Posted inଜାତୀୟ

କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଖବରକୁ ଅତିରଞ୍ଜିତ କରନ୍ତି ନାହିଁ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୨୨।୯: ଏସିଆ – ପ୍ରଶାନ୍ତ ମହାସାଗରୀୟ ପ୍ରସାରଣ ଉନ୍ନୟନ ପ୍ରତିଷ୍ଠାନ (ଏଆଇବିଡି)ର ୪୭ତମ ବାର୍ଷିକ ସମ୍ମିଳନୀ ଏବଂ ୨ଠତମ ସାଧାରଣ ସମ୍ମିଳନୀକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ନୂଆଦିଲ୍ଲୀଠାରେ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଠାକୁର କହିଛନ୍ତି, ମୁଖ୍ୟ ସ୍ରୋତରେ ଥିବା ଗଣମାଧ୍ୟମ ପାଇଁ ନୂତନ ଡିଜିଟାଲ ପ୍ଲାଟଫର୍ମ କୌଣସି ଆହ୍ବାନ ସୃଷ୍ଟି କରୁନାହିଁ ବରଂ ଗଣମାଧ୍ୟମ ନିଜ ପାଇଁ ନିଜେ ଏକ ବଡ଼ ବିପଦ। ବାସ୍ତବ ସାମ୍ବାଦିକତା ସତ୍ୟର ଉନ୍ମୋଚନ କରେ ଏବଂ ଗଣମାଧ୍ୟମଗୁଡ଼ିକ ସେହି ସତ୍ୟକୁ ପ୍ରକାଶ କରିବା ଉଚିତ୍‌। ବିଶେଷକରି କର୍ତ୍ତବ୍ୟନିଷ୍ଠ ସାମ୍ବାଦିକମାନେ କେବେ ଖବରକୁ ଅତିରଞ୍ଜିତ କରି ପ୍ରସାରଣ କରନ୍ତି ନାହିଁ। ହେଲେ ଅନେକ ସମୟରେ ଗଣମାଧ୍ୟମରେ ହେଉଥିବା ଆଲୋଚନାରେ ସବୁକଥାକୁ ଏକପାଖିଆ ବିଶ୍ଳେଷଣ କରୁଥିବା ଏବଂ ମିଛ କଥା କହୁଥିବା ସାମ୍ବାଦିକମାନେ ଏହାର ବିଶ୍ୱସନୀୟତାକୁ ନଷ୍ଟ କରୁଛନ୍ତି। ଦର୍ଶକମାନଙ୍କ ଚକ୍ଷୁରେ ଆଲୋଚନାର ଅତିଥି ଓ ସେମାନଙ୍କ ଗର୍ଜନର ଦୃଶ୍ୟ ଗଣମାଧ୍ୟମର ବିଶ୍ୱସନୀୟତାର ମୂଲ୍ୟାୟନ ହୋଇଯାଉଛି। କିଛି ସମୟ ପାଇଁ ଏହି ଦୃଶ୍ୟ ଦେଖିବାକୁ ଦର୍ଶକ ଅଟକି ରହୁଛନ୍ତି, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଚ୍ୟାନେଲର ଉପସ୍ଥାପକ, ଚ୍ୟାନେଲ ଲୋକଙ୍କ ବିଶ୍ୱାସ ହରାଉଛନ୍ତି ବୋଲି ଠାକୁର କହିଛନ୍ତି।
ଉପସ୍ଥିତ ଗଣମାଧ୍ୟମ ମାଲିକମାନଙ୍କ ଉଦ୍ଦେଶ୍ୟରେ ମନ୍ତ୍ରୀ କହିଛନ୍ତି, କୌଣସିି ଖବରକୁ ଉପସ୍ଥାପନା ସମୟରେ ଅତିଥି, ଆଲୋଚକ ଏବଂ ଚ୍ୟାନେଲର ବିଶ୍ୱସନୀୟତାକୁ ଦୃଷ୍ଟିରେ ରଖିବା ଉଚିତ। ଅନେକ ସମୟରେ କେତେକ ଚ୍ୟାନେଲରେ ଉଚ୍ଚ ସ୍ବର ଏବଂ ଅତିରଞ୍ଜିତ କରି ଖବର ଉପସ୍ଥାପନ କରାଯାଉଥିବାରୁ ତାକୁ ଯୁବଗୋଷ୍ଠୀ ବନ୍ଦ କରି ଅନ୍ୟ ଚ୍ୟାନେଲ ଦେଖିବାକୁ ଚାହୁଁଛନ୍ତି। ତେଣୁ ଖବର ଠିକ୍‌ ଭାବେ ଉପସ୍ଥାପନା ହେବା ଜରୁରୀ। କରୋନା ମହାମାରୀ ସମୟରେ ଗଣମାଧ୍ୟମଗୁଡ଼ିକ ଲୋକଙ୍କୁ ଧରି ରଖିବା ସହ ପରସ୍ପର ସହ ସଂଯୋଗ ରକ୍ଷା କରି ମହାମାରୀର ପ୍ରକୋପରୁ ଲୋକଙ୍କୁ ସୁରକ୍ଷା ଦେଇଥିବାରୁ ଏଆଇବିଡିର ପ୍ରଶଂସା କରିଛନ୍ତି। ଏହି ସଂଗଠନର ସଦସ୍ୟ ରାଷ୍ଟ୍ରମାନେ କୋଭିଡ୍‌ ସମ୍ପର୍କିତ ତଥ୍ୟର ଆଦାନ ପ୍ରଦାନ ଦ୍ୱାରା ବହୁଳ ଭାବେ ଲାଭବାନ ହୋଇଛନ୍ତି। ଏହି ଅବସରରେ ଏଆଇବିଡିର ନିର୍ଦ୍ଦେଶକ ଫିଲୋମେନା, ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ସାଧାରଣ ସମ୍ମିଳନୀର ଅଧ୍ୟକ୍ଷ ମୟଙ୍କ ଅଗ୍ରୱାଲ ଏବଂ ଏସିଆ – ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ କୋଭିଡ ମହାମାରୀ ବିରୋଧରେ ଲଢୁଥିବା ସଦସ୍ୟ ଦେଶଗୁଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି।
ଏହି ସମ୍ମିଳନୀରେ ‘ମହାମାରୀ ପରବର୍ତ୍ତୀ ସମୟରେ ପ୍ରସାରଣର ସୁଦୃଢ଼ ଭବିଷ୍ୟତ ନିର୍ମାଣ’ ଉପରେ ଆଲୋଚନା ହୋଇଥିଲା। ସାମ୍ବାଦିକତାର ମୁଖ୍ୟ ସ୍ରୋତରେ ପ୍ରସାରଣ ଗଣମାଧ୍ୟମଗୁଡ଼ିକ ରହିଥିଲେ ମଧ୍ୟ କୋଭିଡ୍‌-୧୯ ଏହାର ନୀତି ନିର୍ଦ୍ଧାରଣ ପରିସରକୁ ନୂତନ ରୂପ ଦେଇଛି ବୋଲି ମନ୍ତ୍ରୀ ଠାକୁର କହିଥିଲେ। ସମୟଭିତ୍ତିକ ନିର୍ଭୁଲ୍‌ ସୂଚନା ଦ୍ୱାରା କୋଟି କୋଟି ଜୀବନ ରକ୍ଷା କରାଯାଇପାରିବା ଶିଖାଇଛି। ବିପଦ ସମୟରେ ସମଗ୍ର ବିଶ୍ୱକୁ ଗୋଟିଏ ମଞ୍ଚରେ ଏକତ୍ର କରି ବିଶ୍ୱ ପରିବାର ଅବଧାରଣା କୋଭିଡ୍‌-୧୯ ଶିଖାଇଛି। ସହଯୋଗ ମାଧ୍ୟମରେ ବିଶ୍ୱର ସଂସ୍କୃତି ସବୁ ଦେଶର ନିକଟତର ହୋଇପାରିବ ଏବଂ ଲୋକଙ୍କ ମଧ୍ୟରେ ଦୃଢ଼ ଆସ୍ଥାସ୍ଥାପନ ହୋଇପାରିବ। ଏସବୁ ଦ୍ୱାରା ଗଣମାଧ୍ୟମଗୁଡ଼ିକ ବିଶ୍ୱସନୀୟ ହେବା ସହ ସୁଦୃଢ଼ ସଂଗଠନରେ ପରିଣତ ହୋଇପାରିବେ ବୋଲି ଠାକୁର କହିଛନ୍ତି।
ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ମୟଙ୍କ କହିଛନ୍ତି, ଲକ୍‌ଡାଉନ ସତ୍ତ୍ୱେ ଏଆଇବିଡି ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିଛି। ଜଳବାୟୁ ପରିବର୍ତ୍ତନ, ସବୁଜ ଟେକ୍ନୋଲୋଜି, ଦୀର୍ଘସ୍ଥାୟୀ ପ୍ରଗତି ଭଳି ପ୍ରସଙ୍ଗକୁ ନେଇ ୩୪ଟି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିଛି ବୋଲି କହିଛନ୍ତି। ମନ୍ତ୍ରୀ ଅନୁରାଗ ଠାକୁର ଏହି ଉତ୍ସବରେ ୨ଠ୨୧ ଏବଂ ୨ଠ୨୨ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ରେଡିଓ, ଟେଲିଭିଜନ ବ୍ରୁନେଇକୁ ସମ୍ମାନ ପ୍ରଦାନ କରିଥିଲେ। ୨ଠ୨୧ ମସିହା ନିମନ୍ତେ ଜୀବନବ୍ୟାପୀ ସାଧନା ପାଇଁ କାମ୍ବୋଡିଆର ଖାଇୟୁ ଖାହ୍ନାରିଥ ଏବଂ ୨ଠ୨୨ ମସିହା ନିମନ୍ତେ ପ୍ରସାର ଭାରତୀର ସିଇଓ ମୟଙ୍କ ଅଗ୍ରୱାଲଙ୍କୁ ସମ୍ମାନିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri