ଗଛରେ ପିଟିଲା କାର୍‌, ଚାଲିଗଲା ଜଣଙ୍କ ଜୀବନ

ଫୁଲବାଣୀ ଅଫିସ,୧୫।୨: କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅନ୍ତର୍ଗତ କୁର୍ମିଙ୍ଗିଆ ଛକ ନିକଟରେ ଏକ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଡ୍ରାଇଭର ଭାରସାମ୍ୟ ହରାଇ ଗଛରେ ପିଟିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତିି। ମୃତକ ଜଣଙ୍କ ହେଲେ ନିମାପଡା ଅଞ୍ଚଳର ବଣ୍ଟି। ଗୁରୁତର ଦୁଇଜଣ ହେଲେ ଭୁବନେଶ୍ୱର ପଟିଆର ରାମଚନ୍ଦ୍ର ପାତ୍ର ଓ ନିରଞ୍ଜନ ବାହାଦୂର। ଜଣେ ଗୁରୁତରଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଜଣେ ଘୁ.ଉଦୟଗିରି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।