ଲଞ୍ଚଘୋଲା ବେଳାଭୂମିରେ ମୃତ ଅଲିଭ୍‌ରିଡ୍‌ଲେ କଇଁଛ

ମହାକାଳପଡ଼ା, ୧୪ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):ଶୀତ ଋତୁ ଆରମ୍ଭରୁ ଅଲିଭରିଡ୍‌ଲେ କଇଁଛ ସୁଦୂର ପ୍ରଶାନ୍ତ ମହାସାଗର, କୋଷ୍ଟାରିକା, ଶ୍ରୀଲଙ୍କା ଆଦି ଅଞ୍ଚଳରୁ ସମୁଦ୍ର ପଥ ଅତିକ୍ରମ କରି ଓଡ଼ିଶା ଉପକୂଳକୁ ଆସିଛନ୍ତି। ବିଶେଷ କରି ଗହୀରମଥା, ଋଷିକୁଲ୍ୟା ମୁହାଣ, ଜଟାଧାର ମୁହାଣ ବେଳାଭୂମିକୁ ସୁରକ୍ଷିତ ମଣି କଇଁଛ ଗଣ ଅଣ୍ଡାଦାନ କରିଥାନ୍ତି। ଅପରପକ୍ଷରେ ମାଛଧରା ଟ୍ରଲର ବେଆଇନ ଭାବେ ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ମାଛ ଧରିବା ବେଳେ ଗାଞ୍ଜ ଜାଲରେ ଛନ୍ଦି ହୋଇ ଅକାଳରେ ଅଲିଭରିଡ୍‌ଲେ କଇଁଛଙ୍କ ଜୀବନ ଯାଉଛି। ବିଶେଷକରି ବଙ୍ଗୋପସାଗର ଉପକୂଳ ଅଞ୍ଚଳରେ ବାଲେଶ୍ୱର, ଧାମରା, କଷାଫଳ, ବଳରାମଗଡି, ଦୀଘା, ପଶ୍ଚିମବଙ୍ଗ ଆଦି ଟ୍ରଲରଗୁଡ଼ିକ ବେଆଇନ ଭାବେ ପ୍ରବେଶ କରି କଇଁଛମାନଙ୍କ ଜୀବନ ନେଉଛନ୍ତି। ଏଭଳି ଦେଖିବାକୁ ମିଳୁଛି, କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ଲଞ୍ଚଘୋଲା ବେଳାଭୂମିରେ ଚଳିତ ବର୍ଷର ପ୍ରଥମ କରି ଶୁକ୍ରବାର ୨ଟି ମୃତ ଅଲିଭରିଡେ୍‌ଲେ କଇଁଛ ଲାଗିଛନ୍ତି। ଏହି କଇଁଛ ମୃତ୍ୟୁ ଘଟଣାକୁ ନେଇ ପରିବେଶପ୍ରେମୀମଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।
୨୦୨୩ରେ ୧୬୪ ଅଲିଭରିଡ୍‌ଲେ କଇଁଛଙ୍କ ଜୀବନ ଯାଇଥିବା ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବନ ବିଭାଗ ଅଧିକାରୀମାନଙ୍କ ପକ୍ଷରୁ କୁହାଯାଇଛି। ଚଳିତବର୍ଷ ଏମାନଙ୍କ ସୁରକ୍ଷା, ସଂରକ୍ଷଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ସାମୁଦ୍ରିକ ପୋଲିସ, ତଟରକ୍ଷୀ ବାହିନୀର କର୍ମଚାରୀ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ହେଲେ କେବଳ ବନ ବିଭାଗ ଓ ତଟରକ୍ଷୀ ବାହିନୀକୁ ଛାଡ଼ି ଦେଲେ ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ସାମୁଦ୍ରିକ ପୋଲିସ ପକ୍ଷରୁ ମୁତୟନ ହେବା ନଁା ଧରୁ ନାହାନ୍ତି। ବନ ବିଭାଗ ପକ୍ଷରୁ ଏକକୁଳାନାସି, ବାବୁବାଲି ଓ ମାଦଳୀଠାରେ ଫରେଷ୍ଟ ବିଟ ରହିଛି। ବିଭାଗର କର୍ମଚାରୀ ନିୟୋଜିତ ଅଛନ୍ତି। ଏହା ସତ୍ତ୍ୱେ ଟ୍ରଲର ମାଡ଼ରେ ଅଲିଭରିଡ୍‌ଲେ କଇଁଛଙ୍କ ଜୀବନ ଯାଉଛି ବୋଲି ଅଭିଯୋଗ ହେଉଛି।
ମହାକାଳପଡ଼ା ବ୍ଲକ ଅଞ୍ଚଳର ୫ ଶହରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ବାଲେଶ୍ୱର ଟ୍ରଲର ମାଲିକଙ୍କ ପାଖରେ କାମ କରୁଛନ୍ତି। ସେମାନେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ବନ ବିଭାଗ ପାଟ୍ରୋଲିଂ ଟିମ୍‌ କର୍ମଚାରୀ କେଉଁ ସମୟରେ ସମୁଦ୍ରକୁ ଯିବେ ଏ ସମ୍ପର୍କରେ ଆଗୁଆ ସୂଚନା ପାଉଛନ୍ତି। ଫଳରେ ଟ୍ରଲର କର୍ମଚାରୀ ସତର୍କ ହୋଇ ନିଷିଦ୍ଧାଞ୍ଚଳ ଛାଡି ଦୂରକୁ ଚାଲି ଯାଉଛନ୍ତି। ହୁକିଟୋଲା ପର୍ଯ୍ୟଟନସ୍ଥଳକୁ ଯାତ୍ରା କରୁଥିବାବେଳେ ଶୁକ୍ରବାର ଏହି ମଲା କଇଁଛ ସାମ୍ନାକୁ ଆସିଛି ବୋଲି ପର୍ଯ୍ୟଟକ କହିଛନ୍ତି। ଏ ସଂକ୍ରାନ୍ତରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ ପ୍ରଦୋଷ କୁମାର ମହାରଣାଙ୍କୁ ପଚାରିବାରେ ମୃତ କଇଁଛଙ୍କ ଠିକଣା ମିଳିଲେ ବିଭାଗ ପକ୍ଷରୁ ପୋତି ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri