Posted inଫୁରସତ

ବନ୍ଧୁ ପାଇଁ ଦିନଟିଏ

ସବୁ ସମ୍ପର୍କଠୁ ନିଆରା ବନ୍ଧୁତାର ସମ୍ପର୍କ। ସେଇଥିପାଇଁ ତ ଏହି ସମ୍ପର୍କକୁ ସମ୍ମାନ ଜଣାଇ ସାରା ପୃଥିବୀରେ ପାଳନ କରାଯାଏ ବନ୍ଧୁତା ଦିବସ। ତା’ରି ସମ୍ପର୍କରେ କିଛି…
ବନ୍ଧୁତା ଦିବସ କେବେଠୁ: ବନ୍ଧୁତାର ମହତ୍ୱ ସବୁବେଳେ, ସବୁଠି ସ୍ବତନ୍ତ୍ର। ତେଣୁ ଏହାକୁ ନେଇ ସ୍ବତନ୍ତ୍ର ଦିବସ ବି ପାଳନ କରାଯାଏ। ପ୍ରଥମ କରି ୩୦ ଜୁଲାଇ ୧୯୫୮ରେ ଅନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳିବାର ପ୍ରସ୍ତାବ ପାରାଗୁଏରେ ଆଗତ ହୋଇଥିଲା। ତେବେ ୨୦୧୧ରେ ସଂଯୁକ୍ତ ରାଷ୍ଟ୍ର ୩୦ ଜୁଲାଇକୁ ବନ୍ଧୁତା ଦିବସ ପାଳିବାକୁ ଘୋଷଣା କଲେ। ହେଲେ ଆମେରିକା, ଭାରତ, ମାଲେସିଆ, ବାଂଲାଦେଶ ପରି ଅନେକ ଦେଶ ବନ୍ଧୁତା ଦିବସକୁ ଅଗଷ୍ଟ ମାସର ପ୍ରଥମ ରବିବାର ପାଳନ କରନ୍ତି। କୁହାଯାଏ ପୃଥିବୀର ବିଭିନ୍ନ ଦେଶରେ ବନ୍ଧୁତା ମାଧ୍ୟମରେ ଖୁସି ଓ ଏକତାର ସନ୍ଦେଶକୁ ବ୍ୟାପ୍ତ କରିବାର ଉଦ୍ଦେଶ୍ୟ ନେଇ ଏହି ଦିବସର ପରିକଳ୍ପନା ହୋଇଥିଲା।
ଦିବସ ପଛର କାହାଣୀ: ବନ୍ଧୁତା ଦିବସ ପାଳନକୁ ନେଇ ଅନେକ ରୋଚକ କାହାଣୀ ରହିଛି। କୁହାଯାଏ ୧୯୩୫ ଅଗଷ୍ଟ ମାସ ପ୍ରଥମ ରବିବାର ଦିନ ଆମେରିକାରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ଏହି ଖବର ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବନ୍ଧୁଙ୍କୁ ଶକ୍ତ ଧକ୍କା ଦେଇଥିଲା ଓ ସେ ଆତ୍ମହତ୍ୟା କରିଥିଲେ। ବନ୍ଧୁତାର ଏଭଳି ନିଦର୍ଶନ ସମସ୍ତଙ୍କ ସାମ୍‌ନାକୁ ଆସିବା ପରେ ଜୀବନରେ ବନ୍ଧୁତାର ମହତ୍ତ୍ୱ କେତେ ତାକୁ ବୁଝାଇବା ଉଦ୍ଦେଶ୍ୟରେ ଅଗଷ୍ଟ ମାସ ପ୍ରଥମ ରବିବାରକୁ ବନ୍ଧୁତା ଦିବସଭାବେ ପାଳନ କରିବା ଲାଗି ଘୋଷଣା କରାଯାଇଥିଲା। ଏହାବାଦ୍‌ ବି କୁହାଯାଏ ଯେ, ବନ୍ଧୁତା ଦିବସ ପାଳନ କରିବାର ବିଚାର ପ୍ରଥମେ ୧୯୫୮ରେ ଡ. ରାମୋନ୍‌ ଆର୍ଟେମିଓ ବ୍ରାଚୋଙ୍କ ମନକୁ ଆସିଥିଲା। ଆଉ ଏହାକୁ ସେ ନିଜ ସାଙ୍ଗମାନଙ୍କୁ ଜଣାଇଥିଲେ। ସେମାନେ ‘ଓ୍ବାଲର୍‌ଡ ଫ୍ରେଣ୍ଡ୍‌ଶିପ୍‌ କ୍ରୁଶେଡ’ ନାମରେ ଏହାକୁ ପାଳନ କରିବା ଆରମ୍ଭ କରିଥିଲେ। ପରେ ୧୯୫୮ରେ ଅନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳନ କରିବାର ପ୍ରସ୍ତାବ ଆସିଥିଲା।
ଫ୍ରେଣ୍ଡଶିପ୍‌ ବ୍ୟାଣ୍ଡ:  ବୁଣା ନ ଯାଇ ଗଣ୍ଠି ମାଧ୍ୟମରେ ତିଆରି ଏକ ସରୁ ଫିତା ହେଉଛି ଫ୍ରେଣ୍ଡଶିପ୍‌ ବ୍ୟାଣ୍ଡ। ଆଉ ଏହି ଫ୍ରେଣ୍ଡଶିପ୍‌ ବ୍ୟାଣ୍ଡ ବିନା ଫ୍ରେଣ୍ଡଶିପ୍‌୍‌ ଡେ’ ସେଲିବ୍ରେଶନ୍‌ ଅଧୁରା। ତେବେ ଜାଣନ୍ତି କି ଏହି ଧାରା କେବେଠୁ ଆରମ୍ଭ ହୋଇଛି? କୁହାଯାଏ ତ୍ରୟୋଦଶ ଶତାବ୍ଦୀରେ ଆରବରେ ଏଭଳି ବ୍ୟାଣ୍ଡ ତିଆରି ଆରମ୍ଭ ହୋଇଥିଲା। ଆଉ କିଛି ତଥ୍ୟ କହେ ଏହି ବ୍ୟାଣ୍ଡ ବା ବ୍ରେସଲେଟ୍‌ ନାଟିଭ ଆମେରିକାନ ସୋସାଇଟିରୁ ଆସିଛି, ଯେଉଁଠି ଏହାକୁ ଦୁଇଜଣଙ୍କ ଭିତରର ଭଲ ପାଇବାର ପ୍ରତୀକଭାବେ ଗ୍ରହଣ କରାଯାଏ। ଆଉ ଏହାକୁ ପିନ୍ଧୁଥିବା ବ୍ୟକ୍ତି ଏହାକୁ ତିଆରି କରି ପିନ୍ଧାଇଥିବା ବ୍ୟକ୍ତିର ସମ୍ମାନକୁ ନଜରରେ ରଖି ହାତରୁ କାଢ଼ି ନ ଥାନ୍ତି। ତା’ସହ ବିଶ୍ୱାସ କରାଯାଏ ଯେ, ଏହାକୁ ଯାହା ହାତରେ ପିନ୍ଧାଯାଏ ସେ ସବୁଦିନ ପାଇଁ ବନ୍ଧୁ ହୋଇ ରହିଯାଆନ୍ତି। ଏହାବାଦ୍‌ ବିଶ୍ୱାସ ରହିଛି ଯେ, ଏହି ବ୍ୟାଣ୍ଡ୍‌କୁ ବ୍ୟକ୍ତି ନିଜ ବନ୍ଧୁଙ୍କୁ ନଜରରେ ରଖି ତିଆରି କରିଥାନ୍ତି। ଏହାକୁ ପିନ୍ଧାଇବାବେଳେ ପିନ୍ଧୁଥିବା ବ୍ୟକ୍ତି ଯଦି ଏକ ଓ୍ବିଶ୍‌ ମାଗନ୍ତି ଓ ବ୍ୟାଣ୍ଡ୍‌କୁ ପିନ୍ଧିଥିବା ବନ୍ଧୁ ନିଜେ ଏହାକୁ ନ କାଢ଼ନ୍ତି ଏବଂ ତାହା ଆପେ ଛିଣ୍ଡେ ତେବେ ସେହି ଓ୍ବିଶ୍‌ଟି ପୂରଣ ହୁଏ।
ଆଜିକାଲି ବିଭିନ୍ନ ପ୍ରକାରର ଫ୍ରେଣ୍ଡଶିପ୍‌ ବ୍ୟାଣ୍ଡ ବଜାରରେ ଉପଲବ୍ଧ ହେଉଛି। ଯାହାକୁ କିଣି ଯୁବପିଢି ଏହି ଦିନଟିକୁ ସେଲିବ୍ରେଟ୍‌ କରିଥାନ୍ତି।
ବ୍ୟାଣ୍ଡ୍‌ର ରଙ୍ଗ କ’ଣ କହେ: ବନ୍ଧୁଙ୍କୁ ଫ୍ରେଣ୍ଡଶିପ୍‌ ବ୍ୟାଣ୍ଡ୍‌ ତାଙ୍କ ବ୍ୟକ୍ତିତ୍ୱକୁ ନଜରରେ ରଖି ତାଙ୍କୁ ସୁଟ୍‌ କଲାଭଳି ରଙ୍ଗର ଦେବା ଜରୁରୀ। କାରଣ ଭିନ୍ନ ଭିନ୍ନ ରଙ୍ଗର ବ୍ୟାଣ୍ଡ୍‌ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱକୁ ଦର୍ଶାଏ। ଯେମିତିକି- ରେଡ୍‌ ଓ ପିଙ୍କ୍‌ କଲର୍‌ ବ୍ୟାଣ୍ଡ ପ୍ୟାଶନ, ଦୟାଳୁଭାବ ଓ ସଚୋଟପଣକୁ ଦର୍ଶାଉଥିବାବେଳେ କମଳା ଓ ହଳଦିଆ ରଙ୍ଗ ଏନର୍ଜେଟିକ୍‌ ଓ ଚିୟରଫୁଲନେସ୍‌କୁ ଦର୍ଶାଏ। ସବୁଜ ଓ ନୀଳ ରଙ୍ଗ ବ୍ୟାଣ୍ଡ ୟୁଥ୍‌ଫୁଲ୍‌ନେସ୍‌, ଦାୟିତ୍ୱବାନ, ସଚୋଟପଣକୁ ଦର୍ଶାଏ।

Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ପାକିସ୍ତାନର ଖୋଲିଗଲା ପୋଲ୍‌: ଯୁଦ୍ଧ ନାଁରେ କରୁଛି ଏହି କାମ, ସାମ୍ନାକୁ ଆସିଲା ସାଂଘାତିକ କଥା

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷରେ ଯୁଦ୍ଧବିରାମ ପାଇଁ ପାକିସ୍ତାନ ପଦକ୍ଷେପ ନେଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି…

ଯୁଦ୍ଧ ଭିତରେ ବଡ଼ ଡିଲ୍‌ କରିଦେଲେ ମୋଦି-ପୁଟିନ୍‌, ଭାରତୀୟ ଯୁବପିଢ଼ିଙ୍କୁ ମିଳିବ ବଡ଼ ଫାଇଦା!

ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଆଉ କେବଳ ଅସ୍ତ୍ରଶସ୍ତ୍ର କିଣା ବିକ୍ରୟ ପର୍ଯ୍ୟନ୍ତ ସୀମିତ ନାହିଁ। ଦୁଇ ଦେଶ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ମିଳିତ ଭାବରେ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

କାୟା ମେଲାଇଲାଣି କାରୋନାର ନୂଆ ଭାରିଆଣ୍ଟ, ୨୩ଟି ଦେଶରେ ବ୍ୟାପିଲା, ଜାଣନ୍ତୁ ଏହା କେତେ ବିପଦ

ନୂଆଦିଲ୍ଲୀ,୩୦।୩: ଯେତେବେଳେ ବି କରୋନା ଭାଇରସ ବିଲୁପ୍ତ ହେବାର ଦ୍ୱାରଦେଶରେ ଥାଏ, ସେତେବେଳେ ଏକ ନୂତନ ପ୍ରକାର ବ୍ୟାପିଥାଏ ଏବଂ ଲୋକଙ୍କୁ ଦ୍ରୁତ ଗତିରେ ସଂକ୍ରମିତ କରିଥାଏ।…

ଟୋକନ ଅବଧି ନେଇ ମୁହଁ ଖୋଲିଲେ ଶାରଦା: କହିଲେ ଦୁଇ ଦିନରେ…

ଭୁବନେଶ୍ୱର,୩୦।୩: ଟୋକନ ଅବଧି ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଶାରଦା ଜେନା। ସେ କହିଛନ୍ତି, ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲୁ। ଧନ୍ୟବାଦ ସେ…

ଆତ୍ମସମର୍ପଣ କଲେ ଝାଡ଼ଖଣ୍ଡର ଗ୍ରୁପ ବି ମହିଳା ମାଓବାଦୀ

ରାଉରକେଲା,୩୦।୩(ସଂଗୀତା ଜେନା): ସୀମାନ୍ତ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବାରେ ରାଉରକେଲା ପୋଲିସର ଜାରି ରହିଥିବା ଉଦ୍ୟମକୁ ପୁଣି ଏକ ସଫଳତା ମିଳିଛି। ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri