ମାନସିକତାରେ ପରିବର୍ତ୍ତନ ଜରୁରୀ

ଦେଶରେ ପ୍ରତିଟି କ୍ଷେତ୍ରରେ ଅନେକ ନିୟମ ପ୍ରଣୟନ କରାଯିବା ସହ ଏହାର ସମୟୋଚିତ ସଂଶୋଧନ କରାଯାଉଛି। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଏହାଦ୍ୱାରା ମହିଳାମାନେ ସୁରକ୍ଷିତ ରହିବା କଷ୍ଟକର। ନାରୀ ନିର୍ଯାତନା, ମହିଳା ଓ ନାବାଳିକା ଗଣବଳାତ୍କାର, ଯୌତୁକ ନିର୍ଯାତନା ଜନିତ ମୃତ୍ୟୁ, ଶିକ୍ଷାନୁଷ୍ଠାନ ଏବଂ କାର୍ଯ୍ୟ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଶାରୀରିକ ଏବଂ ମାନସିକ ନିର୍ଯାତନା ଇତ୍ୟାଦି ପ୍ରତ୍ୟହ ଗଣମାଧ୍ୟମର ଶିରୋନାମା ମଣ୍ଡନ କରୁଛି। କେବଳ ନୂତନ ନିୟମ ପ୍ରଣୟନ କିମ୍ବା ବନ୍ଦ ପାଳନ କରାଗଲେ ଏ ସମସ୍ୟାର ସମାଧାନ ନିଶ୍ଚିତ ଭାବେ ଅସମ୍ଭବ। ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ନେବା ନିଷେଧ କରାଗଲା, ଯେଉଁ ନିୟମ ଆଗରୁ ଥିଲା କିନ୍ତୁ କାର୍ଯ୍ୟକାରୀ ହେଉ ନ ଥିଲା। ଏହା ବଦଳରେ କାଚ ବୋତଲରେ କିମ୍ବା ଟିଣ ଡବାରେ ପେଟ୍ରୋଲ ନେଇ ହେବ। ତେବେ କାଚ କିମ୍ବା ଟିଣ ଡବାରେ ପେଟ୍ରୋଲ ନେଲେ ଆତ୍ମାହୁତି କିମ୍ବା ଜଳାପୋଡ଼ା ହ୍ରାସ ପାଇବ ତ ?
ଶିକ୍ଷା କ୍ଷେତ୍ର, କର୍ମ କ୍ଷେତ୍ର କିମ୍ବା ପରିବାରରେ ମହିଳାମାନଙ୍କ ପ୍ରତି ଅନେକ ସମୟରେ ଅନ୍ୟାୟ, ଉତ୍ପୀଡ଼ନ, ଅପମାନ, ଘରୋଇ ହିଂସା, ଶାରୀରିକ ନିର୍ଯାତନା କିମ୍ବା ଯୌନ ନିର୍ଯାତନା ହୋଇଥାଏ। ଲଜ୍ଜା, ଅପମାନ, ପାରିବାରିକ ସମ୍ମାନହାନି ଏବଂ ଭୟ ଇତ୍ୟାଦି ଯୋଗୁ ମହିଳାମାନେ ଏହାକୁ ପରିପ୍ରକାଶ କରିପାରନ୍ତି ନାହିଁ କିମ୍ବା ବିରୋଧ କରିବାକୁ ସାହସ କରନ୍ତି ନାହିଁ। ବାଲେଶ୍ୱରର ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣା ପରେ ସରକାର ଶିକ୍ଷାନୁଷ୍ଠାନଗୁଡ଼ିକରେ ନାରୀ ସୁରକ୍ଷା ନିମନ୍ତେ ‘ଶକ୍ତି ଶ୍ରୀ’ଆପ୍‌ ପ୍ରଣୟନ କରିଛନ୍ତି। ଏହାଦ୍ୱାରା ମହିଳାମାନେ ଶତ ପ୍ରତିଶତ ସୁରକ୍ଷିତ ହେବା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶିକ୍ଷାନୁଷ୍ଠାନରେ ପହଞ୍ଚିବା ଏବଂ ସେଠାରୁ ଫେରିବା ସମୟରେ ସେମାନଙ୍କୁ ସୁରକ୍ଷା ଦେବା ସମ୍ଭବ ନୁହେଁ। ଏବେ ସମସ୍ତେ ଚେଇଁ ଉଠିଛନ୍ତି। ପୂର୍ବରୁ ଶିକ୍ଷାନୁଷ୍ଠାନରେ ଆଇସିସି ଅଥବା ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ ନିୟମ ଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଥିଲା, ଯାହା ପାଇଁ ଆଜି ସମସ୍ତେ ତତ୍ପର।
ପୂର୍ବରୁ ଓଡ଼ିଶାରେ ୧୯୮୦ର ଛବିରାଣୀ ହତ୍ୟାକାଣ୍ଡ, ଇତିଶ୍ରୀ, ମମିତା ମେହେର, ନାବାଳିକା ପରୀ ହତ୍ୟାକାଣ୍ଡ, ଅଞ୍ଜନା ମିଶ୍ର ମାମଲା, ବେବିନା ମୃତ୍ୟୁ ରହସ୍ୟ, କୁନ୍ଦୁଲି ହତ୍ୟାକାଣ୍ଡ, ବିଜେବି କଲେଜ ଛାତ୍ରୀ ରୁଚିକାର ଆତ୍ମହତ୍ୟା, ପୁରୀର କଣାସରେ ଆୟୁର୍ବେଦିକ ଡାକ୍ତର ମାଧବୀ ଲତାଙ୍କ ରହସ୍ୟଜନକ ମୃତ୍ୟୁ ଇତ୍ୟାଦି ଅନେକ ଘଟଣା ସମସ୍ତଙ୍କ ମାନସ ପଟରୁ ବୋଧ ହୁଏ ଅନ୍ତର୍ହିତ ହୋଇସାରିଥିବ। କିନ୍ତୁ ସେମାନଙ୍କ ପରିବାର କ’ଣ ସେମାନଙ୍କୁ ଭୁଲିସାରିଥିବେ ? ପୁରୀର ବଳଙ୍ଗା ଘଟଣା ପରେ ମଧ୍ୟ ମାଲକାନଗିରିରେ ଓ ଜଗତସିଂହପୁର ରେ ଗଣ ବଳାତ୍କାର, ଯାଜପୁରରେ ହକି ଖେଳାଳିଙ୍କ ଯୌନ ଉତ୍ପୀଡ଼ନ, ଜଗତସିଂହପୁର ସ୍ବାମୀ ଅରୂପାନନ୍ଦ କଲେଜରେ ଛାତ୍ରୀଙ୍କ ପ୍ରତି ଯୌନ ନିର୍ଯାତନା ଇତ୍ୟାଦି ଆଜି ଓଡ଼ିଶାର ସଭ୍ୟ ସମାଜରେ ଆଲୋଡ଼ନ ସୃଷ୍ଟି କରିଛି। କେହି କେହି ପ୍ରଶ୍ନ କରନ୍ତି ଏପରି ନିର୍ଯାତନା ଅନ୍ତ ଘଟିବ କେବେ।
ଭାରତରେ ନାରୀ ସୁରକ୍ଷା ଯୁଗେ ଯୁଗେ ଏକ ସମସ୍ୟା ସୃଷ୍ଟି କରିଛି। ଆମ ଦେଶର ପୁରୁଷକୈନ୍ଦ୍ରିକ ସମାଜରେ ନାରୀର ସ୍ଥିତି ସବୁବେଳେ ପୁରୁଷଠାରୁ ନିମ୍ନରେ। ପ୍ରତ୍ୟେକ ପରିବାରରେ ପୁଅକୁ ଯେଭଳି ଗୁରୁତ୍ୱ ପ୍ରଦାନ କରାଯାଏ ସେପରି ଝିଅକୁ ପ୍ରଦାନ କରାଯାଏ ନାହିଁ। ଏହାର କାରଣ ସୁସ୍ପଷ୍ଟ। ପୁଅଟିଏ ହେଲେ ଉତ୍ତରାଧିକାରୀ ଏବଂ ବଂଶରକ୍ଷାକାରୀ ହେବ। ଏହାହିଁ ବିଶେଷତ୍ୱ। ଯେଉଁଦିନ ପର୍ଯ୍ୟନ୍ତ ଆମ ପରିବାରରେ ଆମେ ଗୋଟିଏ ପୁଅ ଏବଂ ଝିଅ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରୁଥିବା ଆମ ସମାଜରେ ନାରୀମାନେ ଏପରି ଭାବରେ ନିର୍ଯାତନା ଭୋଗ କରୁଥିବେ।
ଭାରତୀୟ ସମ୍ବିଧାନରେ ଯେତେ ମହିଳା ସୁରକ୍ଷା ନିୟମ ଓ ଆଇନ ଅଛି ତାହା ସୁଚାରୁ ରୂପେ ପାଳନ କରାଯାଉନାହିଁ। ଏହିସବୁ ଆଇନକୁ ଅଗ୍ରାଧିକାର ଭିତ୍ତିରେ ପାଳନ କରାଯିବା ସହ ଏହାକୁ ତ୍ୱରାନ୍ବିତ ଏବଂ ଅଧିକ କାର୍ଯ୍ୟକ୍ଷମ କରାଯିବା ଆବଶ୍ୟକ। ଯୌତୁକ ନିରୋଧ ଆଇନ ୧୯୬୧ ଅନୁଯାୟୀ ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲଦଣ୍ଡ ସହ ୧୫,୦୦୦ ଟଙ୍କା ଜରିମାନା ପ୍ରଦାନ ପାଇଁ ଆଇନ ରହିଛି। ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୮(କ) ଅନୁସାରେ ଯୌତୁକ ନିର୍ଯାତନା ହେଲେ ଅପରାଧୀଙ୍କୁ ୩ ବର୍ଷ ଜେଲଦଣ୍ଡ ଏବଂ ଜରିମାନା ଆଦାୟ ପାଇଁ ନିୟମ ରହିଛି। ଘରୋଇ ହିଂସା ଜନିତ ଘଟଣାରେ ଅପରାଧୀଙ୍କୁ ଦଣ୍ଡ ବିଧାନ ପାଇଁ ଘରୋଇ ହିଂସା ନିବାରଣ ଆଇନ ୨୦୦୫ ଏବଂ ନିୟମ ପ୍ରଣୟନ କରାଯାଇଛି। ମହିଳାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ନିରୋଧ ଆଇନ ୧୯୮୬ ଏବଂ କାର୍ଯ୍ୟ କ୍ଷେତ୍ରରେ ସମାନ ପାରିଶ୍ରମିକ ପାଇଁ ପାରିଶ୍ରମିକ ଆଇନ ୧୯୭୬ ମଧ୍ୟ ଲାଗୁ କରାଯାଇଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୭୪ (ଆଇପିସି ଧାରା ୩୫୪ ) ଅନୁସାରେ ମହିଳାଙ୍କ ବିରୋଧରେ ଟିକା ଟିପ୍ପଣୀ ଅନୁସାରେ ଅଭିଯୁକ୍ତ ନିମନ୍ତେ ମଧ୍ୟ ଦଣ୍ଡ ବିଧାନ କରାଯାଇଛି। ତେବେ ମହିଳାମାନଙ୍କ ସୁରକ୍ଷା ନିମନ୍ତେ ଯେତେ ଆଇନ ଏବଂ ନିୟମ ଲାଗୁ କଲେ ମଧ୍ୟ ଏହାର ପରିଣାମ ସକାରାତ୍ମକ ନୁହେଁ। ପୀଡ଼ିତା ଥାନା, ନ୍ୟାୟାଳୟର ଦାରସ୍ଥ ହେଲେ ମଧ୍ୟ କଚ୍ଛପ ଗତିର ଆମର ଏହି ନ୍ୟାୟ ବିଭାଗ ସବୁବେଳେ ଠୋସ୍‌ ପ୍ରମାଣ ଏବଂ ଚାକ୍ଷୁସ ପ୍ରମାଣ ଆବଶ୍ୟକ କରେ, ଯାହା କି ମିଳିବା କଷ୍ଟକର।
ଯୌନ ଉତ୍ପୀଡ଼ନ କହିଲେ ମହିଳାଙ୍କର ଅନିଚ୍ଛା ସତ୍ତ୍ୱେ ତାଙ୍କୁ ଦୁଃଖିତ , ଅପମାନିତ, ଭୟଭୀତ କରି ତାଙ୍କ ପ୍ରତି ଅବାଞ୍ଛିତ ଯୌନଗତ ପାଶବିକ ଆଚରଣକୁ ସାଧାରଣତଃ ବୁଝାଏ, ଯାହା ଆଇନରେ ଏହା ଏକ ଦଣ୍ଡନୀୟ ଅପରାଧ। ଏହାର ପରିସର ବ୍ୟାପକ। ବଳାତ୍କାର , ସହମତି ବିନା ଶାରୀରିକ ସମ୍ପର୍କ , ଲିଙ୍ଗ ଭିତ୍ତିରେ ଅପମାନଜନକ ଟିପ୍ପଣୀ, ପରିହାସ ଛଳରେ କାମୋଦ୍ଦୀପକ କଥା, ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିବା ପରି ବାଚନିକ ଆଚରଣକୁ ମଧ୍ୟ ଯୌନ ଉତ୍ପୀଡ଼ନ। କିନ୍ତୁ କାହିଁକି ପୁରୁଷଙ୍କର ମହିଳାଙ୍କ ପ୍ରତି ଏ ପ୍ରକାର ମାନସିକ ବିକାରଗ୍ରସ୍ତ ଚିନ୍ତାଧାରା। ଆଜି ଡିଜିଟାଲ ଯୁଗରେ ମହିଳାମାନେ ସୁରକ୍ଷିତ ନୁହନ୍ତି। ଏଥିପାଇଁ ସମସ୍ତେ କାନ୍ଦୁଛନ୍ତି କିନ୍ତୁ କାହାରି ଆଖିରେ ଲୁହ ନାହିଁ। ବାସ୍ତବରେ ପ୍ରତ୍ୟେକ ପରିବାରରେ ଯେତେବେଳେ ଆମେ ପୁଅ ଏବଂ ଝିଅକୁ ସମ ଦୃଷ୍ଟିରେ ଦେଖିବା ସେତେବେଳେ ଆମର ମାନସିକତା ଏବଂ ମାନବିକତାରେ ପରିବର୍ତ୍ତନ ଆସିବ ଏବଂ ମହିଳା ମାନେ ସୁରକ୍ଷିତ ହେବେ।
ଆଇନଜୀବୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ , କଟକ, ମୋ:୭୦୦୮୩୫୦୪୭୭


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ନରମ ପଡ଼ିଲେ ଟ୍ରମ୍ପ: କହିଲେ, ମୁଁ ଆଉ ଚାହୁଁନାହିଁ…

ଓ୍ବାଶିଂଟନ୍‌,୧୯।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଟେନ୍‌ସନ୍‌ରେ ଅଛନ୍ତି। ସେ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତେହରାନ କତାରର ତରଳ ପ୍ରାକୃତିକ ଗ୍ୟାସ…

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri