ଭିଜା ରାଜଧାନୀରେ ଚଳଚଞ୍ଚଳ ମଣିଷ

ମନରେ ଥିଲା ବାତ୍ୟାର ଭୟ। କୋହଲା ପାଗକୁ ବର୍ଷା ବି ଲାଗି ରହିଥିଲା। ରାତି ପାହିଥିଲେ ମଧ୍ୟ ଅନ୍ଧାର ଡରାଉଥିଲା। ରବିବାର ହୋଇଥିବାରୁ ଚାକିରିଆଙ୍କ ଅଫିସ୍‌ ଚିନ୍ତା ନ ଥିଲା। କିନ୍ତୁ ରାଜଧାନୀର ସେମାନଙ୍କ ଆଖରୁ ରାତିରୁ ନିଦ ଉଭେଇ ଯାଇଥିଲା। ବେପାର ଓ ରୋଜଗାରକୁ ନେଇ ଚିନ୍ତା ବଢ଼ି ଚାଲିଥିଲା। କିଏ ପରିବାର ଚଳାଇବା କଥା ଭାବୁଥିଲା ତ ଆଉ କାହାର ମନକୁ କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ଉଚ୍ଛନ୍ନ କରୁଥିଲା। ସକାଳ ହୋଇଥିଲେ ମଧ୍ୟ ଘରୁ ବାହାରିବାକୁ ତୁହାକୁତୁହା ବର୍ଷାକୁ କୋହଲା ପବନ ବାଟ ଓଗାଳୁଥିଲା। ବେପାର ନ ହେବା ଚିନ୍ତାରେ ଅନେକେ ଘରୁ ବାହାରି ନ ଥିଲେ। ହେଲେ ସେହି ମଣିଷମାନେ କିନ୍ତୁ ସାହସ ଜୁଟାଇ ଆସିଥିଲେ ନିଜ କର୍ତ୍ତବ୍ୟସ୍ଥଳକୁ। ବର୍ଷା ଧାରାରେ ଯେତେବେଳେ ରାଜଧାନୀ ଭିଜି ଥରି ଉଠୁଥିଲା, ସହରର ଅଧିକାଂଶ ଦୋକାନ ବନ୍ଦ ରହିଥିଲା, ସେତେବେଳେ ଜରୁରୀ ଆବଶ୍ୟକତା କରୁଥିବା ଲୋକଙ୍କ ପାଇଁ ଏହି କର୍ମତତ୍ପର ମଣିଷମାନେ ସାହା ପାଲଟିଥିଲେ। ଏହି ମଣିଷଙ୍କ ସମ୍ପର୍କରେ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା।

ବୁଲି ବୁଲି ଅଳିଆ ଉଠାଉଥିଲେ ଶିବରାମ
ସକାଳ ୭ଟା ପାଖାପାଖି। କୋହଲା ପାଗ ଓ ବର୍ଷା ଯୋଗୁ ଯେତେବେଳେ ସାରା ସହର କମ୍ବଳ ଭିତରେ ଘୋଡ଼ାଇ ହୋଇଥିଲା, ସେତେବେଳେ ଘରକୁ ଘର ବୁଲି ହୁଇସିଲ ଓ ସଚେତନତାର ଗୀତ ବଜାଇ ଅଳିଆ ଉଠାଉଥିଲେ ବିଏମ୍‌ସିର ସଫେଇ କର୍ମଚାରୀ ଶିବରାମ ନାୟକ। ନୟାପଲ୍ଲୀରେ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ଶିବରାମ କୁହନ୍ତି, କାମ ଆଗରେ ଏସବୁ କିଛି ନୁହଁ। ବର୍ଷା ପାଗରେ ଘରେ ଅଳିଆ ରହିଲେ ଲୋକଙ୍କୁ ଅପରିଷ୍କାର ଲାଗିବ। ଦାୟିତ୍ୱରେ ବନ୍ଧା ଏ ଜୀବନକୁ ଆଗକୁ ନେବାର ଅଛି।
ମାଛ ବିକୁଥିଲେ
କୁମାରୀ ମାଉସୀ
ଦେହରେ ବର୍ଷା ପାଣି ପଡ଼ି ନିଗିଡି ପଡୁଥିଲା। ଥଣ୍ଡା ପବନରେ ଥରି ଯାଉଥିଲେ ମଧ୍ୟ ରସୁଲଗଡ଼ ସବରସାହି ଗଳିର ଏକ ସ୍ଥାନରେ ବସି ମାଛ ବିକୁଥିଲେ ୪୦ ବର୍ଷୀୟ କୁମାରୀ ମାଉସୀ। ମୁଣ୍ଡ ଉପରେ ଥିଲା ତମ୍ବୁ। ହେଲେ କଣାରେ ଗଳୁଥିଲା ପାଣି, ଆଉ ପବନ ବି ଉଡାଇ ନେଇ ଭିଜାଉଥିଲା। ସେ ସକାଳ ୭ଟା ୩୦ରୁ ଆସି ଥିଲେ। ରବିବାର ଆମିଷ ବାର ଥିବାରୁ ବିଭିନ୍ନ ପ୍ରକାର ମାଛ, ଚିଙ୍ଗୁଡିକୁ ସଜାଇ ରଖିଥିଲେ। ସେ କୁହନ୍ତି, ବର୍ଷା, ବାତ୍ୟା , ପବନ ତ ଆସିବ। ହେଲେ ଯାହା ପାଇଁ ମୋ ପରିବାର ଚଳୁଛି ତାହା ନ ହେଲେ ପରିବାର ଉପାସ ରହିଯିବ। ତା’ ଛଡା ମୁଁ ଏହି ଜାଗାରେ ବହୁତ ଦିନ ବେପାର କଲିଣି। ମୁଁ ଯଦି ନ ଆସିବି ମୋ ଗରାଖ ନିରାଶ ହୋଇ ଫେରିଯିବେ। ବର୍ଷା ସତ୍ତ୍ବେ ବି ଆଜି ମୋର ଭଲ ବେପାର ହୋଇଛି।
ବର୍ଷାକୁ ଖାତିର କରି ନ ଥିଲେ ଡେଲିଭରି ବୟ ନିକୁଞ୍ଜ
ଜୋର ବର୍ଷା ହେଉ କି ଝିପିଝିପି। ଏହି ପାଗରେ ବାଇକ ଚଲାଇବା ଯାହା ବି ହେଲେ କଷ୍ଟ। କେତେବେଳେ ମୁହଁକୁ ବର୍ଷା ଛିଟା ତ ଆଉ କେତେବେଳେ ଅସହ୍ୟ ଥଣ୍ଡା ପବନ। ଏଥିସହ କରୋନା, ଥଣ୍ଡା, ଜ୍ୱର, କାଶର ଆଶଙ୍କା। ଏତେ ସବୁକୁ ଖାତିର ନ କରି ଗ୍ରାହକଙ୍କୁ ଠିକ ସମୟରେ ଖାଇବା ଦେବାକୁ ଧାଇଁ ଯାଉଥିଲେ ନିକୁଞ୍ଜ ଜେନା। ଡୋମିନସ ଡେଲିଭରି ବୟ ନିକୁଞ୍ଜ କୁହନ୍ତି, ବର୍ଷାକୁ ଡରିଲେ କ’ଣ ହେବ। ରବିବାର ଭଲ ବେପାର ହେବ ବୋଲି ଭାବିଥିଲି। ହେଲେ ଆଶାନୁରୂପକ ଅର୍ଡର ଆସି ନ ଥିଲା। ତଥାପି ଏଭଳି ସ୍ଥିତିରେ ନିଜକୁ ପ୍ରସ୍ତୁତ ରହିବାକୁ ପଡିଥିଲା।

ଗ୍ରାହକ ଅପେକ୍ଷାରେ ରିକ୍ସା ମଉସା ରଘୁନାଥ

ସକାଳୁ ବର୍ଷା ଟିକେ କମିବା ପରେ ଦିନ ୧୧ଟା ୩୦ରେ ରିକ୍ସା ଧରି ବାହରି ଆସିଥିଲେ ୭୫ ବର୍ଷୀୟ ରଘୁନାଥ ସାହୁ। ଥଣ୍ଡା ପବନ ଆଗରେ ବାର୍ଦ୍ଧକ୍ୟକୁ ବେଖାତିର କରି ରସୁଲଗଡ଼ ଓଭରବ୍ରିଜ ତଳେ ଛିଡ଼ା ହୋଇଥିଲେ ଯାତ୍ରୀଙ୍କ ଅପେକ୍ଷାରେ। ହେଲେ ଦିନଟିଏ ବିତି ଯାଇଥିଲେ ମଧ୍ୟ ଟଙ୍କାଟିଏ ରୋଜଗାର ହୋଇ ନ ଥିଲା । ତଥାପି ମନରେ ସାହସ ବାନ୍ଧି ବସି ରହିବି ଓ ଆସନ୍ତାକାଲି ପୁଣି ଦି ପଇସା ରୋଜଗାର ହେବାର ଆଶା ଅଛି ବୋଲି ରିକ୍ସା ମଉସା କହିଛନ୍ତି।

ପରିବା ପସରା ମେଲି ବସିଥିଲେ ଭାସ୍କର ଭାଇ

ସବୁ ଆଶଙ୍କା, ଭୟ ଭିତରେ ବି ବାଇଗଣ, ଜହ୍ନି, ଭେଣ୍ଡି, କାକୁଡ଼ି, ପୋଟଳ ଆଦି ପରିବା ଧରି ରାସ୍ତା କଡ଼ରେ ବସିଥା’ନ୍ତି ଭାସ୍କର ଭାଇ। ପିନ୍ଧିଥିବା ପୋଷାକ ବି ଓଦା ହୋଇଯାଇଥାଏ। ତାଙ୍କୁ ପଚାରିବାରୁ ସେ ଥରିଲା କଣ୍ଠରେ କୁହନ୍ତି, ବେପାର ବିଶେଷ ଭଲ ହୋଇନାହିଁ। ଯାହାବି ହେଉଛି ତାହା ଯଦି ନ ହେବ ଘରେ ସ୍ତ୍ରୀ, ପିଲା ଖାଇବେ କ’ଣ? ପୁଣି କାଲିକୁ ତ ପରିବା ନଷ୍ଟ ହୋଇଯିବ। ଏ ଦେହ ବର୍ଷା, ଖରା, ଶୀତ ସବୁ ସହିଛି। ଏସବୁ ମୋର ଦେହସୁହା ହୋଇଯାଇଛି।

ସତରେ ଜୀବନ ଜିଇବା କେଡ଼େ କଷ୍ଟ। କିଏ ଏହାକୁ ସହଜ ଭାବି ପରସ୍ଥିତି, ଘାତ ପ୍ରତିଘାତ ନ ମାନି ଆଗକୁ ଚାଲିଛି ତ ଆଉ କିଏ ମଝିରେ ଅଟକି ଯାଇଛି। ସମାଜରେ ଏମାନଙ୍କ ଆବଶ୍ୟକତା ଢେର ବେଶି। ସବୁ ପରିସ୍ଥିତିରେ ଆମକୁ ସେବା ଯୋଗାଇ ଆସୁଥିବା ଏହି ମଣିଷମାନେ ସତରେ ମହାନ୍‌।

ରିପୋର୍ଟ: ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଦିନ ଆସିବ ସୁଭଦ୍ରା ଟଙ୍କା

କାକଟପୁର/ଅସ୍ତରଙ୍ଗ,୧୭।୨ (ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ମହିଳାଙ୍କ ପାଇଁ ଖୁସି ଖବର । ଆସନ୍ତା ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା…

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri