ବର୍ଷେ ପୂରୁନି ବାରମ୍ବାର ଅଚଳ ହେଉଛି ଶିଶୁଙ୍କ ଟୟ ଟ୍ରେନ୍‌: ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡ଼ି,୨୧ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନକ୍ଷେତ୍ର ବୁଲିବା ପାଇଁ ଏବେ ମଧ୍ୟ ଦୈନିକ ଶତାଧିକ ପର୍ଯ୍ୟଟକ ଆସୁଛନ୍ତି। ପର୍ଯ୍ୟଟନକ୍ଷେତ୍ର କଫି ବଗିଚା ସମେତ କିରିକୁଟି ଲଭର୍ସ ପଏଣ୍ଟ, ମିଡିୟୁବାନ୍ଦା, ପାଟାବାନ୍ଧା ଜଳପ୍ରପାତ ସମେତ ନେଚର ପାର୍କ, ହିଲଭିୟୁ ପାର୍କ, ଡୁଲୁରୀ ପାଇନବଣ ଆଦି ବୁଲୁଛନ୍ତି। ତେବେ ସବୁଠାରୁ ଆକର୍ଷଣୀୟ ହିଲଭିୟୁ ପାର୍କରେ ଥିବା ଜଳ ଫୁଆରା ଏବଂ ଶିଶୁ ପର୍ଯ୍ୟଟକଙ୍କ ପାଇଁ ରେଳ କିନ୍ତୁ ଏହି ଦୁଇଟି ବାରମ୍ବାର ଅଚଳ ଯୋଗୁ ପର୍ଯ୍ୟଟକ ନିରାଶ ହେଉଛନ୍ତି।

ଦିନରେ ପର୍ଯ୍ୟଟକ ହିଲଭିୟୁ ବୁଲୁଥିଲେ ମଧ୍ୟ ସନ୍ଧ୍ୟାରେ ସ୍ଥାନୀୟ ପର୍ଯ୍ୟଟକ ହିଲଭିୟୁ ପାର୍କ ବୁଲିବାକୁ ପସନ୍ଦ କରନ୍ତି। ନିଜ ନିଜ ଶିଶୁଙ୍କୁ ମନୋରଞ୍ଜନ କରିବା ପାଇଁ ପାର୍କରେ ପହଞ୍ଚିଥାନ୍ତି କିନ୍ତୁ ଜଳ ଫୁଆରା ପୂର୍ବଭଳି ଆଉ ଆକୃଷ୍ଟ କରୁ ନ ଥିବା ବେଳେ ତା’ର ପାଣି ଉଛୁଳିବାର ଏକାଧିକ ଡିଜାଇନ ରହିଥିବା ବେଳେ ଏବେ ଆଉ ଜଳ ଫୁଆରା ସେଭଳି କାର୍ଯ୍ୟ କରୁ ନ ଥିବା ଜଣାପଡିଛି। ସେହିପରି ଶିଶୁ ପର୍ଯ୍ୟଟକଙ୍କ ପାଇଁ ରହିଥିବା ଟୟ ଟ୍ରେନ୍‌ ମଧ୍ୟ ବାରମ୍ବାର ଅଚଳ ହୋଇପଡୁଛି। ଯେଉଁ ସଂସ୍ଥା ଏହି ରେଳ ପ୍ରଦାନ କରିଛି ଉକ୍ତ ସଂସ୍ଥା ସଠିକ୍‌ ଭାବେ ଏହାର ମରାମତି କରୁ ନ ଥିବା ଓ ଅହେତୁକ ଅବହେଳା କରୁଥିବା ନେଇ ଅଭିଯୋଗ ହେଉଛି। ଉକ୍ତ ରେଳରେ ଆବଶ୍ୟକ କାର୍ବନର ସମସ୍ୟା ଯୋଗୁ ରେଳ ଚାଲୁନାହିଁ ବୋଲି ପାର୍କ ଦାୟିତ୍ୱରେ ରହିଥିବା କର୍ମଚାରୀ ଯୁବରାଜ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା: ଏହି ରୁଟ୍‌ର ଟ୍ରେନ କ୍ୟାନସଲ୍‌, ଦେଖନ୍ତୁ ଲିଷ୍ଟ…

ନୂଆଦିଲ୍ଲୀ,୪।୨: ପ୍ରତିଦିନ ସାରା ଦେଶରେ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି ଏବଂ ଏକ ବଡ଼ ସଂଖ୍ୟାରେ ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ମଧ୍ୟରେ ଯାତ୍ରା…

କାମରେ ଲାଗୁନି ‘ଆମ ଶୌଚାଳୟ’, ଅସୁବିଧା ଭୋଗୁଛନ୍ତି ଯାତ୍ରୀ

ଧର୍ମଶାଳା,୪।୩(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ବସ୍‌ ରହଣି ସ୍ଥାନରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ରହିଥିବା ଶୌଚାଳୟ କାମରେ ଲାଗୁନି। ଏହା ଅପରିଷ୍କାର ଭାବେ ଅଳିଆ ଆବର୍ଜନା…

କ୍ରମାଗତ ହ୍ରାସ ପୁଣି ବଢ଼ିଲା ସୁନା-ରୁପା ଦର: ଜାଣନ୍ତୁ କେତେ ହେଲା

ନୂଆଦିଲ୍ଲୀ,୪।୨: କ୍ରମାଗତ ହ୍ରାସ ପରେ ବୁଧବାର ପୁଣି ବଢ଼ିଛି ସୁନା, ରୁପା ଦର। ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬ ହଜାର ୬୬୦…

ଆହୁରି ଖସିବ ସୁନାଦର! ସରକାର ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କିଣିବେ କେବେ?

ନୂଆଦିଲ୍ଲୀ,୪।୨: ସରକାର ଶେଷରେ ସୁନା ଏବଂ ରୂପା ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ କଷ୍ଟମ୍ସ ବୋର୍ଡ (CBIC) ଦ୍ୱାରା ଜାରି…

ସ୍କୁଲରୁ ଶୌଚ ପାଇଁ ଯାଇ ଆଉ ଫେରିନଥିଲେ, ଆଜି କୂଅରୁ ମିଳିଲା ମୃତଦେହ

ନୟାଗଡ଼, ୪।୨( ଲୋକନାଥ ମିଶ୍ର/ ସନ୍ତୋଷ ପ୍ରଧାନ): ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର…

ପୁଅର ମୃତ୍ୟୁ ପାଇଁ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଦାୟୀ କଲେ ମା’

ତୁମୁଡିବନ୍ଧ,୪ା୨ (ଦୀପକ କୁମାର ପରାସେଠ): ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ମଙ୍ଗଳବାର ମୃତ ଛାତ୍ରଙ୍କ ମା’ ଅଭିଯୋଗ ଆଣିଛନ୍ତି।…

ଭାରତ ତେଲ ନ କିଣିଲେ ବଡ଼ କ୍ଷତି ସହିବ ରୁଷିଆ! ହେବ ଏତେ କୋଟିର ଘାଟା…

ନୂଆଦିଲ୍ଲୀ,୪।୨: ଭାରତ କ’ଣ ପ୍ରକୃତରେ ରୁଷିଆରୁ ତେଲ କିଣିବା ବନ୍ଦ କରିଦେବ? ଆମେରିକା ସହିତ ବାଣିଜ୍ୟ ଚୁକ୍ତି ପରେ ଭାରତର ଶକ୍ତି ରଣନୀତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ…

ଡକାୟତି ପାଇଁ କରୁଥିଲେ ଯୋଜନା, ଅତର୍କିତ ଚଢାଉ କଲା ପୋଲିସ, ତା’ପରେ…

ବଲାଙ୍ଗୀର, ୪।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସ ଟିମ ମଙ୍ଗଳବାର ପାଟ୍ରୋଲିଂ କରିବାବେଳେ ହାଇୱେ ଏବଂ ଆଖପାଖରେ ଡକାୟତି ଯୋଜନା କରୁଥିବା ୪ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri