କରାଯାଉଛି। ତେବେ ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ ଜଣାଇବାକୁ ଚାହୁଁଛୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଗୀତ ଭାଇରାଲ ହେଉଛି। ଯେଉଁଥିରେ ଜଣେ କଏଦୀ ଗୀତ ଗାଉଥିବା ଦେଖିବାକୁ ମିଳୁଛି। ବାସ୍ତବରେ, ବିହାରର ବକ୍ସର ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କୁ ମଦ୍ୟପାନ କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ମାତ୍ର ପୋଲିସ ଏହା ଜାଣି ନ ଥିଲା ଉକ୍ତ ବ୍ୟକ୍ତି ଜଣଙ୍କ ଏକ ଦକ୍ଷ ଗାୟକ। ଲକଅପ୍‌ରେଥିବା ଏହି ବ୍ୟକ୍ତ ଯେତେବେଳେ ଗୀତ ଗାଇବା ଆରମ୍ଭ କଲେ, ସେଠାରେ ଉପସ୍ଥିତ ଥିବା ସମସ୍ତ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଗୀତ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଗାୟକଙ୍କ ସ୍ବର ଶୁଣିବା ପରେ ୟୁଜର୍ସ ତାଙ୍କୁ ଅଫର ଦେବାକୁ କହୁଛନ୍ତି। ଭିଡିଓରେ ଜେଲ ଭିତରେ ଥିବା ଏହି ବ୍ୟକ୍ତି ତାଙ୍କର ସୁମଧୁର ସ୍ବରରେ ଭୋଜପୁରୀ ଗାୟକ ପୱନ ସିଂଙ୍କ ପ୍ରସିଦ୍ଧ ଗୀତ ‘ଦାରୋଗା ଜୀ ହୋ … ଚାର୍‌ ଦିନ ସେ ପିୱାବା ଲାପତା’ଗୀତ ଗାଉଛନ୍ତି। ଏହି ଗୀତ ମାଧ୍ୟମରେ ସେ ପୋଲିସକୁ ତାଙ୍କ ରିପୋର୍ଟ ନ ଲେଖିବାକୁ ଅନୁରୋଧ କରୁଛନ୍ତି। ପୋଲିସ କର୍ମଚାରୀମାନେ ଏହାର ଏକ ଭିଡିଓ କରିଛନ୍ତି। ଗାୟକଙ୍କ ନାମ କହ୍ନେୟା ବୋଲି ଜରାପଡ଼ିଛି।

 

Share