ଜୋର ଧରିଲା ବିବାଦ: ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକଙ୍କ ନାଁରେ ଥାନାରେ ଏତଲା

ଛତ୍ରପୁର,୬ା୭(ସନ୍ତୋଷ ପାଢ଼ୀ ): ଓଡ଼ିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ରେ ହରିଜନ ଶବ୍ଦ ପ୍ରୟୋଗ କରି ଜାତିଆଣ ଆକ୍ଷେପକୁ ଭାରତ ମୁକ୍ତି ମୋର୍ଚ୍ଚା ବିରୋଧ କରିଛି। ଗୁରୁବାର ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତ୍ରୀଙ୍କ ନାଁରେ ଭାରତ ମୁକ୍ତି ମୋର୍ଚ୍ଚା ଗଞ୍ଜାମ ଜ଼ିଲା ସଭାପତି ସୁମା ଦାସଙ୍କ ନେତୃତ୍ୱରେ ଛତ୍ରପୁର ଥାନାରେ ଏତଲା ଦିଆଯାଇଛି। ଏମାନଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ ପାଇଁ ଏତଲାରେ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ, ବାହୁଡା ଯାତ୍ରା ଅବସରରେ ମୁକ୍ତି ଲାଭ କରିଥିବା ଉକ୍ତ ଚଳଚ୍ଚିତ୍ରର ନାୟକଙ୍କୁ ନାୟିକା ତୁ ଜଣେ ହରିଜନ ପିଲା ଆଉ ମୁଁ ଜଣେ ସାମନ୍ତ ଘର ଝିଅ ବୋଲି ଏକ ଦୃଶ୍ୟରେ କହିଛନ୍ତି। ଏହାକୁ ନେଇ ବିବାଦ ଜୋର ଧରିଛି।