କ୍ୟାନସର୍‌ ଭଲ ହେବା ପାଇଁ ମହିଳାଙ୍କ ଶରୀରରେ ଡାକ୍ତର ଲଗାଇଲେ ସିମେଣ୍ଟ-ଲେମ୍ବୁ ମିଶ୍ରଣ,ଆଉ ତା’ପରେ…

ବେଜିଂ,୨।୧୧: ଚାଇନାରେ ଠକେଇର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ସ୍ବଘୋଷିତ ଟ୍ୟୁମର ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଅନୁସନ୍ଧାନ ଚାଲିଛି। ଏହି ଠକେଇରେ ଜଣେ ମହିଳା ମଧ୍ୟ ଜୀବନ ହରାଇଛନ୍ତି। ଏଠାରେ ଜଣେ ମହିଳା କ୍ୟାନସର୍‌ ରୋଗରେ ଆକ୍ରାନ୍ତ ମା’ଙ୍କୁ ଚିକିତ୍ସା ପାଇଁ ୨୦୦,୦୦୦ ୟୁଆନ (ପ୍ରାୟ ୨୨.୭୬ ଲକ୍ଷ ଟଙ୍କା) ନେଇ କିପରି ପ୍ରତାରଣା କରାଯାଇଥିଲା ତାହା ପ୍ରକାଶ କରିଥିଲେ।
ସାଉଥ ଚାଇନା ମର୍ନିଂ ପୋଷ୍ଟ (ଏସସିଏମ୍‌ପି) ଅନୁଯାୟୀ, ୱାଙ୍ଗ ନାମକ ଜଣେ ମହିଳା ୨୦୨୧ ଶେଷରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ମାଙ୍କର ସ୍ତନ କର୍କଟ ହୋଇଛି। ରୋଗ ନିର୍ଣ୍ଣୟ ପରେ ଖୁବ ଶୀଘ୍ର ଉଭୟ ମହିଳା ୱୁହାନରେ ଚାଇନାର ଏକ ପାରମ୍ପରିକ ଔଷଧ ଦେଉଥିବା ଡାକ୍ତରଙ୍କ ସହିତ ପରିଚିତ ହୋଇଥିଲେ। ଓ୍ବାଙ୍ଗ ଡୋଙ୍ଗୁସାନବାଓ ଟ୍ୟୁମର ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ୟୁ ନାମକ ଡାକ୍ତରଙ୍କୁ ଭେଟିବାକୁ ଯାଇଥିଲେ, ଯେଉଁଠାରେ ୟୁ ସେମାନଙ୍କୁ କହିଥିଲେ ଯେ ସେ ଏକ ଔଷଧ ଉଦ୍ଭାବନ କରିଛନ୍ତି ଯାହା କ୍ୟାନସର୍‌ ରୋଗକୁ ଦୂର କରିପାରିବ।
ୱାଙ୍ଗଙ୍କ ଅନୁଯାୟୀ, ୟୁ କ୍ୟାନ୍‌ସର ଚିକିତ୍ସା ପାଇଁ ବିଶ୍ୱସନୀୟ ପେଟେଣ୍ଟ ଡକ୍ୟୁମେଣ୍ଟ ଏବଂ ସମ୍ମାନଜନକ ପୁରସ୍କାର ପ୍ରମାଣପତ୍ର ଦେଖାଇ ଉଭୟ ମହିଳାଙ୍କୁ ମନାଇବା ପାଇଁ ବହୁତ ଚେଷ୍ଟା କରିଥିଲେ। ଏହା ପରେ ୱାଙ୍ଗଙ୍କ ମା’ ତୁରନ୍ତ ୨୦,୦୦୦ ୟୁଆନ (ପ୍ରାୟ ୨,୩୦,୦୦୦ ଟଙ୍କା) ମୂଲ୍ୟରେ ଔଷଧ ନେଇଥିଲେ। ୱାଙ୍ଗ କହିଛନ୍ତି, ଏକ ବର୍ଷ ମଧ୍ୟରେ ସେ ଏବଂ ତାଙ୍କ ମା’ ଉତ୍ତର-ପୂର୍ବ ଲିଆଓନିଂ ପ୍ରଦେଶରେ ଥିବା ନିଜ ଘରୁ ୬ଥର ୱୁହାନ ଯାତ୍ରା କରିଥିଲେ। ଏହି ଯାତ୍ରା ପାଇଁ ୨୦୦,୦୦୦ ୟୁଆନରୁ ଅଧିକ ଖର୍ଚ୍ଚ କରିଥିଲି।
ୱାଙ୍ଗ ଆହୁରି କହିଛନ୍ତି, ତାଙ୍କ ମା’ଙ୍କୁ ଏହି ଔଷଧ ଦେବା ବ୍ୟତୀତ ୟୁ ତାଙ୍କ ରକ୍ତସ୍ରାବ ବନ୍ଦ କରିବା ପାଇଁ ତାଙ୍କ ସ୍ତନରେ ଅନେକଗୁଡ଼ିଏ ଇଞ୍ଜେକ୍ସନ ମଧ୍ୟ ଦେଇଥିଲେ। ୟୁ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବରେ ମହିଳାଙ୍କୁ ସିମେଣ୍ଟ ଏବଂ ଲେମ୍ବୁର ମିଶ୍ରଣକୁ ତାଙ୍କ ବାହୁ ତଳେ ଥିବା ଚର୍ମରେ ଲଗାଇବାକୁ କହିଥିଲେ ଏବଂ ଏହା କ୍ୟାନ୍‌ସର ରୋଗର ଅଂଶକୁ ସଙ୍କୁଚିତ କରିବାରେ ସାହାଯ୍ୟ କରିବ ବୋଲି କହିଥିଲେ। ମୋ ମା’ ତାଙ୍କ ନିର୍ଦ୍ଦେଶକୁ ଅନୁସରଣ କଲେ କିନ୍ତୁ ଦୁଇମାସ ଏହା କରିବା ପରେ ତାର ଚର୍ମ ଜଳିଗଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri