ବିଦ୍ୟା, ଡିଏଫ୍‌ଓ, ରୋଷେୟାଙ୍କ ବିରୋଧରେ ମାମଲା ଚାଲିବ

ପାରଳାଖେମୁଣ୍ଡି, ୧୯।୪(ଡି.ଏନ୍‌.ଏ.): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଭରତୀ ପଣ୍ଡା, ତତ୍‌କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଏବଂ ଆପରାଧିକ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ ପୁଣି ବିଚାର ହେବ। ଆଇପିସି ଦଫା ୩୦୨ ଓ ୧୨୦ ‘ବି’ରେ ୩ଜଣଙ୍କ ବିରୋଧରେ ମାମଲା ଚାଲିବ। ତେଣୁ ସେମାନଙ୍କୁ ଆସନ୍ତା ୨୭ତାରିଖରେ କୋର୍ଟରେ ହାଜର ହେବାକୁ ସମନ୍‌ ଜାରି ହୋଇଛି। ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୋଲିସ ପ୍ରାଥମିକସ୍ତରରେ ମୃତ ଏସିଏଫ୍‌ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ, ତତ୍‌କାଳୀନ ଡିଏଫ୍‌ଓ ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ନାମରେ ହତ୍ୟା ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ କରିଥିଲା। ହେଲେ ଘଟଣାର ତଦନ୍ତ ପରେ କ୍ରାଇମ୍‌ବ୍ରାଞ୍ଚ ଡିଏଫ୍‌ଓ ସଂଗ୍ରାମ ବେହେରା ଓ ମନ୍ମଥ କୁମ୍ଭକୁ କ୍ଲିନ୍‌ଚିଟ୍‌ ଦେଇ କେବଳ ବିଦ୍ୟାଭାରତୀଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା। କ୍ରାଇମବ୍ରାଞ୍ଚ ଓ ପୋଲିସ ତଦନ୍ତ ରିପୋର୍ଟରେ ଅସନ୍ତୋଷ ପ୍ରକାଶ କରି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ଏକ କମ୍ପ୍ଲେଣ୍ଟ କେସ୍‌ କରିଥିଲେ। କୋର୍ଟ ଉକ୍ତ ମାମଲାର ଶୁଣାଣି କରି କହିଛନ୍ତି ଯେ, ‘ଏହି ମାମଲାରେ ଅଭିଯୁକ୍ତ ବିଦ୍ୟାଭାରତୀ ପଣ୍ଡା, ସଂଗ୍ରାମ କେଶରୀ ବେହେରା, ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଏବଂ ଷଡ଼ଯନ୍ତ୍ର ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଆବଶ୍ୟକ ପ୍ରମାଣ ରହିଛି’। ଏହି ମୃତ୍ୟୁ ପଛରେ କିଛି ବଡ଼ବଡିଆ ରହିଥିବା ଅଭିଯୋଗ ରହିଛି। ଯେଉଁମାନେ କି ଏବେ ବି ସନ୍ଦେହ ଘେରରେ ରହିଛନ୍ତି। ହେଲେ ପ୍ରକୃତ ରହସ୍ୟ ସାମ୍ନାକୁ ଆସିପାରି ନାହିଁ। ତେଣୁ ତିନି ଅଭିଯୁକ୍ତଙ୍କୁ ହାଜର ହୋଇ ପକ୍ଷ ରଖିବା ସହ ଆବଶ୍ୟକ ଦସ୍ତାବିଜ ଏପ୍ରିଲ ୨୭ତାରିଖ ସୁଦ୍ଧା ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ଅଭିରାମ୍‌ଙ୍କ ଓକିଲ ଅଶୋକ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୦ ଡିସେମ୍ବର ୧ ତାରିଖରେ ସୌମ୍ୟ ବିଦ୍ୟାଭାରତୀ ପଣ୍ଡାଙ୍କୁ ବିବାହ କରିଥିଲେ । ସରକାରୀ କ୍ୱାର୍ଟର୍ସରେ ସ୍ବାମୀ ସ୍ତ୍ରୀ ରହୁଥିବାବେଳେ ୨୦୨୧ ଜୁଲାଇ ୧୧ ରାତିରେ ସୌମ୍ୟଙ୍କ ଶରୀରରେ ନିଆଁ ଲାଗି ଗୁରୁତର ହୋଇଥିଲେ। ତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ିଯାଇଥିଲା। ଏହାର ୨ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟଙ୍କ ମୃତ୍ୟୁ ଘଟିଥିଲା। ତେବେ ନିଅଁା କେମିତି ଲାଗିଲା ଏହା ଅସ୍ପଷ୍ଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri