Posted inଫୁରସତ

ଚଳନ୍ତା ଟ୍ରେନ୍‌ ନିକଟକୁ ଚାଲି ଆସିଲା କାର୍‌, ବୁଦ୍ଧି ଖଟାଇଲେ ଡ୍ରାଇଭର, ଦେଖନ୍ତୁ ଭିଡିଓ…

ଏକ ଲେଭଲ୍‌ କ୍ରସିଂ ପାର୍‌ ହେଉଥିବା ବେଳେ ଲୋକଙ୍କୁ ସର୍ବଦା ମନେ ରଖିବାକୁ ହେବ ଯେ, ଟ୍ରେନ ଆସୁଛି କି ନାହିଁ। ଏହା ପରେ ରାସ୍ତା ପାର୍‌ ହେବା ଜରୁରୀ। ଅବଶ୍ୟ ଅଧିକାଂଶ କ୍ରସିଂରେ ଗେଟ୍‌ ରହିଥାଏ। ଯାହାଫଳରେ ଟ୍ରେନ୍‌ ଆସିବା ସମୟରେ ରାସ୍ତା ବନ୍ଦ ହୋଇଯାଏ। କିନ୍ତୁ କିଛି ଲୋକ ଶୀଘ୍ର ଗେଟ୍‌ ଅତିକ୍ରମ କରିବାକୁ ଚାହିଁଥାନ୍ତି। ଅନେକ ସମୟରେ ଏପରି ଲୋକଙ୍କ ସହିତ ଦୁର୍ଘଟଣା ଘଟେ। କିନ୍ତୁ ଆଜିକାଲି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଟ୍ରେନ୍‌ ଟ୍ରାକ୍‌ରେ ଆସୁଥିବା ସମୟରେ ଏକ କାର୍‌ ରେଳ କ୍ରସିଂ ପାର୍‌ ହେଉଥିବା ଦେଖିବାକୁ ମିଳୁଛି। ତେବେ ଗେଟ୍‌ ବନ୍ଦ ଥିବା ବେଳେ କାର୍‌ଟି କିପରି ସେହି ଗେଟ୍‌ ଅତିକ୍ରମ କଲା ତାହା ବୁଝା ପଡୁନାହିଁ।

@Dr_MashorGulati ଏକ ଭିଡିଓ ଶେୟାର କରାଯାଇଛି। ଯାହା ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ଼ ଜମିଛି। କିନ୍ତୁ କାର୍‌ଟି ସେହି ଫାଟକ ପାର୍‌ ହୋଇ ଟ୍ରାକ୍‌ ଆଡକୁ ଆସିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଅନ୍ୟ ପାର୍ଶ୍ୱରୁ ଏକ ଟ୍ରେନ୍‌ ମଧ୍ୟ ଆସୁଛି। ଉଭୟ ଯାନକୁ ଦେଖିଲେ ଲାଗୁଛି କାର୍‌ଟି ଟ୍ରେନ୍‌ ଧକ୍କାରେ ଚୂର୍‌ମାର୍‌ ହୋଇଯିବ। କିନ୍ତୁ ଟ୍ରେନର ଡ୍ରାଇଭର ଧିରେ ଧିରେ ଟ୍ରେନ୍‌ ଚଳାଇଥିଲେ। କାର୍‌ ଡ୍ରାଇଭର ମଧ୍ୟ କାର୍‌ଟିକୁ ଖୁବ୍‌ ହୁସିଆର ସହିତ ଚଳାଇ ନେଇ ଠିକ୍‌ ପାଖରେ ପାର୍କିଂ କରିଦେଲେ। ଫଳରେ ଏକ ବଡ଼ ବିପଦ ଟଳିଗଲା।

ଟ୍ରେନ ନମ୍ବର ହେଉଛି ୟୁପି-୧୬। ଯାହାକି ଉତ୍ତରପ୍ରଦେଶର ନୋଏଡା ସହରର ଆରଟିଓ କୋଡ ହୋଇଥିବା ବେଳେ ଏହାର ନାମ ଚମ୍ପାରଣ ସତ୍ୟାଗ୍ରହ ଏକ୍ସପ୍ରେସ୍‌। ଯାହା ଆନନ୍ଦ ବିହାର ଟର୍ମିନାଲ୍‌ରୁ ବାପୁଧାମ ମୋତିହାରୀକୁ ଚଳାଚଳ କରେ। ତେଣୁ ଉଭୟ ଯାନକୁ ଦେଖିଲେ ଅନୁମାନ କରାଯାଇପାରେ ଯେ, ଏହା ଦିଲ୍ଲୀ-ଏନ୍‌ସିଆରର ଏକ ଦୃଶ୍ୟ। ତେବେ ଏହା ସ୍ପଷ୍ଟ ହୋଇନାହିଁ।

ଏହି ଭିଡିଓଟିକୁ ୨୨ହଜାରରୁ ଅଧିକ ଲୋକ ଦେଖିଥିବା ବେଳେ ଅନେକ ଲୋକ ମନ୍ତବ୍ୟ ଜରିଆରେ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଜୀବନରେ କେହି ଅଟକି ଯିବାକୁ କାହିଁକି ପ୍ରସ୍ତୁତ ନୁହନ୍ତି? ଅନ୍ୟ ଜଣେ କହିଛନ୍ତି ଏହା ମୁର୍ଖଙ୍କ କାମ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri