Posted inଜାତୀୟ

କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଖବରକୁ ଅତିରଞ୍ଜିତ କରନ୍ତି ନାହିଁ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୨୨।୯: ଏସିଆ – ପ୍ରଶାନ୍ତ ମହାସାଗରୀୟ ପ୍ରସାରଣ ଉନ୍ନୟନ ପ୍ରତିଷ୍ଠାନ (ଏଆଇବିଡି)ର ୪୭ତମ ବାର୍ଷିକ ସମ୍ମିଳନୀ ଏବଂ ୨ଠତମ ସାଧାରଣ ସମ୍ମିଳନୀକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ନୂଆଦିଲ୍ଲୀଠାରେ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଠାକୁର କହିଛନ୍ତି, ମୁଖ୍ୟ ସ୍ରୋତରେ ଥିବା ଗଣମାଧ୍ୟମ ପାଇଁ ନୂତନ ଡିଜିଟାଲ ପ୍ଲାଟଫର୍ମ କୌଣସି ଆହ୍ବାନ ସୃଷ୍ଟି କରୁନାହିଁ ବରଂ ଗଣମାଧ୍ୟମ ନିଜ ପାଇଁ ନିଜେ ଏକ ବଡ଼ ବିପଦ। ବାସ୍ତବ ସାମ୍ବାଦିକତା ସତ୍ୟର ଉନ୍ମୋଚନ କରେ ଏବଂ ଗଣମାଧ୍ୟମଗୁଡ଼ିକ ସେହି ସତ୍ୟକୁ ପ୍ରକାଶ କରିବା ଉଚିତ୍‌। ବିଶେଷକରି କର୍ତ୍ତବ୍ୟନିଷ୍ଠ ସାମ୍ବାଦିକମାନେ କେବେ ଖବରକୁ ଅତିରଞ୍ଜିତ କରି ପ୍ରସାରଣ କରନ୍ତି ନାହିଁ। ହେଲେ ଅନେକ ସମୟରେ ଗଣମାଧ୍ୟମରେ ହେଉଥିବା ଆଲୋଚନାରେ ସବୁକଥାକୁ ଏକପାଖିଆ ବିଶ୍ଳେଷଣ କରୁଥିବା ଏବଂ ମିଛ କଥା କହୁଥିବା ସାମ୍ବାଦିକମାନେ ଏହାର ବିଶ୍ୱସନୀୟତାକୁ ନଷ୍ଟ କରୁଛନ୍ତି। ଦର୍ଶକମାନଙ୍କ ଚକ୍ଷୁରେ ଆଲୋଚନାର ଅତିଥି ଓ ସେମାନଙ୍କ ଗର୍ଜନର ଦୃଶ୍ୟ ଗଣମାଧ୍ୟମର ବିଶ୍ୱସନୀୟତାର ମୂଲ୍ୟାୟନ ହୋଇଯାଉଛି। କିଛି ସମୟ ପାଇଁ ଏହି ଦୃଶ୍ୟ ଦେଖିବାକୁ ଦର୍ଶକ ଅଟକି ରହୁଛନ୍ତି, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଚ୍ୟାନେଲର ଉପସ୍ଥାପକ, ଚ୍ୟାନେଲ ଲୋକଙ୍କ ବିଶ୍ୱାସ ହରାଉଛନ୍ତି ବୋଲି ଠାକୁର କହିଛନ୍ତି।
ଉପସ୍ଥିତ ଗଣମାଧ୍ୟମ ମାଲିକମାନଙ୍କ ଉଦ୍ଦେଶ୍ୟରେ ମନ୍ତ୍ରୀ କହିଛନ୍ତି, କୌଣସିି ଖବରକୁ ଉପସ୍ଥାପନା ସମୟରେ ଅତିଥି, ଆଲୋଚକ ଏବଂ ଚ୍ୟାନେଲର ବିଶ୍ୱସନୀୟତାକୁ ଦୃଷ୍ଟିରେ ରଖିବା ଉଚିତ। ଅନେକ ସମୟରେ କେତେକ ଚ୍ୟାନେଲରେ ଉଚ୍ଚ ସ୍ବର ଏବଂ ଅତିରଞ୍ଜିତ କରି ଖବର ଉପସ୍ଥାପନ କରାଯାଉଥିବାରୁ ତାକୁ ଯୁବଗୋଷ୍ଠୀ ବନ୍ଦ କରି ଅନ୍ୟ ଚ୍ୟାନେଲ ଦେଖିବାକୁ ଚାହୁଁଛନ୍ତି। ତେଣୁ ଖବର ଠିକ୍‌ ଭାବେ ଉପସ୍ଥାପନା ହେବା ଜରୁରୀ। କରୋନା ମହାମାରୀ ସମୟରେ ଗଣମାଧ୍ୟମଗୁଡ଼ିକ ଲୋକଙ୍କୁ ଧରି ରଖିବା ସହ ପରସ୍ପର ସହ ସଂଯୋଗ ରକ୍ଷା କରି ମହାମାରୀର ପ୍ରକୋପରୁ ଲୋକଙ୍କୁ ସୁରକ୍ଷା ଦେଇଥିବାରୁ ଏଆଇବିଡିର ପ୍ରଶଂସା କରିଛନ୍ତି। ଏହି ସଂଗଠନର ସଦସ୍ୟ ରାଷ୍ଟ୍ରମାନେ କୋଭିଡ୍‌ ସମ୍ପର୍କିତ ତଥ୍ୟର ଆଦାନ ପ୍ରଦାନ ଦ୍ୱାରା ବହୁଳ ଭାବେ ଲାଭବାନ ହୋଇଛନ୍ତି। ଏହି ଅବସରରେ ଏଆଇବିଡିର ନିର୍ଦ୍ଦେଶକ ଫିଲୋମେନା, ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ସାଧାରଣ ସମ୍ମିଳନୀର ଅଧ୍ୟକ୍ଷ ମୟଙ୍କ ଅଗ୍ରୱାଲ ଏବଂ ଏସିଆ – ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ କୋଭିଡ ମହାମାରୀ ବିରୋଧରେ ଲଢୁଥିବା ସଦସ୍ୟ ଦେଶଗୁଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି।
ଏହି ସମ୍ମିଳନୀରେ ‘ମହାମାରୀ ପରବର୍ତ୍ତୀ ସମୟରେ ପ୍ରସାରଣର ସୁଦୃଢ଼ ଭବିଷ୍ୟତ ନିର୍ମାଣ’ ଉପରେ ଆଲୋଚନା ହୋଇଥିଲା। ସାମ୍ବାଦିକତାର ମୁଖ୍ୟ ସ୍ରୋତରେ ପ୍ରସାରଣ ଗଣମାଧ୍ୟମଗୁଡ଼ିକ ରହିଥିଲେ ମଧ୍ୟ କୋଭିଡ୍‌-୧୯ ଏହାର ନୀତି ନିର୍ଦ୍ଧାରଣ ପରିସରକୁ ନୂତନ ରୂପ ଦେଇଛି ବୋଲି ମନ୍ତ୍ରୀ ଠାକୁର କହିଥିଲେ। ସମୟଭିତ୍ତିକ ନିର୍ଭୁଲ୍‌ ସୂଚନା ଦ୍ୱାରା କୋଟି କୋଟି ଜୀବନ ରକ୍ଷା କରାଯାଇପାରିବା ଶିଖାଇଛି। ବିପଦ ସମୟରେ ସମଗ୍ର ବିଶ୍ୱକୁ ଗୋଟିଏ ମଞ୍ଚରେ ଏକତ୍ର କରି ବିଶ୍ୱ ପରିବାର ଅବଧାରଣା କୋଭିଡ୍‌-୧୯ ଶିଖାଇଛି। ସହଯୋଗ ମାଧ୍ୟମରେ ବିଶ୍ୱର ସଂସ୍କୃତି ସବୁ ଦେଶର ନିକଟତର ହୋଇପାରିବ ଏବଂ ଲୋକଙ୍କ ମଧ୍ୟରେ ଦୃଢ଼ ଆସ୍ଥାସ୍ଥାପନ ହୋଇପାରିବ। ଏସବୁ ଦ୍ୱାରା ଗଣମାଧ୍ୟମଗୁଡ଼ିକ ବିଶ୍ୱସନୀୟ ହେବା ସହ ସୁଦୃଢ଼ ସଂଗଠନରେ ପରିଣତ ହୋଇପାରିବେ ବୋଲି ଠାକୁର କହିଛନ୍ତି।
ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ମୟଙ୍କ କହିଛନ୍ତି, ଲକ୍‌ଡାଉନ ସତ୍ତ୍ୱେ ଏଆଇବିଡି ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିଛି। ଜଳବାୟୁ ପରିବର୍ତ୍ତନ, ସବୁଜ ଟେକ୍ନୋଲୋଜି, ଦୀର୍ଘସ୍ଥାୟୀ ପ୍ରଗତି ଭଳି ପ୍ରସଙ୍ଗକୁ ନେଇ ୩୪ଟି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିଛି ବୋଲି କହିଛନ୍ତି। ମନ୍ତ୍ରୀ ଅନୁରାଗ ଠାକୁର ଏହି ଉତ୍ସବରେ ୨ଠ୨୧ ଏବଂ ୨ଠ୨୨ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ରେଡିଓ, ଟେଲିଭିଜନ ବ୍ରୁନେଇକୁ ସମ୍ମାନ ପ୍ରଦାନ କରିଥିଲେ। ୨ଠ୨୧ ମସିହା ନିମନ୍ତେ ଜୀବନବ୍ୟାପୀ ସାଧନା ପାଇଁ କାମ୍ବୋଡିଆର ଖାଇୟୁ ଖାହ୍ନାରିଥ ଏବଂ ୨ଠ୨୨ ମସିହା ନିମନ୍ତେ ପ୍ରସାର ଭାରତୀର ସିଇଓ ମୟଙ୍କ ଅଗ୍ରୱାଲଙ୍କୁ ସମ୍ମାନିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

ଏନ୍‌ଏଚ୍‌ଏଆଇର ବଡ଼ ଘୋଷଣା: ଏପ୍ରିଲ ୧ରୁ ବଢ଼ିବ…

ନୂଆଦିଲ୍ଲୀ,୩୦ା୩: ଏପ୍ରିଲ ୧ରୁ ଫାସ୍‌ଟାଗ୍‌ ବାର୍ଷିକ ଦେୟ ବଢ଼ିବ ବୋଲି ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଆରମ୍ଭ ହୋଇଥିବା ଏହି…

ଲିଭ-ଇନ୍‌ରେ ରହୁଥିଲେ ମିଳିବ ବିବାହିତ ମାନ୍ୟତା, ଏଥର ଜନଗଣନାର ନୂଆ ନିୟମ ବିଷୟରେ ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୩: ଦେଶର ସର୍ବବୃହତ ପ୍ରଶାସନିକ କାର୍ଯ୍ୟ, ଜନଗଣନା, ଏବେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି। ସରକାର ୨୦୨୭ ଜନଗଣନାକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଛନ୍ତି,…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

ପାକିସ୍ତାନର ଖୋଲିଗଲା ପୋଲ୍‌: ଯୁଦ୍ଧ ନାଁରେ କରୁଛି ଏହି କାମ, ସାମ୍ନାକୁ ଆସିଲା ସାଂଘାତିକ କଥା

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷରେ ଯୁଦ୍ଧବିରାମ ପାଇଁ ପାକିସ୍ତାନ ପଦକ୍ଷେପ ନେଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri