Posted inଖେଳ

ଅବସର ନେବାର ଗୋଟିଏ ଦିନ ପରେ ବିସିସିଆଇ ସହ ଯୋଗାଯୋଗ କଲେ ରାଇନା

ନୂଆଦିଲ୍ଲୀ, ୧୭।୮: ମହେନ୍ଦ୍ର ସିଂ ଧୋନୀଙ୍କ ଅବସର ଘୋଷଣା କରିବାର କିଛି ସମୟ ଅନ୍ତରରେ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ମଧ୍ୟ ତାଙ୍କ ପଦାଙ୍କ ଅନୁସରଣ କରିଥିଲେ। ଶନିବାର ଉଭୟ ଧୋନୀ ଓ ରାଇନା ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମ ଜରିଆରେ ଅବସର ନେଇ ସୂଚନା ଦେଇଥିଲେ। ତେବେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଅଫିସିଆଲ ଭାବେ କେବଳ ଧୋନୀଙ୍କ ଅବସର ନେଇ ସୂଚନା ଦିଆଯାଇଥିଲା। କିନ୍ତୁ ରାଇନାଙ୍କ ବିଷୟରେ ବିସିସିଆଇ ଏହାର ଅଫିସିଆଲ ଟୁଇଟର୍‌ ପୃଷ୍ଠାରେ କିଛି ଉଲ୍ଲେଖ କରି ନ ଥିଲା। ଏହାର ଦିନକ ପରେ ବିସିସିଆଇ ରାଇନାଙ୍କ ଅବସର ନେଇ ସୂଚନା ଦେଇଛି।
ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ‘ବାମହାତୀ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିବା ନିଷ୍ପତ୍ତି ଆନୁଷ୍ଠାନିକ ଭାବେ ରବିବାର ବୋର୍ଡକୁ ଜଣାଇଛନ୍ତି। ସାଧାରଣତଃ ଭାବେ ଅବସର ଘୋଷଣା ପୂର୍ବରୁ ଖେଳାଳିମାନେ ବୋର୍ଡକୁ ପ୍ରଥମେ ଜଣାଇଥାନ୍ତି।’ ବିସିସିଆଇ ସଭାପତି ଗାଙ୍ଗୁଲି ତାଙ୍କର ଏକ ବିବୃତ୍ତିରେ ରାଇନାଙ୍କୁ ପ୍ରଶଂସା କରି କହିଛନ୍ତି, ‘ସୀମିତ ଓଭର ଫର୍ମାଟ୍‌ରେ ରାଇନା ଭାରତ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଥିଲେ। ନିମ୍ନକ୍ରମରେ ଆସି ମ୍ୟାଚ୍‌ ବିଜୟୀ ଇନିଂସ ଖେଳିବା ଲାଗି ବହୁତ କୌଶଳ ଓ ପ୍ରତିଭାର ଆବଶ୍ୟକ ହୋଇଥାଏ। ରାଇନା ଓ ଯୁବରାଜ ମିଳିତ ଭାବେ ଦିନିକିଆ କ୍ରିକେଟ୍‌ରେ ଭାରତ ପାଇଁ ମଧ୍ୟକ୍ରମ ଲାଇନ୍‌ଅପକୁ ଦୃଢ଼ କରିଥିଲେ। ମୁଁ ତାଙ୍କୁ ଓ ତାଙ୍କ ପରିବାରକୁ ଶୁଭେଚ୍ଛା ଜଣାଉଛି।’
ଉଲ୍ଲେଖଯୋଗ୍ୟ, ଧୋନୀ ଅବସର ଘୋଷଣା କରିବା ପୂର୍ବରୁ ପ୍ରଥମେ ବିସିସିଆଇକୁ ଜଣାଇଥିଲେ। କିନ୍ତୁ ରାଇନା ଏହା ନ କରି ସୋସିଆଲ ମିଡିଆରେ ପ୍ରଥମେ ଅବସର ସୂଚନା ଦେଇଥିଲେ। ତେଣୁ ବିସିସିଆଇ କେବଳ ଧୋନୀଙ୍କ ଅବସର ନେଇ ଏହାର ଅଫିସିଆଲ ଟୁଇଟର୍‌ ଆକାଉଣ୍ଟରେ ଉଲ୍ଲେଖ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri