ସିଭିଲ ଇଞ୍ଜିନିୟରରୁ ସଫଳ ଚାଷୀ

ଭବାନୀପାଟଣା,୨୫।୮(ଉତ୍ତମ କୁମାର ଦାଶ): ଦିନେ ସେ ପୁନେରେ ସିଭିଲି ଇଞ୍ଜିନିୟର ଭାବେ ଏକ ବେସରକାରୀ କମ୍ପାନୀରେ କାମ କରି ମୋଟା ଅଙ୍କର ଦରମା ପାଉଥିଲେ। ହେଲେ ଲକ୍‌ଡାଉନରେ ଘରକୁ ଚାଲି ଆସି ସମନ୍ବିତ ଚାଷ ପ୍ରଣାଳୀ ପ୍ରତି ଆକର୍ଷିତ ହୋଇଥିଲେ। ଫଳରେ ସେ ଚାକିରି ଛାଡି ବିନିଯାଇଥିଲେ ଜଣେ ସଫଳ ଚାଷୀ। ବର୍ତ୍ତମାନ ସେ ନିଜ ୨୨ ଏକର ସ୍ଥାନରେ ବିଭିନ୍ନ ପ୍ରକାରର ସମନ୍ବିତ ପ୍ରଣାଳୀର ଚାଷ କରି ଜିଲାରେ ଚର୍ଚ୍ଚାକୁ ଆସିଛନ୍ତି। ଏପରିକି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ତାଙ୍କ ଫାର୍ମ ପରିଦର୍ଶନରେ ଆସିବା ସହ ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ। ଏହି ଯୁବ ଚାଷୀ ଜଣକ ହେଉଛନ୍ତି କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ବୋର୍ଡି ଗ୍ରାମର ମନ୍ମଥ ସାହୁ। ପୁନେରେ ୩ ବର୍ଷ ସିଭିଲ ଇଞ୍ଜିନିୟର ଭାବେ ଚାକିରି କରିବା ପରେ ଗତ ଲକ୍‌ଡାଉନରେ ସେ ଘରକୁ ଚାଲିଆସିଥିଲେ। ଘରେ ଥିବା ସମୟରେ ସେ ସମନ୍ବିତ ଚାଷ ପ୍ରଣାଳୀ ପ୍ରତି ଆକୃଷ୍ଟ ହୋଇଥିଲେ। ପରେ ମନ୍ମଥ ଜୁନାଗଡ ବ୍ଲକ ଦୁନ୍ଦେଲମାଲ ପଞ୍ଚାୟତ ଜଙ୍ଗଳ ନିକଟରେ ଥିବା ସିନାଖୁଣ୍ଟି ଗ୍ରାମରେ ୨୨ ଏକର ଜମି ନିଜ ସାଙ୍ଗରୁ କିଣଥିଲେ। ଏହି ଜମି କ୍ରୟ ପାଇଁ ସେ ଚାକିରିରେ ସଞ୍ଚତ୍ଥିବା ଟଙ୍କା ଓ ନିଜ ଗଁା ବୋର୍ଡିରେ ଥିବା ଜମି ବିକ୍ରି କରିଥିଲେ। ସମନ୍ବିତ ପ୍ରଣାଳୀର ଚାଷ କରିବା ପାଇଁ ସେ ବୋର୍ଡିରୁ ନିଜ ପରିବାର ସହିତ ଚାଲିଆସିଥିଲେ ସିନାଖୁଣ୍ଟିକୁ। ଏବେ ସେ ତାଙ୍କ ଫାର୍ମରେ ବାଇଗଣ, ପାତଳଘଣ୍ଟା, କଲରା, ବୋରବୋଟି, ମରିଚ, ଭେଣ୍ଡି ଆଦି ପନିପରିବା ଚାଷ କରିଥିବାବେଳେ ଶସ୍ୟ ଜାତୀୟ ଫସଲରେ ଧାନ ଓ କପା, ଡାଲି ଜାତୀୟ ଫସଳରେ କାନ୍ଦୁଲ ଓ ବିରି ଚାଷ କରିଛନ୍ତି। ସେହିପରି ମାଛ, ଛେଳି, କୁକୁଡା ଚାଷ ମଧ୍ୟ ତାଙ୍କ ଫାର୍ମରେ କରିଛନ୍ତି। ଏବେ ତାଙ୍କ ଫାର୍ମରେ ୧୨୦ଟି ଦେଶୀ ଛେଳି ଓ ୩ଶହଟି ଦେଶୀ କୁକୁଡା ରହିଛି। ଏହାସହ ମୁଢି ଲିଆ ପାଇଁ ସେ ଏକ କାରଖାନା ମଧ୍ୟ ନିର୍ମାଣ କରିଛନ୍ତି। ଯେଉଁଥିରେ କି ସୁନ୍ଦର ଓ ଉତ୍ତମ ମାନର ମୂଢି ଲିଆ ମଧ୍ୟ ବାହାରୁଛି। ଚାଷ କାମରେ ପରିବାର ଲୋକ ତାଙ୍କୁ ସହଯୋଗ କରୁଥିବାବେଳେ ଗ୍ରାମର ୧୫ଜଣ ଯୁବକ ଓ ମହିଳାଙ୍କୁ ମଧ୍ୟ ଏହାର ଦେଖାଶୁଣା କରିବା ରଖି ରୋଜଗାର ଦେଇଛନ୍ତି। ତାଙ୍କ ଏହି ସଫଳ ଚାଷ କାମ ବିଷୟରେ ଖବର ପାଇ ଗତ ୧୭ ତାରିଖରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମନ୍ମଥଙ୍କ ଫାର୍ମ ବୁଲି ଦେଖିବା ସହ ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri