ବଲାଙ୍ଗୀର, ୨୪।୬( ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହର ମାଲଗୋଦାମ ପଡ଼ାରେ ସୋମବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ସାପ କାମୁଡ଼ାରେ ଦୁଇ ଭଉଣୀ ଭାଇଙ୍କ ମୃତ୍ୟୁ ହୋଇଛି। ରାତିରେ ଖାଇ ସାରିବା ପରେ ଅବଦୁଲ ରହେମାନଙ୍କ ପୁଅ ଦୁଃଖିଶ୍ୟାମ (୭) ଓ ଝିଅ ମେହେକ (୩) ଘରେ ଶୋଇଥିଲେ । ଏକ ବିଷଧର ସାପ ଦୁଇ ଭଉଣୀ ଭାଇଙ୍କୁ ଦଂଶନ କରିଥିଲା। ଢେର ବିଳମ୍ବିତ ରାତିରେ ଦୁଇ ଜଣଙ୍କୁ ବାନ୍ତି ହୋଇଥିଲା ଓ ଅସୁସ୍ଥ ହୋଇ ପଡ଼ିଥିଲେ। ପରେ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସେମାନଙ୍କୁ ନିଆଯିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ।


