ଲଞ୍ଚଘୋଲା ବେଳାଭୂମିରେ ମୃତ ଅଲିଭ୍‌ରିଡ୍‌ଲେ କଇଁଛ

ମହାକାଳପଡ଼ା, ୧୪ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):ଶୀତ ଋତୁ ଆରମ୍ଭରୁ ଅଲିଭରିଡ୍‌ଲେ କଇଁଛ ସୁଦୂର ପ୍ରଶାନ୍ତ ମହାସାଗର, କୋଷ୍ଟାରିକା, ଶ୍ରୀଲଙ୍କା ଆଦି ଅଞ୍ଚଳରୁ ସମୁଦ୍ର ପଥ ଅତିକ୍ରମ କରି ଓଡ଼ିଶା ଉପକୂଳକୁ ଆସିଛନ୍ତି। ବିଶେଷ କରି ଗହୀରମଥା, ଋଷିକୁଲ୍ୟା ମୁହାଣ, ଜଟାଧାର ମୁହାଣ ବେଳାଭୂମିକୁ ସୁରକ୍ଷିତ ମଣି କଇଁଛ ଗଣ ଅଣ୍ଡାଦାନ କରିଥାନ୍ତି। ଅପରପକ୍ଷରେ ମାଛଧରା ଟ୍ରଲର ବେଆଇନ ଭାବେ ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ମାଛ ଧରିବା ବେଳେ ଗାଞ୍ଜ ଜାଲରେ ଛନ୍ଦି ହୋଇ ଅକାଳରେ ଅଲିଭରିଡ୍‌ଲେ କଇଁଛଙ୍କ ଜୀବନ ଯାଉଛି। ବିଶେଷକରି ବଙ୍ଗୋପସାଗର ଉପକୂଳ ଅଞ୍ଚଳରେ ବାଲେଶ୍ୱର, ଧାମରା, କଷାଫଳ, ବଳରାମଗଡି, ଦୀଘା, ପଶ୍ଚିମବଙ୍ଗ ଆଦି ଟ୍ରଲରଗୁଡ଼ିକ ବେଆଇନ ଭାବେ ପ୍ରବେଶ କରି କଇଁଛମାନଙ୍କ ଜୀବନ ନେଉଛନ୍ତି। ଏଭଳି ଦେଖିବାକୁ ମିଳୁଛି, କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ଲଞ୍ଚଘୋଲା ବେଳାଭୂମିରେ ଚଳିତ ବର୍ଷର ପ୍ରଥମ କରି ଶୁକ୍ରବାର ୨ଟି ମୃତ ଅଲିଭରିଡେ୍‌ଲେ କଇଁଛ ଲାଗିଛନ୍ତି। ଏହି କଇଁଛ ମୃତ୍ୟୁ ଘଟଣାକୁ ନେଇ ପରିବେଶପ୍ରେମୀମଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।
୨୦୨୩ରେ ୧୬୪ ଅଲିଭରିଡ୍‌ଲେ କଇଁଛଙ୍କ ଜୀବନ ଯାଇଥିବା ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବନ ବିଭାଗ ଅଧିକାରୀମାନଙ୍କ ପକ୍ଷରୁ କୁହାଯାଇଛି। ଚଳିତବର୍ଷ ଏମାନଙ୍କ ସୁରକ୍ଷା, ସଂରକ୍ଷଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ସାମୁଦ୍ରିକ ପୋଲିସ, ତଟରକ୍ଷୀ ବାହିନୀର କର୍ମଚାରୀ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ହେଲେ କେବଳ ବନ ବିଭାଗ ଓ ତଟରକ୍ଷୀ ବାହିନୀକୁ ଛାଡ଼ି ଦେଲେ ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ସାମୁଦ୍ରିକ ପୋଲିସ ପକ୍ଷରୁ ମୁତୟନ ହେବା ନଁା ଧରୁ ନାହାନ୍ତି। ବନ ବିଭାଗ ପକ୍ଷରୁ ଏକକୁଳାନାସି, ବାବୁବାଲି ଓ ମାଦଳୀଠାରେ ଫରେଷ୍ଟ ବିଟ ରହିଛି। ବିଭାଗର କର୍ମଚାରୀ ନିୟୋଜିତ ଅଛନ୍ତି। ଏହା ସତ୍ତ୍ୱେ ଟ୍ରଲର ମାଡ଼ରେ ଅଲିଭରିଡ୍‌ଲେ କଇଁଛଙ୍କ ଜୀବନ ଯାଉଛି ବୋଲି ଅଭିଯୋଗ ହେଉଛି।
ମହାକାଳପଡ଼ା ବ୍ଲକ ଅଞ୍ଚଳର ୫ ଶହରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ବାଲେଶ୍ୱର ଟ୍ରଲର ମାଲିକଙ୍କ ପାଖରେ କାମ କରୁଛନ୍ତି। ସେମାନେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ବନ ବିଭାଗ ପାଟ୍ରୋଲିଂ ଟିମ୍‌ କର୍ମଚାରୀ କେଉଁ ସମୟରେ ସମୁଦ୍ରକୁ ଯିବେ ଏ ସମ୍ପର୍କରେ ଆଗୁଆ ସୂଚନା ପାଉଛନ୍ତି। ଫଳରେ ଟ୍ରଲର କର୍ମଚାରୀ ସତର୍କ ହୋଇ ନିଷିଦ୍ଧାଞ୍ଚଳ ଛାଡି ଦୂରକୁ ଚାଲି ଯାଉଛନ୍ତି। ହୁକିଟୋଲା ପର୍ଯ୍ୟଟନସ୍ଥଳକୁ ଯାତ୍ରା କରୁଥିବାବେଳେ ଶୁକ୍ରବାର ଏହି ମଲା କଇଁଛ ସାମ୍ନାକୁ ଆସିଛି ବୋଲି ପର୍ଯ୍ୟଟକ କହିଛନ୍ତି। ଏ ସଂକ୍ରାନ୍ତରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ ପ୍ରଦୋଷ କୁମାର ମହାରଣାଙ୍କୁ ପଚାରିବାରେ ମୃତ କଇଁଛଙ୍କ ଠିକଣା ମିଳିଲେ ବିଭାଗ ପକ୍ଷରୁ ପୋତି ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri