Categories: ଅପରାଧ

ଭିନ୍ନ ଏକ ଠକ ଗିରଫ; ଟାର୍ଗେଟ୍‌ରେ ଥିଲେ ଛାଡ଼ପତ୍ର ହୋଇଥିବା ମହିଳା

ନୂଆଦିଲ୍ଲୀ, ୫।୯: ଦିଲ୍ଲୀ ପୋଲିସ ଜଣେ ଭିନ୍ନ ଧରଣର ଠକକୁ ଗିରଫ କରିଛି। ଏହି ଠକ ଯୁବକର ଟାର୍ଗେଟ୍‌ରେ ଥିଲେ ଛାଡ଼ପତ୍ର ହୋଇଥିବା ମହିଳା। ବିବାହର ପ୍ରତିଶ୍ରୁତି ଦେଇ ଏହି ଠକ ଯୁବକଜଣଙ୍କ ଛାଡ଼ପତ୍ର ହୋଇଥିବା ମହିଳାଙ୍କଠାରୁ ଟଙ୍କା ଲୁଟ୍‌ କରିବାରେ ଧୁରନ୍ଧର ଥିଲା। ଦିଲ୍ଲୀ ସମେତ ଏହାର ଆଖପାଖ ରାଜ୍ୟରେ ଏହିଭଳି ଅନେକ ମହିଳାଙ୍କ ଠକିବା ପରେ ଶେଷରେ ପୋଲିସ ଏହି ଯୁବକକୁ ଗିରଫ କରିବାରେ ସଫଳ ହୋଇଛି। କୁତ୍ସିତ ଚିନ୍ତାଧାରର ଏହି ଯୁବକର ନାମ ମୋହିତ୍‌ ବୋଲି ଜଣାପଡ଼ିଛି। ତଥାକଥିତ ଭାବେ ଛାଡ଼ପତ୍ର ପାଇଥିବା ମହିଳାଙ୍କୁ ପ୍ରେମର ଜାଲରେ ଫଶାଇ ବିବାହର ପ୍ରତିଶ୍ରୁତି ଦେଇ ଟଙ୍କା ହଡ଼ପ କରି ଫେରାର୍‌ ହେଇଯାଉଥିଲା। ଗିରଫ ପରେ ପୋଲିସ ମୋହିତର ବ୍ୟାଙ୍କ ଆକାଉଣ୍ଟରୁ ସାଢ଼େ ୪ ଲକ୍ଷ ଟଙ୍କା ଜବତ କରିଛି। ମୋହିତ୍‌ କେତେଜଣ ମହିଳାଙ୍କୁ ଏଭଳି ଉପାୟରେ ଠକିଛି ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଚଳାଇଛି।