ନଦୀପଠାରେ ଯୁବତୀଙ୍କୁ ହତ୍ୟା ମାମଲା: ଭାଜପା ପକ୍ଷରୁ କେ. ନୂଆଗାଁ ଥାନା ଘେରାଉ

ଦିଗପହଣ୍ଡି/ଚିକିଟି,୧୦।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଦେଓଖାଳି ଗାଁର ଯୁବତୀ ପ୍ରମୋଦିନୀ ନାୟକଙ୍କ ହତ୍ୟାଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ହୋଇଛି। ଏ ନେଇ ଭାଜପା ଦିଗପହଣ୍ଡି ବ୍ଳକ କମିଟି ପକ୍ଷରୁ ଶନିବାର କେ. ନୂଆଗାଁ ଥାନା ଘେରାଉ କରାଯାଇଛି। ଭାଜପା ଗଞ୍ଜାମ ଜିଲା କାର୍ଯ୍ୟକର୍ତ୍ତା ଶ୍ରୀକାନ୍ତ ପାଢ଼ୀ, ମହନ୍ତ ଚିନ୍ମୟାନନ୍ଦ ଦାସ, ପରେଶ ଚନ୍ଦ୍ର ରଥଙ୍କ ନେତୃତ୍ୱରେ ବହୁସଂଖ୍ୟକ ଦଳୀୟ କର୍ମୀ ଶୋଭାଯାତ୍ରାରେ ବାହାରି ଥାନା ସମ୍ମୁଖରେ ପହଞ୍ଚି ଦାବିପତ୍ର ପ୍ରଦାନ କରିବାପରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ଥାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସି ରହିଥିଲେ। ଚିକିଟି ଏସ୍‌ଡିପିଓ ସୁରେନ୍ଦ୍ରନାଥ ମୁର୍ମୁ, ଥାନା ଆଇଆଇସି ମାଧବାନନ୍ଦ ନାୟକ ଉପସ୍ଥିତ ଦଳୀୟ ନେତୃବୃନ୍ଦଙ୍କ ସହ ସବିଶେଷ ଆଲୋଚନା କରି ଖୁବଶୀଘ୍ର ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗଣ ଧାରଣା ପ୍ରତ୍ୟାହୃତ ହୋଇଛି। ଧାରଣା ସ୍ଥଳରେ ଭାଜପା ଦିଗପହଣ୍ଡି ନଗର କମିଟି ସଭାପତି ଭବାନୀ ପଣ୍ଡା, ପୂର୍ବତନ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବନଜା ପଣ୍ଡା, ସମିତି ସଭ୍ୟ ଶୁଭ୍ରାଂଶୁ ପ୍ରଧାନ,ଅରୁଣ ଗୌଡଙ୍କ ସମେତ ବିଭିନ୍ନ ପଞ୍ଚାୟତର ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
ପ୍ରକାଶ ଯେ, ଦିଗପହଣ୍ଡି ବ୍ଳକ କରପଡ଼ା ପଞ୍ଚାୟତ ଦେଓଖାଳି ଗ୍ରାମର ଉଚ୍ଚଶିକ୍ଷିତା ଯୁବତୀ ପ୍ରମାଦେୀନି ଗାଁ ନିକଟ କଣ୍ଟେଇଯୋଡ଼ି ନଦୀକୁ ଗତ ୧୦ ତାରିଖ ପୂର୍ବାହ୍ନରେ ଗାଧୋଇ ଯାଇଥିବା ବେଳେ କୌଣସି ଦୁର୍ବୃତ୍ତ ତାଙ୍କୁ ନଦୀ ପାଣିରେ ତଣ୍ଟି ଚିପି ହତ୍ୟା କରିବା ପରେ ଫେରାର ହୋଇ ଯାଇଥିଲେ। ଘଟଣାର ୫ ମାସ ପରେବି ଏହି ରହସ୍ୟଜନକ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri