ବଲାଙ୍ଗୀର,୨।୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୋଲିସ ପ୍ରଶାସନ ଓ ପୌରପରିଷଦ ପକ୍ଷରୁ ନିଶା ନିବାରଣକୁ ନେଇ ମଙ୍ଗଳାବାର ସ୍ଥାନୀୟ ବ୍ରାହ୍ମଣପଡା ଛକରେ ପଥପ୍ରାନ୍ତ ନାଟକର ଶୁଭାରମ୍ଭ କରାଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଧାୟକ କଳିିକେଶ ନାରାୟଣ ସିଂଦେଓ , ପୌରଧ୍ୟକ୍ଷା ଲୀକା ସାହୁ ଓ ଟାଉନ ଥାନା ଆଇଆଇସି ଅବନୀ ସାହୁ ଉପସ୍ଥିତ ରହି ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ। ନିଶାରୁ ଲୋକେ ଦୂରେଇ ରହିବା ପାଇଁ କଳାକାରମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଲୋକମାନଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଛ। ବଲାଙ୍ଗୀର ସହରର ପ୍ରତି ୱାର୍ଡର ଥିବା ବିଭିନ୍ନ ପଡା ଓ ଛକ ମାନଙ୍କରେ ନିଶା ମୁକ୍ତ ଅଭିଯାନକୁ ନେଇ ପଥପ୍ରାନ୍ତ ନାଟକ ଜରିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ସଚେତନତା କରାଯିବ ବୋଲି ସୂଚନା ଦିଆଯାଇଛି । ବଲାଙ୍ଗୀର ସହରରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି। ନିଶା ଯୋଗୁ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ସହରରେ ବଢୁଛି। ଫଳରେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିଶା ନିବାରଣରୁ ଦୁରେଇ ରହିବା ପାଇଁ ସହରରେ ଏଭଳି କାର୍ଯ୍ୟକ୍ରମ ଅବଲମ୍ବନ କରାଯାଇଥିବାରୁ ବୁଦ୍ଧିଜିବି ମହଲରେ ପ୍ରଶଂସା କରାଯାଇଛି।


